ଆଜି ତୃତୀୟ ଟି-୨୦ : ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ

ରାଜକୋଟ : ଘରୋଇ ଭାରତଠାରୁ ପ୍ରଥମ ଟ୍ବେଣ୍ଟି୨୦ରେ ଏକତରଫା ଭାବେ ପରାସ୍ତ ହୋଇଥିବା ଇଂଲଣ୍ଡ ୨ୟ ମ୍ୟାଚ୍‌ରେ ଉନ୍ନତ ପ୍ରଦର୍ଶନ କରିଥିଲା। ୧୬୬ ରନ୍‌ର ପିଛା କରୁଥିବା ଭାରତ ୭୮ ରନ୍‌ରେ ୫ଟି ୱିକେଟ୍‌ ହରାଇଥିଲେ ହେଁ ଇଂଲଣ୍ଡ ଜିତି ପାରିନଥିଲା। ୨ ୱିକେଟ୍‌ରେ ଜିତି ୫ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳାରେ ୨-୦​‌ରେ ଆଗୁଆ ରହି ଭାରତ ରାଜକୋଟ‌େ‌ର ପହଞ୍ଚିଛି। ଉଭୟ ଦଳଙ୍କ ମଧ୍ୟରେ ୩ୟ ଟ୍ବେଣ୍ଟି୨୦ ଆଜି ଖେଳାଯିବ। ଏହି ମ୍ୟାଚ୍‌ ଜିତିଲେ ଭାରତ ଶୃଙ୍ଖଳା […]

