ଭାରତୀୟ ଚେସ ଖେଳାଳି ଦିବ୍ୟା ଦେଶମୁଖ ଆଣିଲେ ସାଂଘାତିକ ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ଚେସ ଖେଳାଳି ଦିବ୍ୟା ଦେଶମୁଖ ଆଣିଲେ ସାଂଘାତିକ ଅଭିଯୋଗ। ନେଦରଲାଣ୍ଡ୍ସରେ ଅନୁଷ୍ଠିତ ହୋଇଥିବା ଟାଟା ଷ୍ଟିଲ... The post ଭାରତୀୟ ଚେସ ଖେଳାଳି ଦିବ୍ୟା ଦେଶମୁଖ ଆଣିଲେ ସାଂଘାତିକ ଅଭିଯୋଗ appeared first on .
ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ଚେସ ଖେଳାଳି ଦିବ୍ୟା ଦେଶମୁଖ ଆଣିଲେ ସାଂଘାତିକ ଅଭିଯୋଗ। ନେଦରଲାଣ୍ଡ୍ସରେ ଅନୁଷ୍ଠିତ ହୋଇଥିବା ଟାଟା ଷ୍ଟିଲ ମାଷ୍ଟର ଚେସ ଟୁର୍ଣ୍ଣାମେଣ୍ଟରେ ଦର୍ଶକଙ୍କ ଦ୍ବାରା ମାନସିକ ଭାବେ ଦୁର୍ବ୍ୟବହାର ଶୀକାର ହୋଇଥିବା କଥା ସେ ଉଠାଇଛନ୍ତି । ଟୁର୍ଣ୍ଣାମେଣ୍ଟ ସମୟରେ ଦର୍ଶକ ମାନେ ତାଙ୍କ ଡ୍ରେସ, ତାଙ୍କ ହେୟାର ଷ୍ଟାଇଲ ଉପରେ ନଜର ରଖିବା ସହ ବିଭିନ୍ନ କମେଣ୍ଟ ମଧ୍ୟ କରିଥିଲେ। ନାଗପୁରର ଏହି ଅନ୍ତରାଷ୍ଟ୍ରୀୟ ଚେଷ ମାଷ୍ଟର ମହିଳା ଏସିଆନ ଚାମ୍ପିଆନସିପରେ ମେଡାଲ ହାସଲ କରିଥିଲେ। ଏକ ସୋସିଆଲ ମିଡିଆ ପୋଷ୍ଟରେ ଏଭଳି କିଛି ଲେଖି ନିଜର ଦୁଃଖ ବ୍ୟକ୍ତ କରିଛନ୍ତି ଦିବ୍ୟା ଦେଶମୁଖ। ଟୁର୍ଣ୍ଣାମେଣ୍ଟ ସମୟରେ ଦର୍ଶକ ତାଙ୍କୁ ହୀନ ନଜରରେ ଦେଖିଲେ ବୋଲି କହିଛନ୍ତି । ମହିଳା ଖେଳାଳିଙ୍କୁ ନେଇ ଏଭଳି କିଛି ଅନୁଭବ କରୁଥିଲେ ମଧ୍ୟ ଟୁଣ୍ଣାମେଣ୍ଟ ସରିଲେ ଏଭଳି ଘଟଣା ଲୋକନଜରକୁ ଆଣିବେ ବୋଲି ଭାବିଥିଲେ ଦିବ୍ୟା ଦେଶମୁଖ । ପୁରୁଷ ଖେଳାଳି ମାନଙ୍କ ପ୍ରତି ଦର୍ଶକଙ୍କ ଭଲ ବ୍ୟବହାର ଓ ଖେଳ ପ୍ରତି ଆଗ୍ରହ ରହୁଛି । ହେଲେ ଜଣେ ମହିଳା ଚେସ ଖେଳିଲେ ତାଙ୍କ ଖେଳ ବ୍ଯତିତ ଅନ୍ଯ ଦିଗ ଉପରେ ବିଶେଷ ନଜର ରୁହେ । ଯାହା ତାଙ୍କୁ ବହୁତ ଆଘାତ ଦେଇଛି ବୋଲି କହିଛନ୍ତି ଦିବ୍ଯା ଦେଶ। ଟୁର୍ଣ୍ଣାମେଣ୍ଟରେ ଅନେକ ସମୟରେ ସେ ଭଲ ଖେଳୁଥିଲେ ମଧ୍ଯ କିଛି ଦର୍ଶକଙ୍କ ବ୍ଯତିତ କାହାରି ନଜର ନଥାଏ ବୋଲି କହିଛନ୍ତି ଦିବ୍ୟା।
The post ଭାରତୀୟ ଚେସ ଖେଳାଳି ଦିବ୍ୟା ଦେଶମୁଖ ଆଣିଲେ ସାଂଘାତିକ ଅଭିଯୋଗ appeared first on .