ଆସିଲା ପାର୍ବଣ, ମାତିଲେଣି ଲୁଟେରା ଗ୍ୟାଙ୍ଗ: ରୂପା ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି…
ପୁରୁଷୋତ୍ତମପୁର,୬।୧୦(ସିମାଞ୍ଚଳ ମିଶ୍ର): ପୋଲିସ ପାଟ୍ରୋଲିଂ ଠିକ୍ ଭାବେ ହେଉ ନ ଥିବାରୁ ଏହାର ସୁଯୋଗ ନେଇ ପୁରୁଷୋତ୍ତମପୁର ଅଞ୍ଚଳରେ ଲୁଟେରା ଗ୍ୟାଙ୍ଗ ପୁଣି ସକ୍ରିୟ ହୋଇଉଠିଛନ୍ତି। ଯାହାକି ରବିବାର ସ୍ବଷ୍ଟ ଦିବାଲୋକରେ ରାସ୍ତାରେ ଜଣେ ରୁପା ବସାୟୀଙ୍କୁ ଖଣ୍ଡାରେ ହାଣି ଲୁଟ୍ ଉଦ୍ୟମ କରାଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ପୁରୁଷୋତ୍ତମପୁର ଚାଙ୍ଗୁଡ଼ିଆପଦର ସାହିର ରବିନ୍ଦ୍ର ଓରଫ ଟୁଟୁ ସେନାପତି(୪୦) ଗାଁକୁ ଗାଁ ବୁଲି ରୂପା ବ୍ୟବସାୟ କରନ୍ତି। ସବୁଦିନ ଭଳି ସେ ରବିବାର ବ୍ୟବସାୟ କରି […] The post ଆସିଲା ପାର୍ବଣ, ମାତିଲେଣି ଲୁଟେରା ଗ୍ୟାଙ୍ଗ: ରୂପା ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି… appeared first on Dharitri Odia News.
ପୁରୁଷୋତ୍ତମପୁର,୬।୧୦(ସିମାଞ୍ଚଳ ମିଶ୍ର): ପୋଲିସ ପାଟ୍ରୋଲିଂ ଠିକ୍ ଭାବେ ହେଉ ନ ଥିବାରୁ ଏହାର ସୁଯୋଗ ନେଇ ପୁରୁଷୋତ୍ତମପୁର ଅଞ୍ଚଳରେ ଲୁଟେରା ଗ୍ୟାଙ୍ଗ ପୁଣି ସକ୍ରିୟ ହୋଇଉଠିଛନ୍ତି। ଯାହାକି ରବିବାର ସ୍ବଷ୍ଟ ଦିବାଲୋକରେ ରାସ୍ତାରେ ଜଣେ ରୁପା ବସାୟୀଙ୍କୁ ଖଣ୍ଡାରେ ହାଣି ଲୁଟ୍ ଉଦ୍ୟମ କରାଯାଇଥିବା ଜଣାପଡିଛି।
ମିଳିଥିବା ସୂଚନା ମୁତାବକ, ପୁରୁଷୋତ୍ତମପୁର ଚାଙ୍ଗୁଡ଼ିଆପଦର ସାହିର ରବିନ୍ଦ୍ର ଓରଫ ଟୁଟୁ ସେନାପତି(୪୦) ଗାଁକୁ ଗାଁ ବୁଲି ରୂପା ବ୍ୟବସାୟ କରନ୍ତି। ସବୁଦିନ ଭଳି ସେ ରବିବାର ବ୍ୟବସାୟ କରି ପାଣ୍ଡିଆ-ପୁରୁଷୋତ୍ତମପୁର ହିରାଧାରବାଟି କେନାଲ ରାସ୍ତାରେ ଏକ ବାଇକ୍ ଯୋଗେ ଫେରୁଥିଳେ। ସେତିକି ବେଳେ ୩ଜଣ ମୁଖାପିନ୍ଧା ଯୁବକ ଏକ ବାଇକ୍ରେ ଆସି ଟୁଟୁଙ୍କୁ ଓଭର ଟେକ୍ କରି କିଛି ଦୂରରେ ଅଟକାଇ ଥିଲେ। ଏହାକୁ ସନ୍ଦେହ କରି ଟୁଟୁ ବାଇକ୍ ନ ରଖି ଦ୍ରୁତଗତିରେ ଚାଲିଯିବାକୁ ଚେଷ୍ଟା କରିଥିଲେ।
ହେଲେ ଲୁଟେରାମାନେ ଖଣ୍ଡାରେ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ଖଣ୍ଡା ଚୋଟ ହାତରେ ବାଜିଥିଲା। ରକ୍ତଜୁଡୁବୁଡୁ ଅବସ୍ଥାରେ ସେ ଗାଁକୁ ଆସି ଲୋକଙ୍କୁ ଘଟଣା ସଂକ୍ରାନ୍ତରେ ଜଣାଇଥିଲେ। ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇ ପୁରୁଷୋତ୍ତମପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ପଠାଇ ଥିଲେ।
ଏନେଇ ପୁରୁଷୋତ୍ତମପୁର ପୋଲିସକୁ ପଚାରିବାରୁ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା କୁହାଯାଇଛି। ପୂର୍ବରୁ ଅଞ୍ଚଳରେ ଏହିପରି ଘଟଣା ଘଟିଥିବା ବେଳେ ଗତ କିଛିମାସ ହେଲା ବନ୍ଦ ରହିଥିଲା। ବର୍ତ୍ତମାନ ପାର୍ବଣ ଆସିବା ପରେ ପୁଣି ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇଉଠିଛନ୍ତି। ଏନେଇ ବ୍ୟବସାୟୀ ଏବଂ ଜନସାଧାରଣ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏଥିପ୍ରତି ନୂତନ ଭାବେ ଯୋଗ ଦେଇଥିବା ଗଞ୍ଜାମ ଏସ୍ପି ଦୃଷ୍ଟି ଦେଇ ତୁରନ୍ତ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସ୍ଥାନୀୟ ଜନସାଧାରଣ ଅନୁରୋଧ କରିଛନ୍ତି
The post ଆସିଲା ପାର୍ବଣ, ମାତିଲେଣି ଲୁଟେରା ଗ୍ୟାଙ୍ଗ: ରୂପା ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି… appeared first on Dharitri Odia News.