ଆଜି ୩୧, ୪୦ ଦିନରେ ୮୦ ନିହତ; ଶାହଙ୍କ ଟାର୍ଗେଟ୍ ପୂରଣ ପାଇଁ ନକ୍ସଲ ବିରୋଧୀ ଅଭିଯାନ ଜୋରଦାର

ନୂଆଦିଲ୍ଲୀ: ଛତିଶଗଡ଼ରେ ନକ୍ସଲବାଦ ବିରୋଧୀ ଅଭିଯାନରେ ଯବାନଙ୍କୁ ଲଗାତାର ସଫଳତା ମିଳୁଛି । ନୂଆ ବର୍ଷ ଆରମ୍ଭରୁ ହିଁ ନକ୍ସଲଙ୍କ ପାଇଁ କାଳ ହୋଇଛି । ଯବାନଙ୍କ ଚାପରେ ନକ୍ସଲ ଲଗାତାର ନିଜର ଠିକଣା ବଦଳାଉଛନ୍ତି ଏବଂ ଏନକାଉଣ୍ଟରରେ ପ୍ରାଣ ହରାଉଛନ୍ତି । ବିଜାପୁର ଜିଲ୍ଲାର ନ୍ୟାସନାଲ ପାର୍କ ଏରିଆରେ ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ରବିବାର ହୋଇଥିବା ଗୁଳିମାଡ଼ରେ ୩୧ ଜଣ ନକ୍ସଲ ନିପାତ ହୋଇଛନ୍ତି । ଏହି ଅପରେସନରେ ଡିଆରଜି, ଏସଟିଏଫ୍ ଏବଂ ବସ୍ତର ଫାଇଟର୍ ଯବାନ ସାମିଲ ଥିଲେ । ଛତିଶଗଡ଼ରେ ୨୦୨୫ରେ ଏହି ଘଟଣା ପୂର୍ବରୁ ୪୯ ନକ୍ସଲ ଏନକାଉଣ୍ଟରରେ ନିହତ ହୋଇଛନ୍ତି ।ନକ୍ସଲଙ୍କ ଗଡ଼ ଥିବା ବସ୍ତର ସମ୍ଭାଗକୁ ୨୦୨୬ ସୁଦ୍ଧା ନକ୍ସଲ ମୁକ୍ତ କରିବା ପାଇଁ ଅଭିଯାନ ଜାରି ରଖାଯାଇଛି । ନକ୍ସଲ ଦମନ ଅଭିଯାନରେ ଯବାନଙ୍କୁ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଛୁ । ରାଜ୍ୟର ବିଜେପି ସରକାରରେ ଏବେ ସୁଦ୍ଧା ୨୬୮ ନକ୍ସଲ ନିପାତ ହୋଇଛନ୍ତି । ୭୫୦ ନକ୍ସଲ ସରେଣ୍ଡର କରିଛନ୍ତି । ଏକ ହଜାରରୁ ଅଧିକ ନକ୍ସଲଙ୍କୁ ଗିରଫ କରାଯାଇଛି । ଆଜିର ଏନକାଉଣ୍ଟରକୁ ମିଶାଇଲେ ଏହି ସଂଖ୍ୟା ୩୦୦ ହୋଇଛି । ଯେଉଁ ଗତିରେ ନକ୍ସଲଙ୍କୁ ନିପାତ କରାଯାଉଛି ଏବଂ ଆତ୍ମସମର୍ପଣ କରୁଛନ୍ତି, ଏଥିରୁ ଅନୁମାନ କରାଯାଉଛି ଯେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଟାର୍ଗେଟ୍ ସମୟ ପୂର୍ବରୁ ହିଁ ପୂରଣ ହୋଇଯିବ । ବସ୍ତର ପୋଲିସ ଅନୁସାରେ ୨୦୨୫ରେ ନକ୍ସଲରେ ବିରୋଧୀ ଅଭିଯାନରେ ଏବେ ସୁଦ୍ଧା ସା

