ଆଜି ଭାରତ-ଇୟୁ ଉଚ୍ଚସ୍ତରୀୟ ବୈଠକ: ହୋଇପାରେ ମୁକ୍ତ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୨୮।୨: ୟୁରୋପୀୟ କମିଶନ ଅଧ୍ୟକ୍ଷା ଉର୍ସୁଲା ଭନ୍‌ ଡେ ୟେଲେନ୍‌ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ନୂଆଦିଲ୍ଲୀସ୍ଥିତ ରାଜଧାନୀରେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ସେ ପୁଷ୍ପ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଉର୍ସୁଲା। ଏହି ଅବସରରେ ପ୍ରତିନିଧିସ୍ତରୀୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଭାରତ, ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ରଣନୈତିକ ସହଯୋଗିତା, ବାଣିଜ୍ୟ, କାରିଗରି, ଜଳବାୟୁ ପରିବର୍ତ୍ତନ ଏବଂ ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା ହୋଇପାରେ […] The post ଆଜି ଭାରତ-ଇୟୁ ଉଚ୍ଚସ୍ତରୀୟ ବୈଠକ: ହୋଇପାରେ ମୁକ୍ତ ବାଣିଜ୍ୟ ଚୁକ୍ତି appeared first on Dharitri Odia News.

ଆଜି ଭାରତ-ଇୟୁ ଉଚ୍ଚସ୍ତରୀୟ ବୈଠକ: ହୋଇପାରେ ମୁକ୍ତ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୨୮।୨: ୟୁରୋପୀୟ କମିଶନ ଅଧ୍ୟକ୍ଷା ଉର୍ସୁଲା ଭନ୍‌ ଡେ ୟେଲେନ୍‌ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ନୂଆଦିଲ୍ଲୀସ୍ଥିତ ରାଜଧାନୀରେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ସେ ପୁଷ୍ପ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଉର୍ସୁଲା। ଏହି ଅବସରରେ ପ୍ରତିନିଧିସ୍ତରୀୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଭାରତ, ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ରଣନୈତିକ ସହଯୋଗିତା, ବାଣିଜ୍ୟ, କାରିଗରି, ଜଳବାୟୁ ପରିବର୍ତ୍ତନ ଏବଂ ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଆର୍ଥତ୍କ ନୀତିକୁ ନେଇ ବିଶ୍ୱବ୍ୟାପୀ ଚିନ୍ତା ବଢ଼ୁଥିବାବେଳେ ଉର୍ସୁଲାଙ୍କ ଏହି ଗସ୍ତ ବିଶେଷ ଗୁରୁତ୍ୱ ବହନ କରୁଛି।

The post ଆଜି ଭାରତ-ଇୟୁ ଉଚ୍ଚସ୍ତରୀୟ ବୈଠକ: ହୋଇପାରେ ମୁକ୍ତ ବାଣିଜ୍ୟ ଚୁକ୍ତି appeared first on Dharitri Odia News.