ଆଖିବୁଜିଲେ ପ୍ରସିଦ୍ଧ ଅଭିନେତା

ଜଣାଶୁଣା ଅଭିନେତା ଅତୁଲ ପାରଚୁରେଙ୍କ ୫୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କ୍ୟାନସର୍‌ରେ ପୀଡିତ ଥିଲେ। ସେ ‘ଦି କପିଲ ଶର୍ମା ଶୋ’ ସମେତ ଅନେକ ଟିଭି ସିରିଏଲ ଏବଂ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଅତୁଲ ଜଣେ ଦକ୍ଷ ଅଭିନେତା ଥିଲେ, ଯିଏ ଗତ ଏକ ବର୍ଷ ଧରି କ୍ୟାନସର୍‌ ସହ ଲଢୁଥିଲେ। ତାଙ୍କ ଦେହାନ୍ତ ହେତୁ ମନୋରଞ୍ଜନ ଜଗତରେ ଶୋକର ଲହରୀ ଖେଳିଯାଇଛି। ଅଭିନେତା ଉଭୟ ଟେଲିଭିଜନରେ ଏବଂ ଚଳଚ୍ଚିତ୍ରରେ ନିଜର ପରିଚୟ ସୃଷ୍ଟି […] The post ଆଖିବୁଜିଲେ ପ୍ରସିଦ୍ଧ ଅଭିନେତା appeared first on Dharitri Odia News.

ଆଖିବୁଜିଲେ ପ୍ରସିଦ୍ଧ ଅଭିନେତା

ଜଣାଶୁଣା ଅଭିନେତା ଅତୁଲ ପାରଚୁରେଙ୍କ ୫୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କ୍ୟାନସର୍‌ରେ ପୀଡିତ ଥିଲେ। ସେ ‘ଦି କପିଲ ଶର୍ମା ଶୋ’ ସମେତ ଅନେକ ଟିଭି ସିରିଏଲ ଏବଂ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଅତୁଲ ଜଣେ ଦକ୍ଷ ଅଭିନେତା ଥିଲେ, ଯିଏ ଗତ ଏକ ବର୍ଷ ଧରି କ୍ୟାନସର୍‌ ସହ ଲଢୁଥିଲେ। ତାଙ୍କ ଦେହାନ୍ତ ହେତୁ ମନୋରଞ୍ଜନ ଜଗତରେ ଶୋକର ଲହରୀ ଖେଳିଯାଇଛି।

ଅଭିନେତା ଉଭୟ ଟେଲିଭିଜନରେ ଏବଂ ଚଳଚ୍ଚିତ୍ରରେ ନିଜର ପରିଚୟ ସୃଷ୍ଟି କରିଥିଲେ। ସେ ‘ଆର.କେ ଲକ୍ଷ୍ମଣ କି ଦୁନିୟା’, ‘ଜାଗୋ ମୋହନ ପ୍ୟାରେ’, ‘ୟମ ହେଁ ହମ’, ‘ବଡି ଦୁର୍‌ ସେ ଆଏ ହେଁ’, ‘କପିଲ ଶର୍ମା ଶୋ’ ଏବଂ ଅନେକ ମରାଠୀ ସିରିଏଲ ଏବଂ ଲୋକପ୍ରିୟ କମେଡି ଶୋ’ରେ ତାଙ୍କର ଅଭିନୟ ଦକ୍ଷତା ପ୍ରମାଣ କରିଥିଲେ।

The post ଆଖିବୁଜିଲେ ପ୍ରସିଦ୍ଧ ଅଭିନେତା appeared first on Dharitri Odia News.