ଆଗାମୀ ନିର୍ବାଚନ ନେଇ କୃଷ୍ଣପ୍ରସାଦ ବ୍ଳକ୍‌ରେ ପୁରୀ ଜିଲ୍ଲା ପ୍ରଶାସନର କ୍ଷେତ୍ର ପରିଦର୍ଶନ

ବ୍ରହ୍ମଗିରି ୨୦।୪: ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କୃଷ୍ଣପ୍ରସାଦ ବ୍ଲକରେ ନିର୍ବାଚନିକ କ୍ଷେତ୍ର ପରିଦର୍ଶନ କରିଛନ୍ତ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କ ସମେତ ପୁରୀ ଏସ୍‌ପି ପିନାକ ମିଶ୍ର । ଚିଲିକାର ୫ କି.ମି.ର ଜଳରାସ୍ତା ପାରହୋଇ କୃଷ୍ଣପ୍ରସାଦ ବ୍ଲକରେ ଥିବା ୧୪ଟି ପଞ୍ଚାୟତର କିଛି ସମ୍ଵେଦନଶୀଳ ବୁଥ୍ ବୁଲି ଦେଖିଥିଲେ । ବ୍ଲକର ସମସ୍ତ କର୍ମଚାରୀଙ୍କ ସହ ନିର୍ବାଚନ ସମ୍ପର୍କରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରିଥିଲେ । କିଭଳି ଭାବରେ ନିର୍ବାଚନ ପ୍ରକ୍ରିୟା ସୁରୁଖୁରରେ କରାଯିବ ତା ଉପରେ ମଧ୍ୟ ବିଶେଷ ଧ୍ୟାନ ଦେଇଥିଲେ । ସେପଟେ ଏସ୍‌ପି କହିଛନ୍ତି, କୃଷ୍ଣପ୍ରସାଦ ଚିଲିକା ଭିତରେ ରହିଥିବାରୁ ହଠାତ କୌଣସି ଜରୁରୀକାଳୀନ ପରିସ୍ଥିତିରେ ଏଠାକୁ ଯିବାଅସିବା ପାଣି ମାଧ୍ୟମରେ କଷ୍ଟ ସାଧ୍ୟ ହୋଇଥାଏ । ଯଥା ସମ୍ଭବ ଆମେ ଏଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି ରଖିବା ସହ କେତୋଟି ସମ୍ଵେଦନଶୀଳ ବୁଥ୍ ରହିଛି ତାହା ଚିହ୍ନଟ କରି କିଭଳି ସୁରୁଖୁରରେ ନିର୍ବାଚନ ପ୍ରକ୍ରିୟା ସରିବ, କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହେବ ତା ଉପରେ ନଜର ଦିଆଯାଇଛି ।You Can Read :ବାପା ଘରୋଇ ସ୍କୁଲରେ ସିକ୍ୟୁରିଟି ଗାର୍ଡ କାମ କରନ୍ତି, ପୁଅ ୟୁପିଏସ୍‌ସି ପରୀକ୍ଷାରେ ହାସଲ କଲେ ୬୭ ରାଙ୍କ

ଆଗାମୀ ନିର୍ବାଚନ ନେଇ କୃଷ୍ଣପ୍ରସାଦ ବ୍ଳକ୍‌ରେ ପୁରୀ ଜିଲ୍ଲା ପ୍ରଶାସନର କ୍ଷେତ୍ର ପରିଦର୍ଶନ

ବ୍ରହ୍ମଗିରି ୨୦।୪: ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କୃଷ୍ଣପ୍ରସାଦ ବ୍ଲକରେ ନିର୍ବାଚନିକ କ୍ଷେତ୍ର ପରିଦର୍ଶନ କରିଛନ୍ତ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କ ସମେତ ପୁରୀ ଏସ୍‌ପି ପିନାକ ମିଶ୍ର । ଚିଲିକାର ୫ କି.ମି.ର ଜଳରାସ୍ତା ପାରହୋଇ କୃଷ୍ଣପ୍ରସାଦ ବ୍ଲକରେ ଥିବା ୧୪ଟି ପଞ୍ଚାୟତର କିଛି ସମ୍ଵେଦନଶୀଳ ବୁଥ୍ ବୁଲି ଦେଖିଥିଲେ । ବ୍ଲକର ସମସ୍ତ କର୍ମଚାରୀଙ୍କ ସହ ନିର୍ବାଚନ ସମ୍ପର୍କରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରିଥିଲେ । କିଭଳି ଭାବରେ ନିର୍ବାଚନ ପ୍ରକ୍ରିୟା ସୁରୁଖୁରରେ କରାଯିବ ତା ଉପରେ ମଧ୍ୟ ବିଶେଷ ଧ୍ୟାନ ଦେଇଥିଲେ । 

ସେପଟେ ଏସ୍‌ପି କହିଛନ୍ତି, କୃଷ୍ଣପ୍ରସାଦ ଚିଲିକା ଭିତରେ ରହିଥିବାରୁ ହଠାତ କୌଣସି ଜରୁରୀକାଳୀନ ପରିସ୍ଥିତିରେ ଏଠାକୁ ଯିବାଅସିବା ପାଣି ମାଧ୍ୟମରେ କଷ୍ଟ ସାଧ୍ୟ ହୋଇଥାଏ । ଯଥା ସମ୍ଭବ ଆମେ ଏଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି ରଖିବା ସହ କେତୋଟି ସମ୍ଵେଦନଶୀଳ ବୁଥ୍ ରହିଛି ତାହା ଚିହ୍ନଟ କରି କିଭଳି ସୁରୁଖୁରରେ ନିର୍ବାଚନ ପ୍ରକ୍ରିୟା ସରିବ, କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହେବ ତା ଉପରେ ନଜର ଦିଆଯାଇଛି ।

You Can Read :

ବାପା ଘରୋଇ ସ୍କୁଲରେ ସିକ୍ୟୁରିଟି ଗାର୍ଡ କାମ କରନ୍ତି, ପୁଅ ୟୁପିଏସ୍‌ସି ପରୀକ୍ଷାରେ ହାସଲ କଲେ ୬୭ ରାଙ୍କ