ଆଜି ମହାକୁମ୍ଭରେ ବୁଡ଼ ପକାଇବେ ରାଷ୍ଟ୍ରପତି
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ପ୍ରୟାଗରାଜ ମହାକୁମ୍ଭରେ ସ୍ନାନ କରିବେ। ସେ ପ୍ରୟାଗରାଜରେ ୮ ଘଣ୍ଟାରୁ ଅଧିକ ସମୟ ରହିବା ସହିତ ତ୍ରିବେଣୀ ସଙ୍ଗମରେ ସ୍ନାନ କରିବା ପରେ ଅକ୍ଷୟବଟ ଏବଂ ବଡେ ହନୁମାନ ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କରିବେ। ସନାତନ ସଂସ୍କୃତିରେ ଅକ୍ଷୟବଟକୁ ଅମରତ୍ୱର ପ୍ରତୀକ ବୋଲି ବିବେଚନା କରାଯାଇଥାଏ। ରାଷ୍ଟ୍ରପତିଙ୍କ ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ସୁରକ୍ଷା […]

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ପ୍ରୟାଗରାଜ ମହାକୁମ୍ଭରେ ସ୍ନାନ କରିବେ। ସେ ପ୍ରୟାଗରାଜରେ ୮ ଘଣ୍ଟାରୁ ଅଧିକ ସମୟ ରହିବା ସହିତ ତ୍ରିବେଣୀ ସଙ୍ଗମରେ ସ୍ନାନ କରିବା ପରେ ଅକ୍ଷୟବଟ ଏବଂ ବଡେ ହନୁମାନ ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କରିବେ। ସନାତନ ସଂସ୍କୃତିରେ ଅକ୍ଷୟବଟକୁ ଅମରତ୍ୱର ପ୍ରତୀକ ବୋଲି ବିବେଚନା କରାଯାଇଥାଏ। ରାଷ୍ଟ୍ରପତିଙ୍କ ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।