ମହାବିନାୟକରେ ଶୀତଳ ଷଷ୍ଠୀ ଉତ୍ସବ ପାଳନ, ସାମିଲ ହେଲେ ଅନେକ ଶ୍ରଦ୍ଧାଳୁ

ଚଣ୍ଡିଖୋଲ ୧୧।୦୬ : ଯାଜପୁର ବଡ଼ଚଣା ନିର୍ବାଚନ ମଣ୍ଡଳୀ ମହାବିନାୟକରେ ଅନେକ ବର୍ଷ ଧରି ଚାଲିଛି ଶୀତଳ ଷଷ୍ଠୀ ଉତ୍ସବ। ମନ୍ଦିର ଟ୍ରଷ୍ଟ ପକ୍ଷରୁ ସାଜସଜା ବିମାନରେ ପ୍ରଭୁ ଭୋଳାନାଥଙ୍କ ପ୍ରତିମୂର୍ତ୍ତି ରଖି ବରଯାତ୍ରୀମାନଙ୍କୁ ନେଇ କନ୍ୟା ଘରେ ବାଜା, ବାଣ ସଂକୀର୍ତ୍ତନ ରୋଷଣୀ କରି ପହଞ୍ଚିଥିଲେ । କନ୍ୟା ପକ୍ଷ ଲୋକ ବର ଓ ବରଯାତ୍ରୀଙ୍କୁ ପାଛୋଟି ନେଇ ଆତିଥ୍ୟ ଦେଇଥିଲେ । ପରେ ବ୍ରାହ୍ମଣ ବରକୁ ବରଣୀ କରି ପାର୍ଶ୍ୱଦେବତାଙ୍କୁ ପୂଜାନ କରି ବିବାହ ଆରମ୍ଭ ହୋଇଥିଲା। ହୋମ, ଆଳତୀ, ପୁଷ୍ପାଞ୍ଜଳୀ, ବନ୍ଦାପନା କରି ପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ ଶ୍ରଦ୍ଧାଳୁ ।   