ଆଜି ୩୧, ୪୦ ଦିନରେ ୮୦ ନିହତ; ଶାହଙ୍କ ଟାର୍ଗେଟ୍ ପୂରଣ ପାଇଁ ନକ୍ସଲ ବିରୋଧୀ ଅଭିଯାନ ଜୋରଦାର

ନୂଆଦିଲ୍ଲୀ: ଛତିଶଗଡ଼ରେ ନକ୍ସଲବାଦ ବିରୋଧୀ ଅଭିଯାନରେ ଯବାନଙ୍କୁ ଲଗାତାର ସଫଳତା ମିଳୁଛି । ନୂଆ ବର୍ଷ ଆରମ୍ଭରୁ ହିଁ ନକ୍ସଲଙ୍କ ପାଇଁ କାଳ ହୋଇଛି । ଯବାନଙ୍କ ଚାପରେ ନକ୍ସଲ ଲଗାତାର ନିଜର ଠିକଣା ବଦଳାଉଛନ୍ତି ଏବଂ ଏନକାଉଣ୍ଟରରେ ପ୍ରାଣ ହରାଉଛନ୍ତି । ବିଜାପୁର ଜିଲ୍ଲାର ନ୍ୟାସନାଲ ପାର୍କ ଏରିଆରେ ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ରବିବାର ହୋଇଥିବା ଗୁଳିମାଡ଼ରେ ୩୧ ଜଣ ନକ୍ସଲ ନିପାତ ହୋଇଛନ୍ତି । ଏହି ଅପରେସନରେ ଡିଆରଜି, ଏସଟିଏଫ୍ ଏବଂ ବସ୍ତର ଫାଇଟର୍ ଯବାନ ସାମିଲ ଥିଲେ । ଛତିଶଗଡ଼ରେ ୨୦୨୫ରେ ଏହି ଘଟଣା ପୂର୍ବରୁ ୪୯ ନକ୍ସଲ ଏନକାଉଣ୍ଟରରେ ନିହତ ହୋଇଛନ୍ତି ।

ନକ୍ସଲଙ୍କ ଗଡ଼ ଥିବା ବସ୍ତର ସମ୍ଭାଗକୁ ୨୦୨୬ ସୁଦ୍ଧା ନକ୍ସଲ ମୁକ୍ତ କରିବା ପାଇଁ ଅଭିଯାନ ଜାରି ରଖାଯାଇଛି । ନକ୍ସଲ ଦମନ ଅଭିଯାନରେ ଯବାନଙ୍କୁ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଛୁ । ରାଜ୍ୟର ବିଜେପି ସରକାରରେ ଏବେ ସୁଦ୍ଧା ୨୬୮ ନକ୍ସଲ ନିପାତ ହୋଇଛନ୍ତି । ୭୫୦ ନକ୍ସଲ ସରେଣ୍ଡର କରିଛନ୍ତି । ଏକ ହଜାରରୁ ଅଧିକ ନକ୍ସଲଙ୍କୁ ଗିରଫ କରାଯାଇଛି । ଆଜିର ଏନକାଉଣ୍ଟରକୁ ମିଶାଇଲେ ଏହି ସଂଖ୍ୟା ୩୦୦ ହୋଇଛି । ଯେଉଁ ଗତିରେ ନକ୍ସଲଙ୍କୁ ନିପାତ କରାଯାଉଛି ଏବଂ ଆତ୍ମସମର୍ପଣ କରୁଛନ୍ତି, ଏଥିରୁ ଅନୁମାନ କରାଯାଉଛି ଯେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଟାର୍ଗେଟ୍ ସମୟ ପୂର୍ବରୁ ହିଁ ପୂରଣ ହୋଇଯିବ । 

