ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ, ଅଷ୍ଟ୍ରେଲିଆ ପକ୍ଷରୁ ଚୂଡାନ୍ତ କ୍ରୀଡାସୂଚୀ ଘୋଷଣା

ମେଲବର୍ଣ୍ଣ ୨୮।୦୩ : ଆଗାମୀ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ପାଇଁ କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ ଚୂଡ଼ାନ୍ତ କ୍ରୀଡ଼ାସୂଚୀ ଘୋଷଣା କରାଯାଇଛି । ଆସନ୍ତା ନଭେମ୍ବର ୨୨ରୁ ଟେଷ୍ଟ ସିରିଜ ଆରମ୍ଭ ହୋଇ ୨୦୨୫ ଜାନୁଆରୀ ମାସ ୭ ତାରିଖରେ ଶେଷ   ହେବ । ଫଳରେ ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଭାରତୀୟ  ଦଳ ଅଷ୍ଟ୍ରେଲିଆରେ ପହଞ୍ଚି ପ୍ରସ୍ତୁତି ଆରମ୍ଭ କରିବ । ଏଣିକି ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ୫ଟି  ମ୍ୟାଚ୍‌ ଖେଳାଯିବ । ପୂର୍ବରୁ ଏହି ସିରିଜ ୪ମ୍ୟାଚ୍‌  ବିଶିଷ୍ଟ ରହିଥିଲା । ଶେଷ ଥର ପାଇଁ ୧୯୯୧/୯୨ରେ ଉଭୟ ଦଳ ମଧ୍ୟରେ ୫ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ   ଖେଳାଯାଇଥିଲା । ଅଷ୍ଟ୍ରେଲିଆ  ୪-୦ରେ ଏହି ସିରିଜ ଜିତିଥିଲା । ମାତ୍ର ସେତେବେଳେ ଏହି ସିରିଜର ନାମ ବର୍ଡର-ଗାଭାସ୍କର ଟ୍ରଫି ନଥିଲା।  ପେସ୍‌ ବୋଲରଙ୍କ ସ୍ୱର୍ଗ ଭାବେ ପରିଚିତ ପର୍ଥରେ ପ୍ରଥମ ଟେଷ୍ଟ ଆୟୋଜନ କରାଯିବ। ନଭେମ୍ବର ୨୨ ତାରିଖରୁ ଏହି ଟେଷ୍ଟ ଆରମ୍ଭ ହେବ। ପର୍ଥରେ ନବ ନିର୍ମିତ ଅପ୍ଟସ ଷ୍ଟାଡ଼ିୟମ୍‌ ବର୍ତ୍ତମାନ ଅଷ୍ଟ୍ରେଲିଆର  ପ୍ରିୟ ଭେନ୍ୟୁ ଭାବେ ଗଣା ହେଉଛି । ଏହି ଗ୍ରାଉଣ୍ଡରେ  ଅଷ୍ଟ୍ରେଲିଆ ୪ଟି ଟେଷ୍ଟ ଖେଳିଛି ଓ ସମସ୍ତ ଟେଷ୍ଟ  ଜିତିଛି । ୨୦୧୮/୧୯ ସିଜନରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ଖେଳାଯାଇଥିଲା ଓ ଅଷ୍ଟ୍ରେଲିଆ ୧୪୬ ରନ୍‌ରେ ଉକ୍ତ ମ୍ୟାଚ୍‌ ଜିତିଥିଲା । ମାତ୍ର ପରେ ଭାରତ ୨-୧ରେ ସିରିଜ ବିଜୟୀ ହୋଇଥିଲା। ୨୦୨୦/୨୧

ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ, ଅଷ୍ଟ୍ରେଲିଆ ପକ୍ଷରୁ ଚୂଡାନ୍ତ କ୍ରୀଡାସୂଚୀ ଘୋଷଣା

