ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ହେବ ମତଦାନ, ଟ୍ରମ୍ପ ଓ କମଳା ହାରିସଙ୍କ ମଧ୍ୟରେ ଲଢ଼େଇ
ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ବହୁପ୍ରତୀକ୍ଷିତ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ । ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ଓ ଡୋନାଲଡ୍ ଟ୍ରମ୍ପଙ୍କ ମଧ୍ୟରେ କଡା ମୁକାବିଲା ହେଉଛି। ଭାରତୀୟ ସମୟ ଅପରାହ୍ନ ୪ଟା ୩୦ରୁ ଆସନ୍ତାକାଲି ସକାଳ ୬ଟା ୩୦ ପର୍ଯ୍ୟନ୍ତ ଭୋଟ ପଡିବ । ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟ ଅନୁସାରେ କିଛି ରାଜ୍ୟରେ କମଲାଙ୍କ ପଲ୍ଲା ଭାରୀ ରହିଥିବା ବେଳେ ଆଉ କିଛି ରାଜ୍ୟରେ […] The post ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ହେବ ମତଦାନ, ଟ୍ରମ୍ପ ଓ କମଳା ହାରିସଙ୍କ ମଧ୍ୟରେ ଲଢ଼େଇ appeared first on KNews Odisha.

ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ବହୁପ୍ରତୀକ୍ଷିତ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ । ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ଓ ଡୋନାଲଡ୍ ଟ୍ରମ୍ପଙ୍କ ମଧ୍ୟରେ କଡା ମୁକାବିଲା ହେଉଛି। ଭାରତୀୟ ସମୟ ଅପରାହ୍ନ ୪ଟା ୩୦ରୁ ଆସନ୍ତାକାଲି ସକାଳ ୬ଟା ୩୦ ପର୍ଯ୍ୟନ୍ତ ଭୋଟ ପଡିବ । ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟ ଅନୁସାରେ କିଛି ରାଜ୍ୟରେ କମଲାଙ୍କ ପଲ୍ଲା ଭାରୀ ରହିଥିବା ବେଳେ ଆଉ କିଛି ରାଜ୍ୟରେ ଟ୍ରମ୍ପ ଆଗୁଆ ରହିବାର ସମ୍ଭାବନା ଅଛି। ଏଯାଏ ଆମେରିକାର ସାଢେ ୭କୋଟି ଲୋକ ମତଦାନ କରିସାରିଛନ୍ତି। ମତଦାନ ଶେଷ ହେବା ପରେ ହେବ ଭୋଟ ଗଣତି।
ଜାନୁଆରୀ ୬ରେ ଫଳାଫଳ ଘୋଷଣା ପରେ ଜାନୁଆରୀ ୨୦ ତାରିଖରେ ନୂଆ ରାଷ୍ଟ୍ରପତି ଶପଥ ନେବେ । ଆମେରିକାରେ ମୋଟ ଇଲେକ୍ଟୋରାଲଙ୍କ ସଂଖ୍ୟା ୫୩୮ ହୋଇଥିବା ବେଳେ ୨୭୦ ରୁ ଅଧିକ ଭୋଟ ପାଇଥିବା ପ୍ରାର୍ଥୀ ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି। ବିଭିନ୍ନ ରାଜ୍ୟର ଜନସଂଖ୍ୟା ଅନୁସାରେ ସେହି ରାଜ୍ୟର ନିର୍ବାଚିତ ପ୍ରତିନିଧି ବା ଇଲେକ୍ଟୋରାଲଙ୍କ ସଂଖ୍ୟା ଚୟନ କରାଯାଇଥାଏ। ଆମେରିକା ରାଜନୀତିରେ କୌଣସି ମହିଳା ରାଷ୍ଟ୍ରପତି ନିର୍ବାିଚତ ହୋଇନାହାନ୍ତି। ଯଦି କମଲା ହାରିସ ରାଷ୍ଟ୍ରପତି ଭାବେ ନିର୍ବାଚିଚ ହୁଅନ୍ତି, ତେବେ ସେ ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି ହେବେ।
The post ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ହେବ ମତଦାନ, ଟ୍ରମ୍ପ ଓ କମଳା ହାରିସଙ୍କ ମଧ୍ୟରେ ଲଢ଼େଇ appeared first on KNews Odisha.