ଆଗରୁ ବ୍ଲେଡ୍‌ରେ କାଟିଥିଲେ, ଏବେ ପନିକିରେ କାଟି ଜୀବନ ହାରିଲେ ଯୁବକ

କେନ୍ଦୁଝର,୧୭ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପନିକିରେ ନିକ ବେକ କାଟି ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ହେଲେ ସଦର ଥାନା ଅନ୍ତର୍ଗତ ବାଉରୀପଦା ପଞ୍ଚାୟତ ମୁକୁନା ଗ୍ରାମର ରଣଜିତ କୁମାର ନାଏକ(୩୫)। ସୂଚନାନୁସାରେ, ସେ ମଙ୍ଗଳବାର ରାତିରେ ଘରେ ଥିବା ପନିକିରେ ନିଜ ବେକ କାଟି ଦେଇଥିଲେ। ପ୍ରବଳ ରକ୍ତସ୍ରାବ ହେବା ସହିତ ଗୁରୁତର ହେବାରୁ ତାଙ୍କୁ ପରିବାର ଲୋକେ ତୁରନ୍ତ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରଣଜିତ୍‌ଙ୍କ […] The post ଆଗରୁ ବ୍ଲେଡ୍‌ରେ କାଟିଥିଲେ, ଏବେ ପନିକିରେ କାଟି ଜୀବନ ହାରିଲେ ଯୁବକ appeared first on Dharitri Odia News.

ଆଗରୁ ବ୍ଲେଡ୍‌ରେ କାଟିଥିଲେ, ଏବେ ପନିକିରେ କାଟି ଜୀବନ ହାରିଲେ ଯୁବକ

କେନ୍ଦୁଝର,୧୭ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପନିକିରେ ନିକ ବେକ କାଟି ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ହେଲେ ସଦର ଥାନା ଅନ୍ତର୍ଗତ ବାଉରୀପଦା ପଞ୍ଚାୟତ ମୁକୁନା ଗ୍ରାମର ରଣଜିତ କୁମାର ନାଏକ(୩୫)।
ସୂଚନାନୁସାରେ, ସେ ମଙ୍ଗଳବାର ରାତିରେ ଘରେ ଥିବା ପନିକିରେ ନିଜ ବେକ କାଟି ଦେଇଥିଲେ। ପ୍ରବଳ ରକ୍ତସ୍ରାବ ହେବା ସହିତ ଗୁରୁତର ହେବାରୁ ତାଙ୍କୁ ପରିବାର ଲୋକେ ତୁରନ୍ତ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରଣଜିତ୍‌ଙ୍କ ମୃତ୍ୟୁ ଘଟିଛି। ଆଜି ଖବର ପାଇ ସଦର ଥାନା ଏସ୍‌ଆଇ ଦିଲ୍ଲୀପ ମୁର୍ମୁ ମେଡିକାଲରେ ପହଞ୍ଚି କେସ୍‌ ନଂ ୪୫/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ପରେ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ପୂର୍ବରୁ ମଧ୍ୟ ରଞ୍ଜିତ ବ୍ଲେଡ୍‌ରେ ବେକ କାଟି ହୋଇଥିବା ଜଣାପଡ଼ିଛି। ସେ କାହିଁକି ପନିକିରେ ବେକ କାଟି ଆତ୍ମହତ୍ୟା କଲେ ନା ଆଉ କିଛି କାରଣ ରହିଛି ତାହାର ପୋଲିସ ତଦନ୍ତ କରୁଛି।

The post ଆଗରୁ ବ୍ଲେଡ୍‌ରେ କାଟିଥିଲେ, ଏବେ ପନିକିରେ କାଟି ଜୀବନ ହାରିଲେ ଯୁବକ appeared first on Dharitri Odia News.