ଆଜି ପବିତ୍ର ଗଣେଶ ଚତୁର୍ଥୀ; ଚଳଚଞ୍ଚଳ ବିଭିନ୍ନ ଅନୁଷ୍ଠାନ

ନନ୍ଦିଘୋଷ ବ୍ୟୁରୋ:  ଆଜି ଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା। ଗଣପତିଙ୍କ ପୂଜାର୍ଚ୍ଚନା ଲାଗି ଚଳଚଞ୍ଚଳ ପୁରପଲ୍ଲୀ। ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ... The post ଆଜି ପବିତ୍ର ଗଣେଶ ଚତୁର୍ଥୀ; ଚଳଚଞ୍ଚଳ ବିଭିନ୍ନ ଅନୁଷ୍ଠାନ appeared first on .

ଆଜି ପବିତ୍ର ଗଣେଶ ଚତୁର୍ଥୀ; ଚଳଚଞ୍ଚଳ ବିଭିନ୍ନ ଅନୁଷ୍ଠାନ

ନନ୍ଦିଘୋଷ ବ୍ୟୁରୋ:  ଆଜି ଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା। ଗଣପତିଙ୍କ ପୂଜାର୍ଚ୍ଚନା ଲାଗି ଚଳଚଞ୍ଚଳ ପୁରପଲ୍ଲୀ। ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ଏବଂ ମଣ୍ଡପରେ ପୂଜାର ଆୟୋଜନ ହୋଇଛି। ବେଶ ଧୁମଧାମର ସହ ପାଳନ ହେଉଛି ଗଜାନନଙ୍କ ପୂଜା। ଆଜି ଗଶେଶ ଚତୁର୍ଥୀ ଅବସରରେ ଛାତ୍ରଛାତ୍ରୀ ଉପବାସ କରିବାର ପରମ୍ପରା ରହିଛି। ବିଦ୍ଯାଦାତା ଗଣେଶଙ୍କୁ ପୂଜାର୍ଚ୍ଚନା ଆଶିଷ ଲାଭ କରିବେ ଛାତ୍ରଛାତ୍ରୀ। ସ୍କୁଲ ଓ କଲେଜ ଗୁଡ଼ିକରେ ଗଣେଶ ପୂଜାଲାଗି ଛାତ୍ରଛାତ୍ରୀ ବ୍ଯାପକ ପ୍ରସ୍ତୁତି କରିଛନ୍ତି।

ସେପେଟ ଗଣେଶ ପୂଜା ଅବସରରେ ବିଭିନ୍ନ ଅନୁଷ୍ଠାନ ଏବଂ ମଣ୍ଡପ ଗୁଡ଼ିକରେ ପୂଜାର ଆୟୋଜନ ହୋଇଛି। ବିରାଟକାୟ ସୁଉଚ୍ଚ ତୋରଣ ପରିବେଶକୁ ଅଧିକ ଆକର୍ଷଣୀୟ କରୁଛି। ବେଶ ସୁନ୍ଦର ଭାବେ ସଜାହୋଇଛି ସମସ୍ତ ତୋରଣ। ମଣ୍ଡପରେ ପୂଜା ପାଇବେ ଗଜାନନଙ୍କ ପ୍ରତିମୂର୍ତ୍ତି।ବାଲେଶ୍ବର ସହରରେ ଚଳିତ ବର୍ଷ ମୋଟ ୧୩୩ଟି ମଣ୍ଡପରେ ବିଘ୍ନେଶ୍ବରଙ୍କ ପୂଜାର୍ଚ୍ଚନା କରାଯାଉଛି। ମଣ୍ଡପଗୁଡିକୁ ଆଲୋକମାଳାରେ ସଜାଯାଇଛି। ଏଥର କଟକରେ ମୋଟ ୧୫୦୦ ଛୋଟବଡ ଗଣେଶ ମୂର୍ତ୍ତି ପୂଜା ଲାଗି ପ୍ରସ୍ତୁତି ହୋଇଛି। ଛୋଟରୁ ବଡ଼ ସମସ୍ତେ ବିଦ୍ୟାଦାତା ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରୁଛନ୍ତି।

The post ଆଜି ପବିତ୍ର ଗଣେଶ ଚତୁର୍ଥୀ; ଚଳଚଞ୍ଚଳ ବିଭିନ୍ନ ଅନୁଷ୍ଠାନ appeared first on .