ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍
ଜିକ୍ୱେବ୍ରା, ୧୯ା୧୨ : ଦକ୍ଷିଣ ଆଫ୍ରିକା ଟୁର୍ରେ ଥିବା ଭାରତୀୟ କ୍ରିକେଟ ଦଳ ମଙ୍ଗଳବାର ଘରୋଇ ଦଳ ବିପକ୍ଷରେ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିବ। ପ୍ରଥମ ମ୍ୟାଚ ୮ ଉଇକେଟରେ ଜିତିଥିବାରୁ ଦ୍ୱିତୀୟ ମ୍ୟାଚ ଜିତି ସିରିଜ ଆଗୁଆ କବ୍ଜା କରିନେବାକୁ ଚାହିଁବ। ମ୍ୟାଚରେ ରଜତ ପଟିଦାର କିମ୍ବା ରିଙ୍କୁ ସିଂଙ୍କୁ ପଦାର୍ପଣ ସୁଯୋଗ ମିଳିପାରେ। ପ୍ରଥମ ମ୍ୟାଚରେ ଦୁଇ ଯୁବ ଖେଳାଳି ଅର୍ଶଦୀପ ସିଂ ଓ ଆଭେସ ଖାନ୍ ନିଖୁଣ ବୋଲିଂ କରିଥିଲେ, ଫଳରେ […] The post ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ appeared first on Dharitri Odia News.
ଜିକ୍ୱେବ୍ରା, ୧୯ା୧୨ : ଦକ୍ଷିଣ ଆଫ୍ରିକା ଟୁର୍ରେ ଥିବା ଭାରତୀୟ କ୍ରିକେଟ ଦଳ ମଙ୍ଗଳବାର ଘରୋଇ ଦଳ ବିପକ୍ଷରେ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିବ। ପ୍ରଥମ ମ୍ୟାଚ ୮ ଉଇକେଟରେ ଜିତିଥିବାରୁ ଦ୍ୱିତୀୟ ମ୍ୟାଚ ଜିତି ସିରିଜ ଆଗୁଆ କବ୍ଜା କରିନେବାକୁ ଚାହିଁବ।
ମ୍ୟାଚରେ ରଜତ ପଟିଦାର କିମ୍ବା ରିଙ୍କୁ ସିଂଙ୍କୁ ପଦାର୍ପଣ ସୁଯୋଗ ମିଳିପାରେ। ପ୍ରଥମ ମ୍ୟାଚରେ ଦୁଇ ଯୁବ ଖେଳାଳି ଅର୍ଶଦୀପ ସିଂ ଓ ଆଭେସ ଖାନ୍ ନିଖୁଣ ବୋଲିଂ କରିଥିଲେ, ଫଳରେ ଭାରତ ଏକତରଫା ଭାବେ ମ୍ୟାଚ ଜିତି ନେଇଥିଲା।
ଏପରିକି ରିଜର୍ଭ ଖେଳାଳି ଶ୍ରେୟସ ଆୟରଙ୍କୁ ସୁଯୋଗ ଦେଇପାରେ। କାରଣ ରବିବାର ଗେମ୍ ପରେ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ଟେଷ୍ଟ ମ୍ୟାଚ ‘ବକ୍ସିଂ ଡେ’ଠାରୁ ଆରମ୍ଭ ହେବ। ଏଥିଲାଗି ଘୋଷଣା କରାଯାଇଥିବା ଭାରତୀୟ ଦଳରେ ଶ୍ରେୟସ ସ୍ଥାନ ପାଇଛନ୍ତି।
The post ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ appeared first on Dharitri Odia News.