ମୁଖ୍ୟ ନିର୍ବାଚନ କମିସନର ଚୟନ ପାଇଁ ‘ସର୍ଚ୍ଚ କମିଟି’ ଗଠନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଫେବ୍ରୁଆରି ୧୮ରେ ଅବସର ନେଉଛନ୍ତି। ଏଣୁ ରାଜୀବ କୁମାରଙ୍କ ଉତ୍ତରାଧିକାରୀ ଚୟନ ପାଇଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଏକ ସର୍ଚ୍ଚ କମିଟି ଗଠନ କରିଛି । ଏହି କମିଟିର ନେତୃତ୍ୱ ନେବେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । ସର୍ଚ୍ଚ କମିଟି ସମ୍ଭାବ୍ୟ ନାମ ଚୟନ କରିବ ଏବଂ ଏହାକୁ ଚୟନ କମିଟି ସମ୍ମୁଖରେ ରଖାଯିବ। ଚୟନ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର କ୍ୟାବିନେଟ୍‌ର ଜଣେ […]

ମୁଖ୍ୟ ନିର୍ବାଚନ କମିସନର ଚୟନ ପାଇଁ ‘ସର୍ଚ୍ଚ କମିଟି’ ଗଠନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଫେବ୍ରୁଆରି ୧୮ରେ ଅବସର ନେଉଛନ୍ତି। ଏଣୁ ରାଜୀବ କୁମାରଙ୍କ ଉତ୍ତରାଧିକାରୀ ଚୟନ ପାଇଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଏକ ସର୍ଚ୍ଚ କମିଟି ଗଠନ କରିଛି । ଏହି କମିଟିର ନେତୃତ୍ୱ ନେବେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । ସର୍ଚ୍ଚ କମିଟି ସମ୍ଭାବ୍ୟ ନାମ ଚୟନ କରିବ ଏବଂ ଏହାକୁ ଚୟନ କମିଟି ସମ୍ମୁଖରେ ରଖାଯିବ। ଚୟନ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର କ୍ୟାବିନେଟ୍‌ର ଜଣେ ମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରହିବେ।
ମୁଖ୍ୟ ନିର୍ବାଚନ କମିସନର ଓ ଅନ୍ୟ ନିର୍ବାଚନ କମିସନର (ନିଯୁକ୍ତି, ଚାକିରି ସର୍ତ୍ତାବଳୀ ଓ କାର୍ଯ୍ୟକାଳ) ଆଇନ, ୨୦୨୩ ଅନୁଯାୟୀ, ୫ ଜଣିଆ ପ୍ୟାନେଲରୁ ସିଇସି ଚୟନ କରାଯିବ। ପ୍ରଥମ ଥର ପାଇଁ ଏହି ନୂଆ ଆଇନକୁ ସିଇସି ନିଯୁକ୍ତି ପାଇଁ ବ୍ୟବହାର କରାଯିବ। ଯଦିଓ ୨୦୨୪ ମାର୍ଚ୍ଚରେ ନିର୍ବାଚନ କମିସନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁଙ୍କ ନିଯୁକ୍ତି ପାଇଁ ଏହି ପ୍ରକ୍ରିୟା ଗ୍ରହଣ କରାଯାଇଥିଲା, ତଥାପି ମୁଖ୍ୟ ନିର୍ବାଚନ କମିସନର ଚୟନରେ ଏହା ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେବ । ପୂର୍ବରୁ କେବଳ ବରିଷ୍ଠତମ ନିର୍ବାଚନ କମିସନରଙ୍କୁ ସିଇସି ପଦକୁ ପଦୋନ୍ନତି ଦିଆଯାଇଥିଲା। ମିଳିଥିବା ସୂଚନାନୁଯାୟୀ ଆଇନ ମନ୍ତ୍ରଣାଳୟ ଆଇନ ମନ୍ତ୍ରୀ ଏବଂ ଦୁଇ ସଚିବ (ଅର୍ଥ ମନ୍ତ୍ରଣାଳୟ ଏବଂ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ)ଙ୍କୁ ନେଇ ଏକ କମିଟି ଗଠନ କରିଛି। ଏହି କମିଟି ୫ ଜଣ ସଚିବସ୍ତରୀୟ ଅଧିକାରୀଙ୍କୁ ନେଇ ଏକ ପ୍ୟାନେଲ ପ୍ରସ୍ତୁତ କରିବ, ଯେଉଁଥିରୁ ଚୟନ କମିଟି ନାମ ଚୟନ କରିବ।