ଆଜି ବିଜୁ ଶ୍ରମିକ ସାମ୍ମୁଖ୍ୟର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ଓଡ଼ିଶାର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଯୋଗଦେଇ ରାଜ୍ୟର ଦୁଇ ହଜାର ଶ୍ରମିକ ନେତାଙ୍କୁ ଶ୍ରମିକମାନଙ୍କ ଅଧିକାର ପାଇଁ ଲଢେଇ କରିବାକୁ ଗୁରୁ ମନ୍ତ୍ର ଦେବେ। ନିର୍ମାଣ ଶ୍ରମିକ, ପରିବହନ ଶ୍ରମିକ, ଅଙ୍ଗନବାଡ଼ି, ଆଶାକର୍ମୀ, ପାଚିକା ଓ ମିଶନ ଶକ୍ତିରେ ଥିବା ୬ଟି ବର୍ଗ ଏବେ ସାମାଜିକ ସୁରକ୍ଷାରୁ ବଞ୍ଚିତ ଅଛନ୍ତି। ରାଜ୍ୟ […]

ଆଜି ବିଜୁ ଶ୍ରମିକ ସାମ୍ମୁଖ୍ୟର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ
today-biju-sramika-sammukhya-state-meeting

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ଓଡ଼ିଶାର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଯୋଗଦେଇ ରାଜ୍ୟର ଦୁଇ ହଜାର ଶ୍ରମିକ ନେତାଙ୍କୁ ଶ୍ରମିକମାନଙ୍କ ଅଧିକାର ପାଇଁ ଲଢେଇ କରିବାକୁ ଗୁରୁ ମନ୍ତ୍ର ଦେବେ। ନିର୍ମାଣ ଶ୍ରମିକ, ପରିବହନ ଶ୍ରମିକ, ଅଙ୍ଗନବାଡ଼ି, ଆଶାକର୍ମୀ, ପାଚିକା ଓ ମିଶନ ଶକ୍ତିରେ ଥିବା ୬ଟି ବର୍ଗ ଏବେ ସାମାଜିକ ସୁରକ୍ଷାରୁ ବଞ୍ଚିତ ଅଛନ୍ତି। ରାଜ୍ୟ ସରକାର ଶ୍ରମିକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଉଦ୍ୟମ କରୁନାହାଁନ୍ତି। ଏବେ ରାଜ୍ୟରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ନିଷ୍କ୍ରିୟ ହୋଇଯାଇଛି।

ଶ୍ରମିକମାରଣ ନୀତି ଆରମ୍ଭ କରିଛନ୍ତି ବିଜେପି ସରକାର। ମିଶନ ଶକ୍ତିରେ କାର୍ଯ୍ୟ କରୁଥିବା ୬୦ ହଜାର ମହିଳାଙ୍କୁ ଏବେ ଦରମା ମିଳୁନି। ଶ୍ରମଜୀବୀ ଏବେ ସଙ୍କଟରେ। ଦରଦାମ ବୃଦ୍ଧି ବି ଶ୍ରମିକଙ୍କ ଉପରେ ଆର୍ଥିକ ଚାପ ସୃଷ୍ଟି କରିଛି। ତେଣୁ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରି ବୃଦ୍ଧି ସହ ମାସକୁ ୨୪ ହଜାର ଟଙ୍କା ପ୍ରଦାନ ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯିବ। ଶ୍ରମିକମାନଙ୍କ ସ୍ୱାର୍ଥ, ସାମାଜିକ ସୁରକ୍ଷା ଓ ଅଧିକାରୀ ପାଇଁ ଲଢେ଼ଇ ତୀବ୍ରତର ହେବ ବୋଲି ବିଜୁ ଶ୍ରମିକ ସାମ୍ମୁଖ୍ୟର ମହାସଚିବ ସୁବାସ ସିଂ କହିଛନ୍ତି।