ଆଜି ଏସ୍‌ସିବିରେ ହେବ ପ୍ରଥମ ଲିଭର ପ୍ରତିରୋପଣ

କଟକ,୩।୪(ଶିଳ୍ପା ପ୍ରିୟଦର୍ଶିନୀ):ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ଇତିହାସ ରଚିବାକୁ ଯାଉଛି ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିିକାଲ କଲେଜ ଆଣ୍ଡ ହସ୍ପିଟାଲ (ଏସ୍‌ସିବି)। ଦୀର୍ଘ ୧୪ ବର୍ଷ ଅପେକ୍ଷାର ଅନ୍ତ ହେବ। ପ୍ରଥମଥର ପାଇଁ ବୁଧବାର ଏସ୍‌ସିବିରେ ଲିଭର ଟ୍ରାନ୍ସପ୍ଲାଣ୍ଟ ବା ଯକୃତ ପ୍ରତିରୋପଣ କରାଯିବ। ସମସ୍ତ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ପାଇଁ ହାଇଦ୍ରାବାଦସ୍ଥିତ ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟୋରୋଲୋଜି (ଏଆଇଜି)ର ଏକ ଟିମ୍‌ ଆସି ମଙ୍ଗଳବାର ଏସ୍‌ସିବି ମେଡିିକାଲରେ ପହଞ୍ଚିଛି। ଏଆଇଜି ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ ନିର୍ଦ୍ଦେଶକ ତଥା ମୁଖ୍ୟ […] The post ଆଜି ଏସ୍‌ସିବିରେ ହେବ ପ୍ରଥମ ଲିଭର ପ୍ରତିରୋପଣ appeared first on Dharitri Odia News.

ଆଜି ଏସ୍‌ସିବିରେ ହେବ ପ୍ରଥମ ଲିଭର ପ୍ରତିରୋପଣ

କଟକ,୩।୪(ଶିଳ୍ପା ପ୍ରିୟଦର୍ଶିନୀ):ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ଇତିହାସ ରଚିବାକୁ ଯାଉଛି ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିିକାଲ କଲେଜ ଆଣ୍ଡ ହସ୍ପିଟାଲ (ଏସ୍‌ସିବି)। ଦୀର୍ଘ ୧୪ ବର୍ଷ ଅପେକ୍ଷାର ଅନ୍ତ ହେବ। ପ୍ରଥମଥର ପାଇଁ ବୁଧବାର ଏସ୍‌ସିବିରେ ଲିଭର ଟ୍ରାନ୍ସପ୍ଲାଣ୍ଟ ବା ଯକୃତ ପ୍ରତିରୋପଣ କରାଯିବ। ସମସ୍ତ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ପାଇଁ ହାଇଦ୍ରାବାଦସ୍ଥିତ ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟୋରୋଲୋଜି (ଏଆଇଜି)ର ଏକ ଟିମ୍‌ ଆସି ମଙ୍ଗଳବାର ଏସ୍‌ସିବି ମେଡିିକାଲରେ ପହଞ୍ଚିଛି। ଏଆଇଜି ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ ନିର୍ଦ୍ଦେଶକ ତଥା ମୁଖ୍ୟ ପି. ବାଲଚନ୍ଦ୍ରନ ମେନନ୍‌, ଉପସଭାପତି ସନ୍ତୋଷ କୁମାର ସାହୁ ହେପାଟୋଲୋଜି ବିଭାଗରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଇସିୟୁ, ମଡ୍ୟୁଲାର ଓଟି ଏବଂ ପ୍ରତିରୋପଣ ବ୍ୟବସ୍ଥା ପାଇଁ ଯେଉଁ୍‌ସବୁ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି, ତାହା ଦେଖି ଏଆଇଜି ଟିମ୍‌ ସନ୍ତୋଷ ବ୍ୟକ୍ତ କରିଛି। ବୁଧବାର କଟକ ଜିଲାର ଜଣେ ରୋଗୀଙ୍କର ଲିଭର ପ୍ରତିରୋପଣ କରାଯିବା ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଏସ୍‌ସିବିରେ ଲିଭର ପ୍ରତିରୋପଣ କରାଯିବା ନେଇ ଦୀର୍ଘ ୧୪ ବର୍ଷ ହେଲା ଯୋଜନା ଓ ପ୍ରକ୍ରିୟା ଜାରି ରହିଥିଲା। ଏ ନେଇ ଗତ ଜାନୁଆରୀ ୫ରେ ଏସ୍‌ସିବି ମେଡିିକାଲକୁ ଏଆଇଜି ଟିମ୍‌ ଆସିଥିଲା। ୭ଜଣ ରୋଗୀଙ୍କ ସ୍କ୍ରିନିଂ କରିବା ସହ ଲିଭର ପ୍ରତିରୋପଣ ପାଇଁ ଆବଶ୍ୟକ ଥିବା ଉକ୍ତ ଟିମ୍‌ ସୂଚାଇଥିଲା। ଏପରିକି ଗ୍ରହୀତା-ଦାତାଙ୍କ ସହିତ ବି ଆଲୋଚନା କରିଥିଲା। ଯେଉଁ ରୋଗୀମାନଙ୍କୁ ସ୍କ୍ରିନିଂ କରାଯାଇଥିଲା, ପ୍ରାୟତଃ ସମସ୍ତ ରୋଗୀ ଲିଭର ପ୍ରତିରୋପଣ ପାଇଁ ଯୋଗ୍ୟ ଥିବା ଉକ୍ତ ଟିମ୍‌ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲା। ଏସ୍‌ସିବି ମେଡିକାଲର ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଡା. ପ୍ରସେନ୍‌ଜିତ ମହାନ୍ତି, ଅଧୀକ୍ଷକ ପ୍ରଫେସର ଡା. ସୁଧାଂଶୁ ଶେଖର ମିଶ୍ର, ପ୍ରଫେସର ଡା. ଉମେଶ ଚନ୍ଦ୍ର ପାତ୍ର, ପ୍ରଫେସର ଡା. ମନୋଜ କୁମାର ପଟ୍ଟନାୟକ, ଲିଭର ପ୍ରତିରୋପଣ ବିଭାଗର ନୋଡାଲ ଅଫିସର ରାଜେଶ କୁମାର ଦୋରା, ପ୍ରଫେସର ଡା. ପ୍ରତିମା ସାହୁ, ପ୍ରଫେସର ଡାକ୍ତର ପ୍ରମୋଦ ପଲେଇ, ପ୍ରଫେସର ଡା. ପ୍ରଭାକର ମିଶ୍ର, ପ୍ରଫେସର ଡା. ଧରିତ୍ରୀ ମହାପାତ୍ର, ପ୍ରଫେସର ଡା. ସୁଶାନ୍ତ କୁମାର ଜେନା, ପ୍ରଫେସର ଡା. ପ୍ରତିମା ସାହୁଙ୍କ ସମେତ ୧୭ଟି ବିଭାଗର ଡାକ୍ତରଙ୍କୁ ନେଇ ଲିଭର ପ୍ରତିରୋପଣ ବ୍ୟବସ୍ଥାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଛି।

The post ଆଜି ଏସ୍‌ସିବିରେ ହେବ ପ୍ରଥମ ଲିଭର ପ୍ରତିରୋପଣ appeared first on Dharitri Odia News.