ବାରବାଟୀରେ ଡୁପ୍ଲିକେଟ୍ କୋହଲିଙ୍କୁ ଦେଖିବାକୁ ପାଇଁ ପ୍ରବଳ ଭିଡ଼, ଦେଖିଲେ ଆଖି ଖାଇଯିବ ଧୋକା
କଟକ : ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଦିନିକିଆ । ପ୍ରସ୍ତୁତ ବାରବାଟୀ, ପ୍ରସ୍ତୁତ ଉଭୟ ଟିମ୍ । ସୁପର ସନଡେ’ରେ ହେବ ସୁପର ଫାଇଟ୍ । ଆଜି ଅପରାହ୍ନ ଦିନ ଗୋଟାଏରୁ କମ୍ପିବ କଟକ । ଏହାରି ଭିତରେ ବାରବାଟୀରେ ମ୍ୟାଚ ଦେଖିବା ଲାଗି ଦେଶ ବିଦେଶରୁ ଦର୍ଶକ ଆସିଛନ୍ତି। ଖେଳ ଦେଖିବାକୁ ମନାଲିରୁ ଆସିଛନ୍ତି ବିରାଟ କୋହଲିଙ୍କ ଭଳି ଦେଖିବାକୁ ହ୍ୟାରି କୋହଲି । ହ୍ୟାରିଙ୍କୁ ଦେଖି ଦର୍ଶକ ମାନେ ଗୋଟିଏ ଜାଗାରେ ଭିଡ ଜମାଇଲେ । […] The post ବାରବାଟୀରେ ଡୁପ୍ଲିକେଟ୍ କୋହଲିଙ୍କୁ ଦେଖିବାକୁ ପାଇଁ ପ୍ରବଳ ଭିଡ଼, ଦେଖିଲେ ଆଖି ଖାଇଯିବ ଧୋକା appeared first on KNews Odisha.

କଟକ : ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଦିନିକିଆ । ପ୍ରସ୍ତୁତ ବାରବାଟୀ, ପ୍ରସ୍ତୁତ ଉଭୟ ଟିମ୍ । ସୁପର ସନଡେ’ରେ ହେବ ସୁପର ଫାଇଟ୍ । ଆଜି ଅପରାହ୍ନ ଦିନ ଗୋଟାଏରୁ କମ୍ପିବ କଟକ । ଏହାରି ଭିତରେ ବାରବାଟୀରେ ମ୍ୟାଚ ଦେଖିବା ଲାଗି ଦେଶ ବିଦେଶରୁ ଦର୍ଶକ ଆସିଛନ୍ତି। ଖେଳ ଦେଖିବାକୁ ମନାଲିରୁ ଆସିଛନ୍ତି ବିରାଟ କୋହଲିଙ୍କ ଭଳି ଦେଖିବାକୁ ହ୍ୟାରି କୋହଲି । ହ୍ୟାରିଙ୍କୁ ଦେଖି ଦର୍ଶକ ମାନେ ଗୋଟିଏ ଜାଗାରେ ଭିଡ ଜମାଇଲେ । ପକେଟରୁ ଫୋନ୍ କାଢି ସେଲ୍ଫି ନେଉଥିଲେ… କିଏ କହୁଥିଲା ବିରାଟ୍ ଜି ପ୍ଲିଜ ଏକ ଫଟୋ ଦିଜିଏନା… ତ ପୁଣି କିଏ କହୁଥିଲା ପ୍ଲିଜ୍ ପ୍ଲିଜ ଏକ ସେଲ୍ଫି… ଗହଳିଠୁ ଦୂରରେ ଥିବା ଦର୍ଶକ ଭାବୁଥିଲେ ବାରବାଟୀରେ ହଠାତ୍ ଷ୍ଟାଡିୟମ ବାହାରକୁ ଚାଲି ଆସିଲେ କି ବିରାଟ୍ ?
ଏପଟେ ସକାଳୁ ସକାଳୁ କ୍ରିକେଟ ପ୍ରେମୀ ଇଣ୍ଡିଆ ଟିମ୍ ଜର୍ସି ପିନ୍ଧି ମୁହଁରେ ତ୍ରିରଙ୍ଗା ଆଙ୍କି ହାତରେ ଜାତୀୟ ପତାକା ଧରି ଷ୍ଟାଡିୟମ ଭିତରକୁ ପ୍ରବେଶ କରିବା ପାଇଁ ଉତ୍ସାହିତ ଅଛନ୍ତି । ୪୫ ହଜାର ଦର୍ଶକଙ୍କ ପାଇଁ ଷ୍ଟାଡିୟମ ଭିତରେ ବ୍ୟବସ୍ଥା ହୋଇଛି। ଷ୍ଟାଡିୟମ୍ର କୌଣସି ଗ୍ୟାଲେରୀକୁ ଯିବାବେଳେ ଦର୍ଶକ କେବଳ ମୋବାଇଲ୍ ଫୋନ୍ ଓ ମନିପର୍ସରେ ନୋଟ୍ ନେଇ ଯାଇପାରିବେ । ପର୍ସରେ କଏନ୍ ବା ଖୁଚରା ପଇସା ନେଇପାରିବେ ନାହିଁ । କୌଣସି ପ୍ରକାର ଖାଦ୍ୟ ଓ ପାଣି ବୋତଲକୁ ଦର୍ଶକ ସାଙ୍ଗରେ ନେଇଯାଇ ପାରିବେ ନାହିଁ ବୋଲି କୁହାଯାଇଛି ।
ଆହୁରି ପଢ଼ନ୍ତୁ : ଆଉ କିଛି ସମୟ ପରେ ଆରମ୍ଭ ହେବ ବାରବାଟୀ ମହାସମର, ଏବେଠୁ ଷ୍ଟାଡିୟମ ବାହାରେ ଦର୍ଶକଙ୍କ ଖଚାଖଚ ଭିଡ଼
The post ବାରବାଟୀରେ ଡୁପ୍ଲିକେଟ୍ କୋହଲିଙ୍କୁ ଦେଖିବାକୁ ପାଇଁ ପ୍ରବଳ ଭିଡ଼, ଦେଖିଲେ ଆଖି ଖାଇଯିବ ଧୋକା appeared first on KNews Odisha.