ଆଜି ପୌଷପୂର୍ଣ୍ଣିମା: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି

ପୁରୀ, ୨୫ା୧(ଅଜିତ ମହାନ୍ତି): ପୌଷପୂର୍ଣ୍ଣିମା ଅବସରରେ ଗୁରୁବାର ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି ପାଳନ କରାଯିବ। ଶ୍ରୀବିଗ୍ରହମାନେ ରାଜରାଜେଶ୍ୱର ବା ସୁନାବେଶରେ ସଜ୍ଜିତ ହେବେ। ଏଥିପାଇଁ ପୂର୍ଣ୍ଣିମାର ପୂର୍ବଦିନ ଅର୍ଥାତ ପୌଷ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ବୁଧବାର ଶ୍ରୀମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ଚନ୍ଦନଲାଗି ନୀତି ପରେ ଅଧିବାସ କର୍ମ କରାଯାଇଥିଲା। ଏଥିପାଇଁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧାଯାଇ ଥିଲା। ଏକହାଣ୍ଡି ଘିଅ ଓ ରୋଷକୂପରୁ ନୂଆହାଣ୍ଡିରେ ଅଣାଯାଇଥିବା ପାଣି ପରଖଗୁଡ଼ିକରେ ରଖାଯାଇଥିଲା। […] The post ଆଜି ପୌଷପୂର୍ଣ୍ଣିମା: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି appeared first on Dharitri Odia News.

ଆଜି ପୌଷପୂର୍ଣ୍ଣିମା: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି

ପୁରୀ, ୨୫ା୧(ଅଜିତ ମହାନ୍ତି): ପୌଷପୂର୍ଣ୍ଣିମା ଅବସରରେ ଗୁରୁବାର ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି ପାଳନ କରାଯିବ। ଶ୍ରୀବିଗ୍ରହମାନେ ରାଜରାଜେଶ୍ୱର ବା ସୁନାବେଶରେ ସଜ୍ଜିତ ହେବେ। ଏଥିପାଇଁ ପୂର୍ଣ୍ଣିମାର ପୂର୍ବଦିନ ଅର୍ଥାତ ପୌଷ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ବୁଧବାର ଶ୍ରୀମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ଚନ୍ଦନଲାଗି ନୀତି ପରେ ଅଧିବାସ କର୍ମ କରାଯାଇଥିଲା। ଏଥିପାଇଁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧାଯାଇ ଥିଲା। ଏକହାଣ୍ଡି ଘିଅ ଓ ରୋଷକୂପରୁ ନୂଆହାଣ୍ଡିରେ ଅଣାଯାଇଥିବା ପାଣି ପରଖଗୁଡ଼ିକରେ ରଖାଯାଇଥିଲା। ଘିଅକୁ ଏକୋଇଶ ଗରା ଓ ପାଣିକୁ ସତାଅଶୀ ଗରାରେ ବିଭକ୍ତ କରାଯାଇ ଚାରିପନ୍ତି ହୋଇ ଚାନ୍ଦୁଆ ତଳେ ରଖାଯାଇଥିଲା। ଏହି ଗରାଗୁଡ଼ିକୁ ଦେଉଳ ପୁରୋହିତ ପତନି ଘୋଡ଼ାଇ ଫୁଲ ଚନ୍ଦନ ଦେଇ ଅଧିବାସ କରିଥିଲେ। ପରେ ଭୋଗମଣ୍ଡପ ଦ୍ୱାର ବନ୍ଦହୋଇ ତଡ଼ଉକରଣ ମୁଦ ଦେଇଥିଲେ। ବଡ଼ସିଂହାର ଭୋଗ ପୂଜା ସରିବା ପରେ ପାଣି ପଡ଼ି ଧୋପଖାଳ ହୋଇ ଭଦ୍ରାସନ ଉପରେ ପାହାଡ଼ା ପଡ଼ି ଅଧିବାସ ଦର୍ପଣ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ମନ୍ତ୍ରପୁତ ପୁଷ୍ପ ଓ ଚନ୍ଦନାଦି ଦ୍ୱାରା ଅଧିବାସ କରାଯାଇଥିଲା।

The post ଆଜି ପୌଷପୂର୍ଣ୍ଣିମା: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି appeared first on Dharitri Odia News.