ଆଜି ଓଡିଶା ଆସୁଛନ୍ତି ରାଜନାଥ ସିଂ

ଭୁବନେଶ୍ୱର,୨୨।୨: ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଦିନିକିଆ ଗସ୍ତରେ ଆସି ରାଜନାଥ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ମଙ୍ଗଳବାର ରାଜନାଥଙ୍କର ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦାରେ କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୧ଟାରେ ନବରଙ୍ଗପୁରରେ କୋର୍‌ କମିଟି ବୈଠକରେ ସାମିଲ ହେବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ। ଏହାପରେ ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ବ୍ରହ୍ମପୁର ଆମ୍ବପୁଆସ୍ଥିତ ବିବେକ ବିହାରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ଏହାପରେ ବାରିପଦା ଯିବେ […] The post ଆଜି ଓଡିଶା ଆସୁଛନ୍ତି ରାଜନାଥ ସିଂ appeared first on Dharitri Odia News.

ଆଜି ଓଡିଶା ଆସୁଛନ୍ତି ରାଜନାଥ ସିଂ

ଭୁବନେଶ୍ୱର,୨୨।୨: ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଦିନିକିଆ ଗସ୍ତରେ ଆସି ରାଜନାଥ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ମଙ୍ଗଳବାର ରାଜନାଥଙ୍କର ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦାରେ କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୧ଟାରେ ନବରଙ୍ଗପୁରରେ କୋର୍‌ କମିଟି ବୈଠକରେ ସାମିଲ ହେବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ। ଏହାପରେ ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ବ୍ରହ୍ମପୁର ଆମ୍ବପୁଆସ୍ଥିତ ବିବେକ ବିହାରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ଏହାପରେ ବାରିପଦା ଯିବେ ।

ବାରିପଦାରେ ଅପରାହ୍ନ ୪ଟାରେ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ । ବାରିପଦାରେ ବିଜୟ ସଂକଳ୍ପ ସମାବେଶ ରହିଛି। କେନ୍ଦ୍ର ସରକାରଙ୍କ ଜନ ହିତକର କାର୍ଯ୍ୟ ଓ ସଫଳତାର ବାର୍ତ୍ତା କିପରି ସାଧାରଣ ଲୋକଙ୍କ ପାଖେ ପହଞ୍ଚିବ ସେନେଇ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ ରାଜନାଥ ସିଂ।

 

The post ଆଜି ଓଡିଶା ଆସୁଛନ୍ତି ରାଜନାଥ ସିଂ appeared first on Dharitri Odia News.