ଆଜିଠୁ ଦୁଲୁକିବ ବିଶ୍ୱର ସବୁଠୁ ବଡ଼ ରଙ୍ଗମଞ୍ଚ, ୧୧ ଦିନ ଧରି ଚାଲିବ ଧନୁଯାତ୍ରା

ବରଗଡ଼ ୧୫।୦୧ : ଆଜିଠୁ ବରଗଡ଼ ଧନୁଯାତ୍ରା । ୧୧ ଦିନ ବ୍ୟାପି ଚାଲିବ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ପ୍ରତିଟି ବରଗଡ଼ବାସୀ ପାଲଟିଯିବେ ଦ୍ବାପର ଯୁଗର ଜଣେ ଜଣେ ନାଗରିକ । ବରଗଡ ସହର ମଥୁରା କଟକରେ ରୂପାନ୍ତର ହେବାକୁ ଥିବା ବେଳେ ଅମ୍ବାପାଲି ପାଲଟିଯିବ ଗୋପପୁର । ମଥୁରା ଓ ଗାପପୁର ମଝିରେ ପ୍ରବାହିତ ଜୀରାନଦୀ ଯମୁନା ନଦୀରେ ରୂପାନ୍ତର ହୋଇଯିବ । ଉଭୟ ଜନପଦବାସୀ ହୋଇଯିବେ ମଥୁରା ଓ ଗୋପପୁରବାସୀ । ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ଉଦଘାଟନ କରିବେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ବିଧାୟକ ବେଦେଶ ଆଚାର୍ଯ୍ୟ । ଆଜିଠୁ ମଥୁରାନଗରୀରେ ଆରମ୍ଭ ହେବ ମହାରାଜ କଂସଙ୍କ ରାଜୁତି। ଧନୁଯାତ୍ରାରେ ମୁଖ୍ୟ ଆକର୍ଷଣ ହେଉଛନ୍ତି ମହାରାଜ କଂସ। ଏଗାର ଦିନର ଯାତ୍ରାରେ ସେ ମହାନାୟକ, ସର୍ବେସର୍ବା । https://www.prameyanews7.com/from-tomorrow-the-world-famous-dhanu-yatra-kansas-rajuthi-will-begin/ ତେବେ ଚଳିତ ବର୍ଷ ଧନୁଯାତ୍ରାରେ ଏକାଦଶ ଥର ପାଇଁ କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ ଭୋଇ। ବରଗଡ଼ ଧନୁଯାତ୍ରା ୭୬ ବର୍ଷରେ ପଦାର୍ପଣ କରିଥିବା ବେଳେ ୧୧ ଥର ପାଇଁ କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ ଭୋଇ । ୧୪ଟି ମଞ୍ଚରେ ଅଭିନୀତ ହେବ ଧନୁଯାତ୍ରାର ବିଭିନ୍ନ ଅଧ୍ୟାୟ। କଂସ ଦରବାର, ରଙ୍ଗ ମହଲ ସହ ସହରକୁ ଆକର୍ଷଣୀୟ ଭାବେ ସଜାଯାଇଛି। ହାତୀ ,ଘୋଡା, ଓଟ ପହଁଞ୍ଚି ସାରିଛନ୍ତି। ଧନୁଯାତ୍ରାରେ

ଆଜିଠୁ ଦୁଲୁକିବ ବିଶ୍ୱର ସବୁଠୁ ବଡ଼ ରଙ୍ଗମଞ୍ଚ, ୧୧ ଦିନ ଧରି ଚାଲିବ ଧନୁଯାତ୍ରା

ବରଗଡ଼ ୧୫।୦୧ : ଆଜିଠୁ ବରଗଡ଼ ଧନୁଯାତ୍ରା । ୧୧ ଦିନ ବ୍ୟାପି ଚାଲିବ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ପ୍ରତିଟି ବରଗଡ଼ବାସୀ ପାଲଟିଯିବେ ଦ୍ବାପର ଯୁଗର ଜଣେ ଜଣେ ନାଗରିକ । ବରଗଡ ସହର ମଥୁରା କଟକରେ ରୂପାନ୍ତର ହେବାକୁ ଥିବା ବେଳେ ଅମ୍ବାପାଲି ପାଲଟିଯିବ ଗୋପପୁର । ମଥୁରା ଓ ଗାପପୁର ମଝିରେ ପ୍ରବାହିତ ଜୀରାନଦୀ ଯମୁନା ନଦୀରେ ରୂପାନ୍ତର ହୋଇଯିବ । ଉଭୟ ଜନପଦବାସୀ ହୋଇଯିବେ ମଥୁରା ଓ ଗୋପପୁରବାସୀ ।

ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ଉଦଘାଟନ କରିବେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ବିଧାୟକ ବେଦେଶ ଆଚାର୍ଯ୍ୟ । ଆଜିଠୁ ମଥୁରାନଗରୀରେ ଆରମ୍ଭ ହେବ ମହାରାଜ କଂସଙ୍କ ରାଜୁତି। ଧନୁଯାତ୍ରାରେ ମୁଖ୍ୟ ଆକର୍ଷଣ ହେଉଛନ୍ତି ମହାରାଜ କଂସ। ଏଗାର ଦିନର ଯାତ୍ରାରେ ସେ ମହାନାୟକ, ସର୍ବେସର୍ବା ।

https://www.prameyanews7.com/from-tomorrow-the-world-famous-dhanu-yatra-kansas-rajuthi-will-begin/

ତେବେ ଚଳିତ ବର୍ଷ ଧନୁଯାତ୍ରାରେ ଏକାଦଶ ଥର ପାଇଁ କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ ଭୋଇ। ବରଗଡ଼ ଧନୁଯାତ୍ରା ୭୬ ବର୍ଷରେ ପଦାର୍ପଣ କରିଥିବା ବେଳେ ୧୧ ଥର ପାଇଁ କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ ଭୋଇ । ୧୪ଟି ମଞ୍ଚରେ ଅଭିନୀତ ହେବ ଧନୁଯାତ୍ରାର ବିଭିନ୍ନ ଅଧ୍ୟାୟ। କଂସ ଦରବାର, ରଙ୍ଗ ମହଲ ସହ ସହରକୁ ଆକର୍ଷଣୀୟ ଭାବେ ସଜାଯାଇଛି। ହାତୀ ,ଘୋଡା, ଓଟ ପହଁଞ୍ଚି ସାରିଛନ୍ତି। ଧନୁଯାତ୍ରାରେ ୩ ହଜାରରୁ ଅଧିକ କଳାକାର ଅଭିନୟ କରୁଥିବା ବେଳେ ନୃତ୍ୟ ଗୀତ ପାଇଁ ୧୭୦ରୁ ଅଧିକ ସାଂସ୍କୃତିକ ଦଳ ସାମିଲ ହୋଇଛନ୍ତି ।

https://www.prameyanews7.com/parikrama-prakalpa-preparation-in-last-stage/

The post ଆଜିଠୁ ଦୁଲୁକିବ ବିଶ୍ୱର ସବୁଠୁ ବଡ଼ ରଙ୍ଗମଞ୍ଚ, ୧୧ ଦିନ ଧରି ଚାଲିବ ଧନୁଯାତ୍ରା appeared first on Prameya News7.