ଆଜି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଉଡ଼ିବନି ବିମାନ
ଚେନ୍ନାଇ,୩୦ା୧୧: ଶନିବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବିମାନ ଉଡ଼ାଣ ବନ୍ଦ ନେଇ ଘୋଷଣା କରାଯାଇଛି। ବାତ୍ୟା ‘ଫେଙ୍ଗାଲ’ ପାଇଁ ଚେନ୍ନାଇରେ ବିମାନ ଉଡ଼ାଣ ଉପରେ ରୋକ୍ ଲଗାଯାଇଛି। ଅପରାହ୍ନରେ ତାମିଲନାଡୁ-ପୁଡୁଚେରୀ ଉପକୂଳରେ ଲ୍ୟାଣ୍ଡଫଲ୍ କରିବ ଫେଙ୍ଗାଲ। ଏହା କରାଇକାଲ ମହାବଳିପୂରମ ମଧ୍ୟରେ କୂଳ ଛୁଇଁବା ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍ବେଳେ ଘଣ୍ଟାକୁ ୭୦ରୁ ୮୦ କିମି ବେଗରେ ପବନ ବହିବ। ପ୍ରବଳ ବର୍ଷା ଜାରି ରହିଥିବାରୁ ବହୁତ ଅଞ୍ଚଳ ପାଣିରେ ବୁଡ଼ିରହିଛି। ତାମିଲନାଡ଼ୁ ଏବଂ ପୁଡୁଚେରୀର ସମୁଦ୍ର ଉପକୂଳବର୍ତ୍ତୀ […] The post ଆଜି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଉଡ଼ିବନି ବିମାନ appeared first on Dharitri Odia News.
ଚେନ୍ନାଇ,୩୦ା୧୧: ଶନିବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବିମାନ ଉଡ଼ାଣ ବନ୍ଦ ନେଇ ଘୋଷଣା କରାଯାଇଛି। ବାତ୍ୟା ‘ଫେଙ୍ଗାଲ’ ପାଇଁ ଚେନ୍ନାଇରେ ବିମାନ ଉଡ଼ାଣ ଉପରେ ରୋକ୍ ଲଗାଯାଇଛି। ଅପରାହ୍ନରେ ତାମିଲନାଡୁ-ପୁଡୁଚେରୀ ଉପକୂଳରେ ଲ୍ୟାଣ୍ଡଫଲ୍ କରିବ ଫେଙ୍ଗାଲ। ଏହା କରାଇକାଲ ମହାବଳିପୂରମ ମଧ୍ୟରେ କୂଳ ଛୁଇଁବା ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍ବେଳେ ଘଣ୍ଟାକୁ ୭୦ରୁ ୮୦ କିମି ବେଗରେ ପବନ ବହିବ। ପ୍ରବଳ ବର୍ଷା ଜାରି ରହିଥିବାରୁ ବହୁତ ଅଞ୍ଚଳ ପାଣିରେ ବୁଡ଼ିରହିଛି।
ତାମିଲନାଡ଼ୁ ଏବଂ ପୁଡୁଚେରୀର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳକୁ ସତର୍କ ସୂଚନା ଜାରି କରାଯାଇଛି । ତଳିଆ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ପ୍ରଶାସନ । ନାଗପାଟ୍ଟମ ଏବଂ ଅନ୍ୟ ସମୁଦ୍ର କୂଳରେ ଉଚ୍ଚ ଜୁଆରମାନ ଦେଖିବାକୁ ମିଳିଛି । ବାତ୍ୟା ମୁକାବିଲା ନେଇ ଏନଡିଆରଏଫ୍ ଏବଂ ଏସଡିଆରଏଫ୍ ଟିମ୍ ପ୍ରସ୍ତୁତ ରହିଛି । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୨,୨୨୯ ରିଲିଫ୍ କ୍ୟାମ୍ପରେ ଟିମ୍ ପ୍ରସ୍ତୁତ ରହିଛି । ତିରୁଭାରୁର୍ ଏବଂ ନାଗାପାଟ୍ଟିମ୍ ଜିଲ୍ଲାର ୪୭୧ ଲୋକ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି । ସମୁଦ୍ରରୁ ୪,୧୦୦ ବୋଟ୍ ଉପକୂଳକୁ ଫେରିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
The post ଆଜି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଉଡ଼ିବନି ବିମାନ appeared first on Dharitri Odia News.