ଆଜିଠୁ ଆରମ୍ଭ ହେବ ଆଇପିଏଲ୍ ମହାସମର, ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ RCB-KKR

ଆଜିଠୁ ଫଟାଫଟ କ୍ରିକେଟ ମହାସମର । ଆରମ୍ଭ ହେବ ଆଇପିଏଲର ନୂଆ ସଂସ୍କରଣ । ଦୁଇ ମାସ ଧରି ଚାଲିବ ଏହି ଟୁର୍ଣ୍ଣାମେଣ୍ଟ । କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନରେସନ୍ଧ୍ୟା ୬ଟାରେ ଉଦ୍‌ଘାଟନୀ ଉତ୍ସବ ହେବ ଓ ୭ଟା ୩୦ରେ ମ୍ୟାଚ୍ ଆରମ୍ଭ ହେବ । ମେ ୨୫ରେ ଗ୍ରାଣ୍ଡ ଫିନାଲେ ମଧ୍ୟ ଇଡେନ ଗାର୍ଡେନରେ ଖେଳାଯିବ । ଆଜି ଉଦଘାଟନୀ ମ୍ୟାଚରେ ଗତ ଥରର ବିଜେତା କୋଲକାତା ନାଇଟ ରାଇଡର୍ସ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ […] The post ଆଜିଠୁ ଆରମ୍ଭ ହେବ ଆଇପିଏଲ୍ ମହାସମର, ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ RCB-KKR appeared first on KNews Odisha.

ଆଜିଠୁ ଆରମ୍ଭ ହେବ ଆଇପିଏଲ୍ ମହାସମର, ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ RCB-KKR
IPL

ଆଜିଠୁ ଫଟାଫଟ କ୍ରିକେଟ ମହାସମର । ଆରମ୍ଭ ହେବ ଆଇପିଏଲର ନୂଆ ସଂସ୍କରଣ । ଦୁଇ ମାସ ଧରି ଚାଲିବ ଏହି ଟୁର୍ଣ୍ଣାମେଣ୍ଟ । କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନରେସନ୍ଧ୍ୟା ୬ଟାରେ ଉଦ୍‌ଘାଟନୀ ଉତ୍ସବ ହେବ ଓ ୭ଟା ୩୦ରେ ମ୍ୟାଚ୍ ଆରମ୍ଭ ହେବ । ମେ ୨୫ରେ ଗ୍ରାଣ୍ଡ ଫିନାଲେ ମଧ୍ୟ ଇଡେନ ଗାର୍ଡେନରେ ଖେଳାଯିବ । ଆଜି ଉଦଘାଟନୀ ମ୍ୟାଚରେ ଗତ ଥରର ବିଜେତା କୋଲକାତା ନାଇଟ ରାଇଡର୍ସ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ।

୨୦୦୮ ମସିହାର ଆଇପିଏଲ ପ୍ରଥମ ସଂସ୍କରଣ ପର ଠାରୁ ପ୍ରଥମ ଥର ଏକ ଉଦଘାଟନୀ ମ୍ୟାଚରେ ଦୁଇ ଦଳ ପରସ୍ପରର ମୁକାବିଲା କରିବାକୁ ଯାଉଛନ୍ତି । ଉଭୟ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଆଶା ରଖିଛନ୍ତି ।  କେକେଆର ଘରୋଇ ଗ୍ରାଉଣ୍ଡରେ ଖେଳୁ ଥିବାରୁ ପ୍ରଶଂସକଙ୍କ ଉପସ୍ଥିତିର ଫାଇଦା ନେବ।  କୋଲକାତା ନାଇଟ ରାଇଡର୍ସ ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ।  ସେହିପରି ରଜତ ପଟିଦାରଙ୍କ କ୍ୟାପଟେନ୍ସିରେ ଅଭିଯାନ ଆରମ୍ଭ କରିବ ଆରସିବି ।  ଆଜି ସଂଧ୍ୟା ୬ଟାରେ ଉଦଘାଟନୀ ଉତ୍ସବ ।  ସାଢ଼େ ୭ଟାରୁ ମ୍ୟାଚ୍ ଆରମ୍ଭ ।  ଅନ୍ୟପଟେ ଏଥର ଧୋନୀ, ରୋହିତ ଓ ବିରାଟ କୋହଲିଙ୍କ ଶେଷ ଆଇପିଏଲ ମ୍ୟାଚ୍ ହୋଇପାରେ ।  ତେଣୁ ଏହି ୩ ଜଣଙ୍କ ପ୍ରଦର୍ଶନ ଉପରେ ନଜର ରହିବ।

 

 

ଆହୁରି ପଢ଼ନ୍ତୁ : କୋଲକାତାରେ ପହଞ୍ଚିବା ଆରମ୍ଭ କଲେଣି କ୍ରିକେଟ୍ ଟିମ୍, ଉଦଘାଟନୀ ଉତ୍ସବ ପାଇଁ ଚାଲିଛି ଜୋରସୋରରେ ପ୍ରସ୍ତୁତି

The post ଆଜିଠୁ ଆରମ୍ଭ ହେବ ଆଇପିଏଲ୍ ମହାସମର, ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ RCB-KKR appeared first on KNews Odisha.