ଆଜି ଚାନ୍ଦବାଲି ସବୁଠୁ ଉତ୍ତପ୍ତ ସହର, ଦିନ ସାଢ଼େ ୨ଟା ସୁଦ୍ଧା ୩୯ ଦଶମିକ ୬ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ୱର: ଗତକାଲି ଗୋଟିଏ ଦିନ ପାଗରେ ଟିକେ ପରିବର୍ତ୍ତନ ହୋଇଥିଲା। କିନ୍ତୁ ଆଜି ପୁଣି ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବା ସହ ପ୍ରମୁଖ ସ୍ଥାନଗୁଡିକରେ ତାପମାତ୍ରା ଦିନ ସାଢେ ୨ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ରହିଛି। ଆଜି ୩୯.୬ ଡିଗ୍ରୀ ସହ ଚାନ୍ଦବାଲି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି । ଏଥି ସହିତ ଭୁବନେଶ୍ବରରେ ୩୯.୪ ଡିଗ୍ରୀ, ଝାରୁସୁଗୁଡାରେ ବି ତାପମାତ୍ରା ୩୯ ଡିଗ୍ରୀ ଅଛି । ବାଲେଶ୍ୱର, ସମ୍ବଲପୁର , ହୀରାକୁଦରେ ତାପମାତ୍ରା […]

ଆଜି ଚାନ୍ଦବାଲି ସବୁଠୁ ଉତ୍ତପ୍ତ ସହର, ଦିନ ସାଢ଼େ ୨ଟା ସୁଦ୍ଧା ୩୯ ଦଶମିକ ୬ ଡିଗ୍ରୀ ଛୁଇଁଲା ପାରଦ
heat wave odisha,temperature in Sambalpur and Jharsuguda crossed 42 degrees

ଭୁବନେଶ୍ୱର: ଗତକାଲି ଗୋଟିଏ ଦିନ ପାଗରେ ଟିକେ ପରିବର୍ତ୍ତନ ହୋଇଥିଲା। କିନ୍ତୁ ଆଜି ପୁଣି ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବା ସହ ପ୍ରମୁଖ ସ୍ଥାନଗୁଡିକରେ ତାପମାତ୍ରା ଦିନ ସାଢେ ୨ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ରହିଛି। ଆଜି ୩୯.୬ ଡିଗ୍ରୀ ସହ ଚାନ୍ଦବାଲି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି । ଏଥି ସହିତ ଭୁବନେଶ୍ବରରେ ୩୯.୪ ଡିଗ୍ରୀ, ଝାରୁସୁଗୁଡାରେ ବି ତାପମାତ୍ରା ୩୯ ଡିଗ୍ରୀ ଅଛି । ବାଲେଶ୍ୱର, ସମ୍ବଲପୁର , ହୀରାକୁଦରେ ତାପମାତ୍ରା ୩୮.୫ ଡିଗ୍ରୀ ସେଲସିୟସ ରହିଛି । ରାଉରକେଲାରେ ବି ତାପମାତ୍ରା ୩୮.୧ ଡିଗ୍ରୀ ସେଲସିୟସ ଅଛି । ଆଗକୁ ବି ତାପମାତ୍ରା ବଢିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ସେପଟେ ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟରେ ୪-୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବା କାରଣ ଯୋଗୁଁ ରାଜ୍ୟରେ ପାରଦ ପୁଣି ୪୦ ଡିଗ୍ରୀ ଛୁଇଁବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ ଦୁଇ ଦିନ ମଧ୍ୟରେ (୧ ରୁ ୨ ଏପ୍ରିଲ) ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ରେ ୨ ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ଅନକେ ସ୍ଥନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବାର ଆଶଙ୍କା ରହିଛି। ଅନ୍ୟପଟେ ଦିନ ସହିତ ରାତିରେ ମଧ୍ୟରେ ଅଧିକ ତାତି ଜାରି ରହିବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ମଙ୍ଗଳବାରଠାରୁ ପରବର୍ତ୍ତୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରାତିର ତାପମାତ୍ରା ସ୍ୱାଭାବିକ ତୁଳନାରେ ସାଢେ଼ ୪ ଡିଗ୍ରୀରୁ ଅଧିକ ରହିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାରଠାରୁ ପରବର୍ତ୍ତୀ ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ‘ଉଷ୍ମ ରାତି’ ଆଲର୍ଟ ଜାରି କରିଛି।

ପାଣିପାଗ କେନ୍ଦ୍ର କହିଛି ଯେ ରାଜ୍ୟରେ ୨ ରୁ ୪ ତାରିଖ ଯାଏଁ ଉଷ୍ମ ଏବଂ ଆର୍ଦ୍ର ପାଣିପାଗ ସ୍ଥିତିି ତଥା କିଛି ଜିଲ୍ଲାରେ ଉଷ୍ମ ରାତି ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ୨ ଏପ୍ରିଲରେ ସମ୍ଭାବ୍ୟ ଉଷ୍ମରାତ୍ରି ପରିସ୍ଥିତି ପାଇଁ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ଦିନ ତାପମାତ୍ରା ଅତିକମ୍‌ରେ ୪୦ ଡିଗ୍ରୀ ରହିବା ସହ ରାତିର ତାପମାତ୍ରା ଏହି ତାରିଖରେ ଅତି କମରେ ସ୍ୱାଭାବିକ ଠାରୁ ୪.୫ ଡିଗ୍ରୀ କିମ୍ୱା ଅଧିକ ରହିବାର ସମ୍ଭାବନା ରହିଛି। ମଙ୍ଗଳବାର ଉଷ୍ମ ରାତି ପାଇଁ ଚେତାବନୀ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ସୋନପୁର ଓ ମାଲକାନଗିରି ପ୍ରମୁଖ ଜିଲ୍ଲା ସାମିଲ୍‌ ରହିଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ତାତି ଓ ଉପକୂଳରେ ଗୁଳୁଗୁଳି ଆଶଙ୍କା ରହିଥିବା ବେଳେ ୬ ତାରଖ ଉପରବେଳା କିଛି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଆଶଙ୍କା ରହିଛି। ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ଗୋଟିଏ ଦୁଇ ଦିନ ବର୍ଷା ହେବାର ଆଶଙ୍କା ଥିବାରୁ ଏହି ସମୟରେ ହୁଏତ କିଛି ପରିମାଣରେ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି।