ଆଜି ହେବ ମହାପ୍ରଭୁଙ୍କ ଅଧରପଣା ନୀତି

ପୁରୀ: ଆଜି ହେବ ମହାପ୍ରଭୁଙ୍କ ଅଧରପଣା ନୀତି । ତିନି ଠାକୁରଙ୍କୁ ଅଧରପଣା ଲାଗି ହେବ । ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କୁ ତୁପ୍ତ କରିବା ପାଇଁ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଥ ଉପରେ ଅଧରପଣା ପୂଜା ନୀତି ସମ୍ପନ୍ନ ହେବ । ରଥ ଉପରେ ୯ଟି ହାଣ୍ଡିକୁ ଭଙ୍ଗାଯିବ । ଏଥିପାଇଁ ସ୍ୱତନ୍ତ୍ର ଅଧରହାଣ୍ଡି ପ୍ରସ୍ତୁତ ହୋଇଛି । ଏହି ଅଧରପଣା ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶ୍ରଣରେ ପ୍ରସ୍ତୁତ କରାଯିବ। ପଣା […] The post ଆଜି ହେବ ମହାପ୍ରଭୁଙ୍କ ଅଧରପଣା ନୀତି appeared first on Odisha.News.

ଆଜି ହେବ ମହାପ୍ରଭୁଙ୍କ ଅଧରପଣା ନୀତି

ପୁରୀ: ଆଜି ହେବ ମହାପ୍ରଭୁଙ୍କ ଅଧରପଣା ନୀତି । ତିନି ଠାକୁରଙ୍କୁ ଅଧରପଣା ଲାଗି ହେବ । ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କୁ ତୁପ୍ତ କରିବା ପାଇଁ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଥ ଉପରେ ଅଧରପଣା ପୂଜା ନୀତି ସମ୍ପନ୍ନ ହେବ । ରଥ ଉପରେ ୯ଟି ହାଣ୍ଡିକୁ ଭଙ୍ଗାଯିବ । ଏଥିପାଇଁ ସ୍ୱତନ୍ତ୍ର ଅଧରହାଣ୍ଡି ପ୍ରସ୍ତୁତ ହୋଇଛି ।

ଏହି ଅଧରପଣା ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶ୍ରଣରେ ପ୍ରସ୍ତୁତ କରାଯିବ। ପଣା ହାଣ୍ଡିକୁ ତିନି ରଥର ପୋଖରିଆ ଉପରେ ପୂଜାର୍ଚ୍ଚନା କରିବା ପରେ ଏହା ଭଙ୍ଗାଯିବ।

ରଥର ପାର୍ଶ୍ବ ଦେବାଦେବୀଙ୍କ ସମେତ ଚଣ୍ଡୀ, ଚାମୁଣ୍ଡାମାନେ ଘୂରି ବୁଲୁଥିବାରୁ ଅଧରହାଣ୍ଡି ଭଙ୍ଗାଯାଇ ସେମାନଙ୍କୁ ପଣା ଉତ୍ସର୍ଗ କରାଯାଇଥାଏ।

The post ଆଜି ହେବ ମହାପ୍ରଭୁଙ୍କ ଅଧରପଣା ନୀତି appeared first on Odisha.News.