ଆଜି ତୃତୀୟ ଟି-୨୦ : ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ

ରାଜକୋଟ : ଘରୋଇ ଭାରତଠାରୁ ପ୍ରଥମ ଟ୍ବେଣ୍ଟି୨୦ରେ ଏକତରଫା ଭାବେ ପରାସ୍ତ ହୋଇଥିବା ଇଂଲଣ୍ଡ ୨ୟ ମ୍ୟାଚ୍‌ରେ ଉନ୍ନତ ପ୍ରଦର୍ଶନ କରିଥିଲା। ୧୬୬ ରନ୍‌ର ପିଛା କରୁଥିବା ଭାରତ ୭୮ ରନ୍‌ରେ ୫ଟି ୱିକେଟ୍‌ ହରାଇଥିଲେ ହେଁ ଇଂଲଣ୍ଡ ଜିତି ପାରିନଥିଲା। ୨ ୱିକେଟ୍‌ରେ ଜିତି ୫ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳାରେ ୨-୦​‌ରେ ଆଗୁଆ ରହି ଭାରତ ରାଜକୋଟ‌େ‌ର ପହଞ୍ଚିଛି। ଉଭୟ ଦଳଙ୍କ ମଧ୍ୟରେ ୩ୟ ଟ୍ବେଣ୍ଟି୨୦ ଆଜି ଖେଳାଯିବ। ଏହି ମ୍ୟାଚ୍‌ ଜିତିଲେ ଭାରତ ଶୃଙ୍ଖଳା ହାତେଇବ। ତେବେ ଶୃଙ୍ଖଳାରେ ବଜାୟ ରହିବାକୁ ହେଲେ ଇଂଲଣ୍ଡକୁ ଏହି ମ୍ୟାଚ୍‌ ନିଶ୍ଚୟ ଜିତିବାକୁ ପଡ଼ିବ। ୨୦୨୪ ଆରମ୍ଭରୁ ଅଦ୍ୟାବଧି ଭାରତ ୨୭ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ୨୫ଟି ଜିତିଛି। ୧୦ ବର୍ଷ ହେଲା ଭାରତକୁ ଟ୍ବେଣ୍ଟି୨୦ ଶୃଙ୍ଖଳାରେ ଇଂଲଣ୍ଡ ହରାଇନାହିଁ। ଏହି ମ୍ୟାଚ୍‌ ଜିତିଲେ ଇଂଲଣ୍ଡ ବିପକ୍ଷରେ ଭାରତ କ୍ରମାଗତ ୫ଟି ଟ୍ବେଣ୍ଟି୨୦ ଶୃଙ୍ଖଳା ହାତେଇବ। ତେବେ ଇଂଲଣ୍ଡର ବ୍ୟାଟ୍‌ସମ୍ୟାନ୍ ଏହି ମ୍ୟାଚ୍‌ରେ ଭାରତୀୟ ସ୍ପିନରଙ୍କର କିପରି ମୁକାବିଲା କରୁଛନ୍ତି। ତାହା ମ୍ୟାଚ୍‌ର ଫଳାଫଳ ନିର୍ଣ୍ଣୟ କରିବ। ଆଶା କରା ଯାଉଥିଲା ଯେ ପ୍ରଶିକ୍ଷକ ବ୍ରେଣ୍ଡନ୍‌ ମ୍ୟାକ୍‌କଲମଙ୍କ ଅଧୀନରେ ଇଂଲଣ୍ଡ ଆକ୍ରମଣାତ୍ମକ ବ୍ୟାଟିଂ କରିବ। ଉଭୟ ମ୍ୟାଚ୍‌ରେ ଇଂଲଣ୍ଡ ଏପରି ପ୍ରୟାସ କରିଥିଲା ମଧ୍ୟ। ହେଲେ ଅର୍ଶଦୀପ ସିଂହଙ୍କ ସ୍ବିଙ୍ଗ୍‌ ଓ ବରୁଣ ଚକ୍ରବର୍ତ୍ତୀଙ୍କ ସ୍ପିନ୍‌ ବୋଲିଂର ସଫଳ ମୁକାବିଲା ଇଂଲଣ୍ଡ ବ୍ୟାଟ୍‌ସମ୍ୟାନ କରି ପାରିନାହାନ୍ତି। ଇଂଲଣ୍ଡ ଅପରିବର୍ତ୍ତିତ ଏକାଦଶ ନେଇ ଏହି ମ୍ୟାଚ୍‌ ଖେଳିବ। ଅଧିନାୟକ ଜୋସ୍ ବଟ୍‌ଲରଙ୍କୁ ଛାଡ଼ି କେହି ଅଧିକ ସମୟ କ୍ରିଜ୍‌ରେ ରହି ପାରିନାହାନ୍ତି। ବିଶେଷକରି ଫିଲ୍‌ ସଲ୍‌ଟ, ବେନ୍ ଡକେଟ୍‌ ଓ ହ୍ୟାରି ବ୍ରୁକ୍‌ ଦଳକୁ ନିରାଶ କରିଛନ୍ତି। ଜାକବ୍ ବିଥେଲ ଉଦୀୟମାନ ଖେଳାଳି ହୋଇଥିଲେ ହେଁ ପ୍ରଥମ ମ୍ୟାଚ୍‌ରେ ସେ ବିଫଳ ହୋଇଥିବା ବେଳେ ଆହତ ହୋଇ ୨ୟ ମ୍ୟାଚ୍‌ରୁ ବାଦ୍ ପଡ଼ିଥିଲେ। ତାଙ୍କ ବଦଳ ଖେଳାଳି ଜେମି ସ୍ମିଥ୍‌ ସଂକ୍ଷିପ୍ତ ଆକ୍ରମଣାତ୍ମକ ଇନିଂସ ଖେଳିଥିଲେ। ସ୍ମିଥ୍‌ଙ୍କୁ ଆଉ ଏକ ସୁଯୋଗ ମିଳିବ। ଇଂଲଣ୍ଡକୁ ବ୍ୟାଟ୍‌ସମ୍ୟାନଙ୍କ ପରି ବୋଲର ମଧ୍ୟ ନିରାଶ କରିଛନ୍ତି। ଅର୍ଶଦୀପଙ୍କ ପରି ଇଂଲଣ୍ଡର ପେସ୍‌ ବୋଲର ପ୍ରଭାବଶାଳୀ ବୋଲିଂ କରିନାହାନ୍ତି। ଆଦିଲ ରସିଦ୍‌ଙ୍କୁ ଛାଡ଼ି ଇଂଲଣ୍ଡ ଦଳରେ ଭଲ ସ୍ପିନର ନାହାନ୍ତି। ତାରକା ଫାଷ୍ଟବୋଲର ଜୋଫ୍ରା ଆର୍ଚର ଉଭୟ ମ୍ୟାଚ୍‌ରେ ଅତ୍ୟଧିକ ରନ୍‌ ଦେବା ଇଂଲଣ୍ଡକୁ ଚିନ୍ତାରେ ପକାଇଛି। ତଥାପି ପେସ୍ ବୋଲରଙ୍କ ଉପରେ ଭରସା ରଖି ଇଂଲଣ୍ଡ ୨ୟ ସ୍ପିନର ଭାବେ ରେହାନ୍ ଅହମ୍ମଦଙ୍କୁ ଖେଳାଇବା କଥା ଚିନ୍ତା କରିନାହିଁ। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧୀନ ଯୁବ ଭାରତୀୟ ଦଳ ଅଦ୍ୟାବଧି ନିର୍ଭିକ କ୍ରିକେଟ୍‌ ଖେଳିଛି। ଓପ୍‌ନର ସଞ୍ଜୁ ସାମ୍‌ସନ ଓ ସୂର୍ଯ୍ୟକୁମାର ଉଭୟ ମ୍ୟାଚ୍‌ରେ ବିଫଳ ହୋଇଥିଲେ ହେଁ ଅଭିଷେକ ଶର୍ମା ଓ ତିଳକ ବର୍ମା ବଡ଼ ଇନିଂସ ଖେଳି ଦଳକୁ ଜିତାଇଛନ୍ତି। ଆହତ ନୀତୀଶ କୁମାର ରେଡ୍‌ଡୀ ଓ ରିଙ୍କୁ ସିଂହ ମଙ୍ଗଳବାର ମ୍ୟାଚ୍‌ ଖେଳିବେ ନାହିଁ। ୱାଶିଂଟନ ସୁନ୍ଦର ଭଲ ଫର୍ମ​‌େ​‌ର ଅଛନ୍ତି। ଏହି ମ୍ୟାଚ୍‌ରେ ରମଣଦୀପ ସିଂହ କିମ୍ବା ଶିବମ୍ ଦୁବେ ଖେଳିପାରନ୍ତି। ତିଳକ ବର୍ମା ଗତ ୪ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଆଉଟ୍‌ ନ ହୋଇ ୩୧୮ ରନ୍‌ କରିଛନ୍ତି। ପେସ୍ ବୋଲର ମହମ୍ମଦ ସାମି ଖେଳିବାର ସମ୍ଭାବନା ବହୁତ କମ୍‌। ରାଜକୋଟର ପିଚ୍‌ ବ୍ୟାଟିଂ ସହାୟକ ହେବ। ଏଠାରେ ଅଧିକ ସ୍କୋର୍‌ ହେବ। କାକରର ପ୍ରଭାବ ଯୋଗଁୁ ଉଭୟ ଦଳ ପ୍ରଥମେ ଫିଲ୍‌ଡିଂ କରିବାର ଯୋଜନା କରିଛନ୍ତି ନିଶ୍ଚୟ। ପ୍ରଥମ ୨ଟି ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ଫିଲ୍‌ଡିଂ କରିବା ଭାରତକୁ ସୁବିଧାଜନକ ସ୍ଥିତିରେ ରଖିଥିଲା।