ଆଜିଠୁ କିଟ୍ ପ୍ରବେଶିକା ପରୀକ୍ଷା କିଟି ଆରମ୍ଭ, ଭାରତର ୭୧ଟି ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ଆୟୋଜିତ

ଭୁବନେଶ୍ବର : କିଟ୍‍ର ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆୟୋଜିତ କିଟ୍‍ ପ୍ରବେଶିକା ପରୀକ୍ଷା କିଟି ଆଜିଠାରୁ ଆରମ୍ଭ ହୋଇଛି ।  ସମ୍ପୂର୍ଣ୍ଣ କଂପ୍ୟୁଟର ବେସ୍‍ଡ ଟେଷ୍ଟ (ସିବିଟି) ଆଧାରରେ ଏହି ପରୀକ୍ଷା ଆୟୋଜିତ ହେଉଛି ।  ତିନୋଟି ପର୍ଯ୍ୟାୟରେ ଏହି ପରୀକ୍ଷା ଆୟୋଜନ କରାଯିବ।  ଭୁବନେଶ୍ବର ସମେତ ଭାରତର ୭୧ଟି ବିଭିନ୍ନ କେନ୍ଦ୍ରରେ ଏହି ପରୀକ୍ଷା ଆୟୋଜିତ ହେଉଛି। କିଟି ଦ୍ୱିତୀୟ ପର୍ଯ୍ୟାୟ ଓ ତୃତୀୟ ପର୍ଯ୍ୟାୟ ପଞ୍ଜୀକରଣ ଯଥାକ୍ରମେ ଜୁନ୍ ୮ ଓ […] The post ଆଜିଠୁ କିଟ୍ ପ୍ରବେଶିକା ପରୀକ୍ଷା କିଟି ଆରମ୍ଭ, ଭାରତର ୭୧ଟି ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ଆୟୋଜିତ appeared first on KNews Odisha.

ଆଜିଠୁ କିଟ୍ ପ୍ରବେଶିକା ପରୀକ୍ଷା କିଟି ଆରମ୍ଭ, ଭାରତର ୭୧ଟି ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ଆୟୋଜିତ
kiit student

ଭୁବନେଶ୍ବର : କିଟ୍‍ର ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆୟୋଜିତ କିଟ୍‍ ପ୍ରବେଶିକା ପରୀକ୍ଷା କିଟି ଆଜିଠାରୁ ଆରମ୍ଭ ହୋଇଛି ।  ସମ୍ପୂର୍ଣ୍ଣ କଂପ୍ୟୁଟର ବେସ୍‍ଡ ଟେଷ୍ଟ (ସିବିଟି) ଆଧାରରେ ଏହି ପରୀକ୍ଷା ଆୟୋଜିତ ହେଉଛି ।  ତିନୋଟି ପର୍ଯ୍ୟାୟରେ ଏହି ପରୀକ୍ଷା ଆୟୋଜନ କରାଯିବ।  ଭୁବନେଶ୍ବର ସମେତ ଭାରତର ୭୧ଟି ବିଭିନ୍ନ କେନ୍ଦ୍ରରେ ଏହି ପରୀକ୍ଷା ଆୟୋଜିତ ହେଉଛି।

କିଟି ଦ୍ୱିତୀୟ ପର୍ଯ୍ୟାୟ ଓ ତୃତୀୟ ପର୍ଯ୍ୟାୟ ପଞ୍ଜୀକରଣ ଯଥାକ୍ରମେ ଜୁନ୍ ୮ ଓ ଜୁନ୍ ୩୦ ତାରିଖରେ ଶେଷ ହେବ ।  ପ୍ରଥମ ପର୍ଯ୍ୟାୟ ପାଇଁ ପରୀକ୍ଷା ଅପ୍ରେଲ ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।  ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଜୁନ୍‍ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।  ସେହପରି ତୃତୀୟ ପର୍ଯ୍ୟାୟ ପରୀକ୍ଷା ଜୁଲାଇ ୬ରୁ ୮ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

Also read: ଶିକ୍ଷାଗତ ଏବଂ ଗବେଷଣା ସହଯୋଗକୁ ସୁଦୃଢ଼ କରିବା ପାଇଁ କିଟ୍ ରସାୟନ ବିଜ୍ଞାନ ପ୍ରତିଷ୍ଠାନ ଓ ସିଲନ ମଧ୍ୟରେ MOU

 

The post ଆଜିଠୁ କିଟ୍ ପ୍ରବେଶିକା ପରୀକ୍ଷା କିଟି ଆରମ୍ଭ, ଭାରତର ୭୧ଟି ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ଆୟୋଜିତ appeared first on KNews Odisha.