ବସ୍ତର ପୋଲିସ ଅନୁସାରେ ୨୦୨୫ରେ ନକ୍ସଲରେ ବିରୋଧୀ ଅଭିଯାନରେ ଏବେ ସୁଦ୍ଧା ସାରା ରାଜ୍ୟରେ ୮୦ ନକ୍ସଲ ନିପାତ ହୋଇଛନ୍ତି । ଏଥିରୁ ୬୪ ନକ୍ସଲ ବିଜାପୁର ସମସ୍ତେ ସାତ ଜିଲ୍ଲା ବିଶିଷ୍ଟ ସମ୍ଭାଗରେ ନିହତ ହୋଇଛନ୍ତି । ଗତ ୩୨ ଦିନ ଭିତରେ ୨୫ ହାର୍ଡକୋର ମାଓବାଦୀଙ୍କ ମୃତଦେହ ମିଳିଛି । ଜାନୁଆରୀ ୨୦ ଓ ୨୧ରେ ଗରିୟାବନ୍ଦ ଏନ୍‌କାଉଣ୍ଟରରେ ମୋଟ ୧୬ ନକ୍ସଲ ନିହତ ହୋଇଥିଲେ । ୨୦୨୪ରେ ମୋଟ ୨୧୯ ନକ୍ସଲ ଯବାନଙ୍କ ଗୁଳିରେ ଟଳିଥିଲେ ।

କେବେ କେବେ ମିଳିଛି ବଡ଼ ସଫଳତା 

  1. ୨୦୨୫ ଜାନୁଆରୀ ୫ରେ ହୋଇଥିବା ଏନ୍‌କାଉଣ୍ଟରରେ ୫ ନକ୍ସଲ ନିପାତ
  2. ୨୦୨୬ ଜାନୁଆରୀ ୧୬ରେ ବିଜାପୁର ଜିଲ୍ଲାର ଉସୁର ବ୍ଲକ୍‌ର ପୂଜାରୀ କାଙ୍କେର ଏବଂ ମାରୁଡ଼ବାକା ଜଙ୍ଗଲରେ ୧୮ ନକ୍ସଲ ନିହତ ହୋଇଥିଲେ ।
  3. ୨୦୨୫ ଜାନୁଆରୀ ୧୯ରେ ଗରିୟାବନ୍ଦ ଜିଲ୍ଲାରେ ଦୁଇ ଦିନରେ ୧୮ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା ।
  4. ୨୦୨୪ ଏପ୍ରିଲ୍ ୧୬ରେ କାଙ୍କେରରେ ପୋଲିସ-ନକ୍ସଲ ଏନକାଉଣ୍ଟରରେ ୨୯ ନକ୍ସଲ ମୃତ ହୋଇଥିଲେ ।
  5. ଏପ୍ରିଲ୍ ୩୦ରେ ହୋଇଥିବା ଏନ୍‌କାଉଣ୍ଟରରେ ୧୦ ନିକ୍ସଲ ନିପାତ
  6. ୨୦୨୪ ମେ ୧୦ରେ ବିଜାପୁର ପିଡିୟା ଜଙ୍ଗଲରେ ୧୨ ନକ୍ସଲ ନିହତ
  7. ମେ ୨୫ରେ ସୁକମା ଏବଂ ବିଜାପୁର ଜିଲ୍ଲାରେ ଏନକାଉଣ୍ଟରରେ ୩ ନକ୍ସଲ ସଫା
  8. ୨୦୨୪ ଜୁନ୍ ୧୦ରେ ବିଜାପୁରରେ ଯବାନଙ୍କ ଗୁଳିରେ ୧୨ ନକ୍ସଲ ନିହତ
  9. ୨୦୨୪ ଅକ୍ଟୋବର ୪ ଅବୁଝମାଡ଼ ଜଙ୍ଗଲରେ ୩୫ ନକ୍ସଲ ନିହତ ହୋଇଥିଲେ । ଏହା ଦେଶରେ ଆଜି ଯାଏର ସବୁଠୁ ବଡ଼ ପୋଲିସ-ନକ୍ସଲ ଗୁଳିବିନିୟମ ଥିଲା ।