ମେଲବର୍ଣ୍ଣ ୨୮।୦୩ : ଆଗାମୀ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ପାଇଁ କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ ଚୂଡ଼ାନ୍ତ କ୍ରୀଡ଼ାସୂଚୀ ଘୋଷଣା କରାଯାଇଛି । ଆସନ୍ତା ନଭେମ୍ବର ୨୨ରୁ ଟେଷ୍ଟ ସିରିଜ ଆରମ୍ଭ ହୋଇ ୨୦୨୫ ଜାନୁଆରୀ ମାସ ୭ ତାରିଖରେ ଶେଷ   ହେବ । ଫଳରେ ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଭାରତୀୟ  ଦଳ ଅଷ୍ଟ୍ରେଲିଆରେ ପହଞ୍ଚି ପ୍ରସ୍ତୁତି ଆରମ୍ଭ କରିବ । ଏଣିକି ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ୫ଟି  ମ୍ୟାଚ୍‌ ଖେଳାଯିବ । ପୂର୍ବରୁ ଏହି ସିରିଜ ୪ମ୍ୟାଚ୍‌  ବିଶିଷ୍ଟ ରହିଥିଲା । ଶେଷ ଥର ପାଇଁ ୧୯୯୧/୯୨ରେ ଉଭୟ ଦଳ ମଧ୍ୟରେ ୫ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ   ଖେଳାଯାଇଥିଲା । ଅଷ୍ଟ୍ରେଲିଆ  ୪-୦ରେ ଏହି ସିରିଜ ଜିତିଥିଲା । ମାତ୍ର ସେତେବେଳେ ଏହି ସିରିଜର ନାମ ବର୍ଡର-ଗାଭାସ୍କର ଟ୍ରଫି ନଥିଲା।  

ପେସ୍‌ ବୋଲରଙ୍କ ସ୍ୱର୍ଗ ଭାବେ ପରିଚିତ ପର୍ଥରେ ପ୍ରଥମ ଟେଷ୍ଟ ଆୟୋଜନ କରାଯିବ। ନଭେମ୍ବର ୨୨ ତାରିଖରୁ ଏହି ଟେଷ୍ଟ ଆରମ୍ଭ ହେବ। ପର୍ଥରେ ନବ ନିର୍ମିତ ଅପ୍ଟସ ଷ୍ଟାଡ଼ିୟମ୍‌ ବର୍ତ୍ତମାନ ଅଷ୍ଟ୍ରେଲିଆର  ପ୍ରିୟ ଭେନ୍ୟୁ ଭାବେ ଗଣା ହେଉଛି । ଏହି ଗ୍ରାଉଣ୍ଡରେ  ଅଷ୍ଟ୍ରେଲିଆ ୪ଟି ଟେଷ୍ଟ ଖେଳିଛି ଓ ସମସ୍ତ ଟେଷ୍ଟ  ଜିତିଛି । ୨୦୧୮/୧୯ ସିଜନରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ଖେଳାଯାଇଥିଲା ଓ ଅଷ୍ଟ୍ରେଲିଆ ୧୪୬ ରନ୍‌ରେ ଉକ୍ତ ମ୍ୟାଚ୍‌ ଜିତିଥିଲା । ମାତ୍ର ପରେ ଭାରତ ୨-୧ରେ ସିରିଜ ବିଜୟୀ ହୋଇଥିଲା। ୨୦୨୦/୨୧ରେ ଏହି ଗ୍ରାଉଣ୍ଡ ବର୍ଡର-ଗାଭାସ୍କର ଟ୍ରଫି ଆୟୋଜନର ସୁଯୋଗ ପାଇନଥିଲା।

ମେଲବର୍ଣ୍ଣରେ ବକ୍ସିଂ ଡେ’ ଟେଷ୍ଟ ପୂର୍ବରୁ ସିରିଜର ପ୍ରଥମ ୩ଟି ଟେଷ୍ଟ ଶେଷ ହୋଇ ସାରିଥିବ। ଆଡିଲେଡ୍‌ରେ ଦ୍ୱିତୀୟ ଟେଷ୍ଟ ଓ ବ୍ରିସବେନ(ଗାବା) ରେ ତୃତୀୟ ଟେଷ୍ଟ ଅନୁଷ୍ଠିତ ହେବ। ସିଡନୀ ପାରମ୍ପରିକ ନୂଆ ବର୍ଷ ଟେଷ୍ଟ ଆୟୋଜନ କରିବ।  ଆଡିଲେଡ୍‌ ଦିବା-ରାତ୍ର ଟେଷ୍ଟ ଆୟୋଜନ କରିବ। ଫଳରେ ପିଙ୍କ୍‌ ବଲ୍‌ରେ ଏହି ମ୍ୟାଚ୍‌ ଖେଳାଯିବ ।

ସୂଚନାଯୋଗ୍ୟ, ଭାରତ ୨୦୧୭ରୁ ବର୍ଡର-ଗାଭାସ୍କର  ଟ୍ରଫି ବଜାୟ ରଖିଛି । ୨୦୧୮/୧୯ ଓ ୨୦୨୦/୨୧ ଗସ୍ତରେ ଭାରତ ୨-୧ରେ ସିରିଜ ବିଜୟ ହାସଲ କରିଥିଲା।