ଆଗକୁ ବଢ଼ିବ ଇଲେକ୍ଟ୍ରି କାର୍ ଚାହିଦା: ୨୦୨୪ରେ ୩୦ରୁ ୪୦% ବିକ୍ରି ବୃଦ୍ଧି ଆକଳନ
ଭୁବନେଶ୍ୱର,୨୧।୧୨ (ଅଭୟ ଦାଶ): ଗତ କିଛି ବର୍ଷ ହେଲା କ୍ରମାଗତ ଭାବେ ଘରୋଇ ବଜାରରେ ଇଲେକ୍ଟ୍ରି ଭେଇକିଲ (ଇଭି) ଯାନର ଚାହିଦା ବୃଦ୍ଧି ପାଇଛି। ଏପରିକି ଆଗକୁ ଆହୁରି ଇଭି କାର୍ ବିକ୍ରି ବଢିବ ବୋଲି ଟାଟା ମୋଟର୍ସର ଏମ୍ଡି (ଇଭି ଆଣ୍ଡ ପିଭି ଡିଭିଜନ) ଶୈଳେଶ ଚନ୍ଦ୍ରା କମ୍ପାନୀର ଇଭି ଏକ୍ସକ୍ଲୁସିଭ ଶୋ’ରୁମ୍ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇ ଏଭଳି ମତବ୍ୟକ୍ତ କରିଛନ୍ତି। ସେ ଆହୁରି କହିଛନ୍ତି, ୨୦୨୪ରେ ଇଭି କାର୍ ବିକ୍ରି ୩୦ରୁ ୪୦% […] The post ଆଗକୁ ବଢ଼ିବ ଇଲେକ୍ଟ୍ରି କାର୍ ଚାହିଦା: ୨୦୨୪ରେ ୩୦ରୁ ୪୦% ବିକ୍ରି ବୃଦ୍ଧି ଆକଳନ appeared first on Dharitri Odia News.
ଭୁବନେଶ୍ୱର,୨୧।୧୨ (ଅଭୟ ଦାଶ): ଗତ କିଛି ବର୍ଷ ହେଲା କ୍ରମାଗତ ଭାବେ ଘରୋଇ ବଜାରରେ ଇଲେକ୍ଟ୍ରି ଭେଇକିଲ (ଇଭି) ଯାନର ଚାହିଦା ବୃଦ୍ଧି ପାଇଛି। ଏପରିକି ଆଗକୁ ଆହୁରି ଇଭି କାର୍ ବିକ୍ରି ବଢିବ ବୋଲି ଟାଟା ମୋଟର୍ସର ଏମ୍ଡି (ଇଭି ଆଣ୍ଡ ପିଭି ଡିଭିଜନ) ଶୈଳେଶ ଚନ୍ଦ୍ରା କମ୍ପାନୀର ଇଭି ଏକ୍ସକ୍ଲୁସିଭ ଶୋ’ରୁମ୍ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇ ଏଭଳି ମତବ୍ୟକ୍ତ କରିଛନ୍ତି।
ସେ ଆହୁରି କହିଛନ୍ତି, ୨୦୨୪ରେ ଇଭି କାର୍ ବିକ୍ରି ୩୦ରୁ ୪୦% ବୃଦ୍ଧି ଘଟିବା ସମ୍ଭାବନା ଥିବାବେଳେ ୮ ଲକ୍ଷରୁ ୩୦ ଲକ୍ଷର ଇଭି କାର୍ ର ବିକ୍ରି ଚାହିଦା ବଢିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ୨୦୨୩ରେ ଇଭି କାର୍ ୯୦,୦୦୦ରୁ ୯୫,୦୦୦ ୟୁନିଟ୍ ବିକ୍ରି ହୋଇଥିଲାବେଳେ ୨୦୨୪ରେ ଏହି ସଂଖ୍ୟା ଆହୁରି ବୃଦ୍ଧି ହେବ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ସେହିଭଳି ଦେଶର ଯାତ୍ରୀବାହୀ ( ପାସେଞ୍ଜର ଭେଇକିଲ/ ପିଭି) କାର୍ ବିକ୍ରି ପରିମାଣ ୭ରୁ ୮% ବଢିବ ବୋଲି ସେ ଆକଳନ କରିଛନ୍ତି। ଏପରିକି ୨୦୨୩ରେ ମୋଟ ଘରୋଇ ଯାତ୍ରୀବାହୀ କାର୍ ୪.୧ମିଲିୟନ ବିକ୍ରି ହୋଇଥିଲା।
The post ଆଗକୁ ବଢ଼ିବ ଇଲେକ୍ଟ୍ରି କାର୍ ଚାହିଦା: ୨୦୨୪ରେ ୩୦ରୁ ୪୦% ବିକ୍ରି ବୃଦ୍ଧି ଆକଳନ appeared first on Dharitri Odia News.