ଆଜି ପଞ୍ଚୁକର ଦ୍ବିତୀୟ ଦିନ, ଚନ୍ଦ୍ରଚୂଡ଼ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର

ଆଠଗଡ଼ : ପୁଣ୍ୟ ଓ ଧର୍ମର ମାସ କାର୍ତ୍ତିକ ମାସର ଆଜି ହେଉଛି ଦ୍ବିତୀୟ ଦିନ ପଞ୍ଚୁକ । ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବରରେ ଗତକାଲି ଠାରୁ ଆରମ୍ଭ ହୋଇଛି ପଞ୍ଚକ ବ୍ରତ ଓ ବଡ ଓଷା ପର୍ବ । ଏହି ଉପଲକ୍ଷେ ଚଳଚଞ୍ଚଳ ହୋଇ ଉଠିଛି ଧବଳେଶ୍ବର ପୀଠ । ଆଜି ଦ୍ବିତୀୟ ଦିନରେ ଚନ୍ଦ୍ରଚୂଡ଼ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର। ରାତି ୩ଟା ବେଳେ ଦ୍ଵାର ଫିଟା ଯାଇ ୧୦୮ ଗରା […] The post ଆଜି ପଞ୍ଚୁକର ଦ୍ବିତୀୟ ଦିନ, ଚନ୍ଦ୍ରଚୂଡ଼ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର appeared first on KNews Odisha.

ଆଜି ପଞ୍ଚୁକର ଦ୍ବିତୀୟ ଦିନ, ଚନ୍ଦ୍ରଚୂଡ଼ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର
dhabaleswar

ଆଠଗଡ଼ : ପୁଣ୍ୟ ଓ ଧର୍ମର ମାସ କାର୍ତ୍ତିକ ମାସର ଆଜି ହେଉଛି ଦ୍ବିତୀୟ ଦିନ ପଞ୍ଚୁକ । ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବରରେ ଗତକାଲି ଠାରୁ ଆରମ୍ଭ ହୋଇଛି ପଞ୍ଚକ ବ୍ରତ ଓ ବଡ ଓଷା ପର୍ବ । ଏହି ଉପଲକ୍ଷେ ଚଳଚଞ୍ଚଳ ହୋଇ ଉଠିଛି ଧବଳେଶ୍ବର ପୀଠ । ଆଜି ଦ୍ବିତୀୟ ଦିନରେ ଚନ୍ଦ୍ରଚୂଡ଼ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର। ରାତି ୩ଟା ବେଳେ ଦ୍ଵାର ଫିଟା ଯାଇ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି କରାଯାଇଥିଲା । ପରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଲମ୍ବା ଧାଡିରେ ଯାଇ ଦର୍ଶନ କରୁଛନ୍ତି ।

ଏଥିପାଇଁ ପ୍ରଶାସନ ତଥା ପୂଜକ ସମାଜ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।  ପବିତ୍ର ପୀଠରେ ମହା କାର୍ତ୍ତିକ ମାସର ବଡ଼ ପର୍ବ ହେଉଛି ବଡ଼ ଓଷା। ସେଥିପାଇଁ ଆଜି ପୂଜକ ସମିତି ପକ୍ଷରୁ ଗଜ ଭୋଗ ପ୍ରସ୍ତୁତ ନିମନ୍ତେ ଚୂନା କୁଟା କରାଯାଇଥାଏ ।

The post ଆଜି ପଞ୍ଚୁକର ଦ୍ବିତୀୟ ଦିନ, ଚନ୍ଦ୍ରଚୂଡ଼ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର appeared first on KNews Odisha.