ଆଗକୁ ଅଭୟଙ୍କ ଆଇପିଏସ୍‌ ଲକ୍ଷ୍ୟ

ଅତାବିରା,୨୦।୧୦(ହୃଷୀକେଶ ଖମାରୀ): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପରିଚାଳିତ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ (ଓସିଏଏସ୍‌) ପରୀକ୍ଷାରେ ବରଗଡ଼ ଜିଲା ଅତାବିରା ବ୍ଲକ କାଦୋବାହାଲ ପଞ୍ଚାୟତ ଅନ୍ତର୍ଗତ ଅଭୟ ମହାକୁର କୃତକାର୍ଯ୍ୟ ହୋଇଛନ୍ତି। ସେ ୪୦୭ ର଼୍ୟାଙ୍କରେ ରହିଛନ୍ତି। ଅଭୟ ଲରମ୍ଭା ହାଇସ୍କୁଲରେ ୯୧ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେବା ପରେ ସମ୍ବଲପୁର ନିଉଟନ କଲେଜରେ ଯୁକ୍ତ୨ ପଢ଼ିଥିଲେ। ଏହାପରେ ଭୁବନେଶ୍ୱର ଓୟୁଏଟିରେ ପଢ଼ିଥିଲେ। ସେଠାରେ ପାଠପଢ଼ା ସାରି ଅଭୟ ଓସିଏସ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। […] The post ଆଗକୁ ଅଭୟଙ୍କ ଆଇପିଏସ୍‌ ଲକ୍ଷ୍ୟ appeared first on Dharitri Odia News.

ଆଗକୁ ଅଭୟଙ୍କ ଆଇପିଏସ୍‌ ଲକ୍ଷ୍ୟ

ଅତାବିରା,୨୦।୧୦(ହୃଷୀକେଶ ଖମାରୀ): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପରିଚାଳିତ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ (ଓସିଏଏସ୍‌) ପରୀକ୍ଷାରେ ବରଗଡ଼ ଜିଲା ଅତାବିରା ବ୍ଲକ କାଦୋବାହାଲ ପଞ୍ଚାୟତ ଅନ୍ତର୍ଗତ ଅଭୟ ମହାକୁର କୃତକାର୍ଯ୍ୟ ହୋଇଛନ୍ତି। ସେ ୪୦୭ ର଼୍ୟାଙ୍କରେ ରହିଛନ୍ତି। ଅଭୟ ଲରମ୍ଭା ହାଇସ୍କୁଲରେ ୯୧ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେବା ପରେ ସମ୍ବଲପୁର ନିଉଟନ କଲେଜରେ ଯୁକ୍ତ୨ ପଢ଼ିଥିଲେ। ଏହାପରେ ଭୁବନେଶ୍ୱର ଓୟୁଏଟିରେ ପଢ଼ିଥିଲେ।

ସେଠାରେ ପାଠପଢ଼ା ସାରି ଅଭୟ ଓସିଏସ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ପ୍ରଥମ ସଫଳତାରେ ଓସିଏସ୍‌ ପରୀକ୍ଷାରେ ସଫଳ ହୋଇଥିବା ଅଭୟ ଆଗକୁ ୟୁପିଏସ୍‌ସି ପରୀକ୍ଷା ଦେଇ ଆଇପିଏସ୍‌ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ପୋଡ଼ବାଡ଼ି ଗ୍ରାମର ବାପା ସୁଶାନ୍ତ ଏବଂ ମା’ କମଳାଙ୍କ ପୁଅ ଅଭୟଙ୍କ ଏଭଳି କୃତିତ୍ୱରେ ଗ୍ରାମରେ ଖୁସିର ଲହରି ଖେଳି ଯାଇଛି। ଅଭୟଙ୍କ ବାପା ସମଲେଶ୍ୱରୀ ଆଞ୍ଚଳିକ ଦୁଗ୍ଧ ଉପତ୍ାଦକ ସମବାୟ ସଂଘ, ସମ୍ବଲପୁର ପରିଚାଳିତ ବରଗଡ଼ ଦୁଗ୍ଧ ପ୍ଲାଣ୍ଟର ୟୁନିଟ୍‌ ଇନ୍‌ଚାର୍ଜ ଭାବେ କାର୍ଯ୍ୟରତ ଥିବାବେଳେ ମା’ ଗୃହିଣୀ ଅଟନ୍ତି। ମା’ ବାପା ଏବଂ ଗୁରୁଜନଙ୍କ ଆଶୀର୍ବାଦରୁ ସେ ଏଭଳି ସଫଳତା ପାଇଥିବା ଅଭୟ କହିଛନ୍ତି।

The post ଆଗକୁ ଅଭୟଙ୍କ ଆଇପିଏସ୍‌ ଲକ୍ଷ୍ୟ appeared first on Dharitri Odia News.