ଆଜି ସୈନୀ ସରକାର 2.Oର ଶପଥ; ଯୋଗଦେବେ PM ମୋଦି, ଶାହ, ରାଜନାଥ...

ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି ସୈନୀ। 

ଆଜି ସୈନୀ ସରକାର 2.Oର ଶପଥ; ଯୋଗଦେବେ PM ମୋଦି, ଶାହ, ରାଜନାଥ...

ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଆଜିଠୁ ନିଜର ଦ୍ବିତୀୟ ଇନିଂସ ଆରମ୍ଭ କରିବେ ନାଏବ ସିଂହ ସୈନୀ। ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି ସୈନୀ। ଆଜି ପଞ୍ଚକୁଳାସ୍ଥିତ ସେକ୍ଟର ୫ ପରେଡ୍ ଗ୍ରାଉଣ୍ଡରେ ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

ଅଧିକ ପଢ଼ନ୍ତୁ: ସୁପ୍ରିମକୋର୍ଟର ପରବର୍ତ୍ତୀ CJI ହେବେ ଜଷ୍ଟିସ ସଂଜୀବ ଖାନ୍ନା !

ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ଯୋଗଦେବେ। ଏହି ଉତ୍ସବରେ ସାମିଲ ହେବେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ସାମିଲ ହେବେ । 

ସୈନୀଙ୍କ ନେତୃତ୍ବରେ ଏଥର ହରିୟାଣା ନିର୍ବାଚନ ଲଢିଥିଲା ଭାରତୀୟ ଜନତା ପାର୍ଟି। ଆଉ ଦଳ ସବୁ ଆକଳନକୁ ଭୁଲ ପ୍ରମାଣିତ କରି ଲଗାତାର ତୃତୀୟ ଥର ଲାଗି କ୍ଷମତାକୁ ଫେରିଥିଲା।