ଆଜି ସରୁଛି ଭାରତ-ପାକ୍ ଅସ୍ତ୍ରବିରତି ଅବଧି

ନନ୍ଦିଘୋଷ ବ୍ୟୁରୋ: ଆଜି ସରୁଛି ଭାରତ-ପାକ୍ ଅସ୍ତ୍ରବିରତି ଅବଧି। ୧୮ ତାରିଖ ପର୍ଯ୍ୟନ୍ତ ସୀମାରେ ଫାୟାରିଂ ନ କରିବାକୁ ଦୁଇ... The post ଆଜି ସରୁଛି ଭାରତ-ପାକ୍ ଅସ୍ତ୍ରବିରତି ଅବଧି appeared first on .

ଆଜି ସରୁଛି ଭାରତ-ପାକ୍ ଅସ୍ତ୍ରବିରତି ଅବଧି

ନନ୍ଦିଘୋଷ ବ୍ୟୁରୋ: ଆଜି ସରୁଛି ଭାରତ-ପାକ୍ ଅସ୍ତ୍ରବିରତି ଅବଧି। ୧୮ ତାରିଖ ପର୍ଯ୍ୟନ୍ତ ସୀମାରେ ଫାୟାରିଂ ନ କରିବାକୁ ଦୁଇ ଦେଶ ରାଜି ହୋଇଥିଲେ। ଆଜି ଏହି ଡେଡ୍ ଲାଇନ ସରୁଛି। ତା ପରେ କଣ ହେବ ଦୁଇ ଦେଶର ଆଭିମୁଖ୍ୟ, ତାକୁ ନେଇ ସସପେନ୍ସସ ଲାଗି ରହିଛି। ଦୁଇ ଦେଶ ପୁଣି ଥରେ ଏହି ଅସ୍ତ୍ରବିରତି ଚୁକ୍ତିର ଅବଧିକୁ ବୃଦ୍ଧି କରିବେ ନା ପୁଣି ଥରେ ସୀମାରେ ଗର୍ଜିବ ବନ୍ଧୁକ ଗୁଳି, କମାଣ, ତାକୁ ନେଇ ଆଶା ଆଶଙ୍କା ଲାଗି ରହିଛି। ପହଲଗାଁଓ ଆତଙ୍କବାଦୀ ଆକ୍ରମଣ, ତା ପରେ ଭାରତର ଅପରେସନ ସିନ୍ଦୂର ପରେ ସୀମାରେ ପ୍ରବଳ ଫାୟାରିଂ ହୋଇଥିଲା। ଉଭୟ ପଟୁ ପ୍ରବଳ ଗୁଳି ଗୋଳା ବର୍ଷଣ ହୋଇଥିଲା। ୧୦ ତାରିଖରେ ଡିିଜିଏମଓ ସ୍ତରୀୟ ଆଲୋଚନା ପରେ ଅସ୍ତ୍ରବିରତି ପାଇଁ ଦୁଇ ଦେଶ ରାଜି ହୋଇଥିଲେ। ଏହାକୁ ୧୮ ତାରିଖ ଅର୍ଥାତ ଆଜି ଯାଏ ବୃଦ୍ଧି କରାଯାଇଥିଲା। ଏବେ କଣ ହେବ, ତାକୁ ନେଇ ଲାଗି ରହିଛି ସସପେନ୍ସ।

The post ଆଜି ସରୁଛି ଭାରତ-ପାକ୍ ଅସ୍ତ୍ରବିରତି ଅବଧି appeared first on .