ଆଜିଠାରୁ ନୀଳଗିରିରୁ ବାଲେଶ୍ୱରକୁ ଗଡ଼ିବ ପାସେଞ୍ଜର ଟ୍ରେନ୍
ବାଲେଶ୍ୱର : ଆଜି ଠାରୁ ନୀଳଗିରିରୁ ବାଲେଶ୍ୱରକୁ ଗଡ଼ିବ ପାସେଞ୍ଜର ଟ୍ରେନ I ନୀଳଗିରି ଗୋପୀନାଥପୁର ନିକଟରେ ନବ ନିର୍ମିତ ରେଳ ଷ୍ଟେସନରୁ ଗଡିବ ଟ୍ରେନ। ଗୋପିନାଥପୁର-ନୀଳଗିରି-ବାଲେଶ୍ୱର ମଧ୍ୟରେ ନୂଆ ମେମୁ ଟ୍ରେନକୁ ଆଜି ସବୁଜ ସଙ୍କେତ ଦେଖାଇ ରେଳ ଚଳାଚଳର ଶୁଭାରମ୍ଭ କରିବେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତିନି ଯୋଡ଼ି ମେମୁ ଟ୍ରେନ ପ୍ରତିଦିନ ଏହି ମାର୍ଗରେ ଚଳାଚଳ କରିବ। ଏହାସହ ବେତନଟୀଠାରେ ଉପମାର୍ଗ ବା ସବୱେ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ବେତନଟୀଠାରେ […]

ବାଲେଶ୍ୱର : ଆଜି ଠାରୁ ନୀଳଗିରିରୁ ବାଲେଶ୍ୱରକୁ ଗଡ଼ିବ ପାସେଞ୍ଜର ଟ୍ରେନ I ନୀଳଗିରି ଗୋପୀନାଥପୁର ନିକଟରେ ନବ ନିର୍ମିତ ରେଳ ଷ୍ଟେସନରୁ ଗଡିବ ଟ୍ରେନ। ଗୋପିନାଥପୁର-ନୀଳଗିରି-ବାଲେଶ୍ୱର ମଧ୍ୟରେ ନୂଆ ମେମୁ ଟ୍ରେନକୁ ଆଜି ସବୁଜ ସଙ୍କେତ ଦେଖାଇ ରେଳ ଚଳାଚଳର ଶୁଭାରମ୍ଭ କରିବେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତିନି ଯୋଡ଼ି ମେମୁ ଟ୍ରେନ ପ୍ରତିଦିନ ଏହି ମାର୍ଗରେ ଚଳାଚଳ କରିବ। ଏହାସହ ବେତନଟୀଠାରେ ଉପମାର୍ଗ ବା ସବୱେ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ବେତନଟୀଠାରେ ପିଆରଏସ୍ ବୁକିଂ କାଉଣ୍ଟରର ଉଦ୍ଘାଟନ କରିବେ। ଯାହାଦ୍ୱାରା ସ୍ଥାନୀୟ ଅଧିବାସୀ ରେଳଟ୍ରାକ ଅତିକ୍ରମ ନକରି ସବଓ୍ବେ ଦେଇ ଯାତାୟତ କରିପାରିବେ ।
କିଛି ଦିନ ପୂର୍ବରୁ ଦଶପଲ୍ଲାକୁ ମଧ୍ୟ ଟ୍ରେନ୍ ଗଡ଼ିଛି । ତାହା ମଧ୍ୟ ସେଠାକାର ଲୋକଙ୍କ ପାଇଁ ବଡ଼ ସ୍ୱପ୍ନ ଥିଲା । ଦଶପଲ୍ଲା ଦେଖିଲା ଟ୍ରେନ୍ । ପ୍ରଥମ ଥର ପାଇଁ ହର୍ଣ୍ଣ ବଜାଇ ଛୁକୁ ଛୁକୁ କରି ଦଶପଲ୍ଲାରୁ ଗଡ଼ିଥିଲା ରେଳ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ପୁରୀ ଯାଉଥିବା ଏହି ଟ୍ରେନର ଶୁଭାରମ୍ଭ କରିଥିଲେ। ନବନିର୍ମିତ ଦଶପଲ୍ଲା ରେଳ ଷ୍ଟେସନର ମଧ୍ୟ ଉଦଘାଟନ କରିଥିଲେ ବୈଷ୍ଣବ। ଟ୍ରେନ୍ ଚାଲିବା ନେଇ ଦଶପଲ୍ଲାବାସୀ ଏତେ ଖୁସି ଥିଲେ ଯେ କୀର୍ତ୍ତନ କରି, ଦୁଲଦୁଲି ବାଜା ବଜାଇ ସେଲିବ୍ରେସନ କରିଥିଲେ।