ଆଜି କଳିଙ୍ଗରେ କୋଲକାତା ଡର୍ବି
ଭୁବନେଶ୍ୱର,୧୯ା୧(ସରୋଜ ଜେନା): ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଖେଳାଯିବ କୋଲକାତା ଡର୍ବି। ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ମୋହନବାଗାନ ସୁପର ଜାଏଣ୍ଟ୍ସ ଓ ଇଷ୍ଟ ବେଙ୍ଗଲ ଏଫ୍ସି। ଏହି ମ୍ୟାଚ୍ ଉଭୟ ଦଳ ପାଇଁ କ୍ୱାର୍ଟର ଫାଇନାଲ ସଦୃଶ। ଯେଉଁ ଦଳ ବିଜୟୀ ହେବ ସେ ସେମି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ। ଅନ୍ୟ ପକ୍ଷରେ ଏହି ଦୁଇ ଦଳ ମଧ୍ୟରେ ପଶ୍ଚିମବଙ୍ଗ ବାହାରେ ମ୍ୟାଚ୍ ଖେଳାଯିବାର ମଧ୍ୟ ଏହା ପ୍ରଥମ ଦୃଷ୍ଟାନ୍ତ। ଗ୍ରୁପ୍ ଏରେ ଉଭୟ […] The post ଆଜି କଳିଙ୍ଗରେ କୋଲକାତା ଡର୍ବି appeared first on Dharitri Odia News.
ଭୁବନେଶ୍ୱର,୧୯ା୧(ସରୋଜ ଜେନା): ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଖେଳାଯିବ କୋଲକାତା ଡର୍ବି। ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ମୋହନବାଗାନ ସୁପର ଜାଏଣ୍ଟ୍ସ ଓ ଇଷ୍ଟ ବେଙ୍ଗଲ ଏଫ୍ସି। ଏହି ମ୍ୟାଚ୍ ଉଭୟ ଦଳ ପାଇଁ କ୍ୱାର୍ଟର ଫାଇନାଲ ସଦୃଶ। ଯେଉଁ ଦଳ ବିଜୟୀ ହେବ ସେ ସେମି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ। ଅନ୍ୟ ପକ୍ଷରେ ଏହି ଦୁଇ ଦଳ ମଧ୍ୟରେ ପଶ୍ଚିମବଙ୍ଗ ବାହାରେ ମ୍ୟାଚ୍ ଖେଳାଯିବାର ମଧ୍ୟ ଏହା ପ୍ରଥମ ଦୃଷ୍ଟାନ୍ତ। ଗ୍ରୁପ୍ ଏରେ ଉଭୟ ଦଳ ସ୍ଥାନ ପାଇଥିବା ବେଳେ ଉଭୟ ଦଳ ଦୁଇଟି ଲେଖାଏ ମ୍ୟାଚ୍ ଖେଳି ଉଭୟରେ ବିଜୟ ହାସଲ କରିଛନ୍ତି। ତେବେ ଗୋଲ ବ୍ୟବଧାନରେ ଇଷ୍ଟ ବେଙ୍ଗଲ ଆଗୁଆ ରହିଛି। ଫଳରେ ଅନ୍ତିମ ମ୍ୟାଚ୍ଟି ଡ୍ର ହେଲେ ଇଷ୍ଟବେଙ୍ଗଲ ଫାଇଦାରେ ରହିବ। ନିକଟ ଅତୀତରେ ମୋହନ ବାଗାନ କଳିଙ୍ଗ ଷ୍ଟାଡିୟମରେ ୩ଟି ମ୍ୟାଚ୍ ଖେଳି ସାରିଥିବା ବେଳେ ଏହା ଦଳକୁ ସାମାନ୍ୟ ଫାଇଦାରେ ରଖିବ।
ମ୍ୟାଚ୍ ପୂର୍ବରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଉଭୟ ଦଳର କୋଚ୍ ଓଡ଼ିଶାର କ୍ରୀଡା ଭିତ୍ତିଭୂମିକୁ ବେଶ ପ୍ରଶଂସା କରିଥିଲେ। ଏକା ଥରରେ ୧୬ ଫୁଟବଲ ଦଳକୁ ଓଡ଼ିଶା ଯେଉଁ ଭଳି ଢଙ୍ଗରେ ପରିଚାଳନା କରିଛି ତାହା ପ୍ରଶଂସନୀୟ ବୋଲି ଉଭୟ କହିଥିଲେ। ଇଷ୍ଟବେଙ୍ଗଲ ମୁଖ୍ୟ କୋଚ୍ କାର୍ଲୋସ କୁଆର୍ଡେଟ୍ କହିଥିଲେ ମୁଁ ଓଡ଼ିଶାରେ ଅଧିକ ସମୟ ବିତାଇଛି। ଏଠିକାର ଫୁଟବଲ ଭିତ୍ତିଭୂମି ଚମତ୍କାର ହୋଇଥିବା ବେଳେ ଅଭ୍ୟାସ ପିଚ ଗୁଡିକ ମଧ୍ୟ ଭଲ ରହିଛି। କୋଲକାତା ଡର୍ବି ଏକ ନ୍ୟୁଟ୍ରାଲ ଭେନ୍ୟୁରେ ହେବା ଭାରତୀୟ ଫୁଟବଲ ପାଇଁ ଶୁଭ ସଙ୍କେତ। ଅନ୍ୟ ପକ୍ଷରେ ଓଡ଼ିଶା ଏଫ୍ସିକୁ ସୁପର୍ କପ୍ ଜିତାଇଥିବା କ୍ଲିଫୋର୍ଡ ମିରାଣ୍ଡା ବର୍ତ୍ତମାନ ମୋହନବାଗାନ ସୁପର ଜାଏଣ୍ଟ୍ସର ସହକାରୀ କୋଚ୍ ରହିଛନ୍ତି। ଓଡ଼ିଶାରେ ଅଧିକ ସମୟ ବିତାଇ ଥିବାରୁ ଏହା ଆମ ପାଇଁ ସୁବିଧାଜନକ ରହିବ ବୋଲି ମିରାଣ୍ଡା କହିଥିଲେ।
The post ଆଜି କଳିଙ୍ଗରେ କୋଲକାତା ଡର୍ବି appeared first on Dharitri Odia News.