ଆଜିଠୁ ପୁଣି ଉପରମୁହାଁ ହେବ ପାରଦ
ଭୁବନେଶ୍ୱର: କାଳବୈଶାଖୀରେ ଲାଗିବ ବ୍ରେକ୍। ଆଜିଠୁ ପୁଣି ଉପରମୁହାଁ ହେବ ପାରଦ। ୧୩ ତାରିଖ ବେଳକୁ ପୁଣି ୪୦ ଡିଗ୍ରୀ... The post ଆଜିଠୁ ପୁଣି ଉପରମୁହାଁ ହେବ ପାରଦ appeared first on .
ଭୁବନେଶ୍ୱର: କାଳବୈଶାଖୀରେ ଲାଗିବ ବ୍ରେକ୍। ଆଜିଠୁ ପୁଣି ଉପରମୁହାଁ ହେବ ପାରଦ। ୧୩ ତାରିଖ ବେଳକୁ ପୁଣି ୪୦ ଡିଗ୍ରୀ ଛୁଇଁବ ତାତି। ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ହେବ ସ୍ଥିତି। ଗ୍ରୀଷ୍ମ ପ୍ରବାହ ନ ହେଲେ ବି ଅସହ୍ୟ ପାଣିପାଗ ସ୍ଥିତି ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଲଗାତାର ୩ ଦିନ ଧରି ରାଜ୍ୟରେ ଜାରି ରହିଥିବା କାଳବୈଶାଖୀ ପ୍ରଭାବରେ ତାତିରେ ବ୍ରେକ୍ ଲାଗିଥିଲା। ବିଭିନ୍ନ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ପାଇଁ ତାପମାତ୍ରା ୩ ରୁ ୧୨ ଡିଗ୍ରୀ ପର୍ଯ୍ୟନ୍ତ କମିଥିଲା। ଆଜି ଓ କାଲି କେବଳ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ବାକି ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ।
ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ୧୩ ତାରିଖ ପରଠାରୁ ରାଜ୍ୟରେ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବ ବୃଦ୍ଧି ସହ ପୁଣି ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି। କିଛି ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର ଜିଲ୍ଲାରେ ୪୦ଡ଼ିଗ୍ରୀ ଛୁଇଁବା ସମ୍ଭାବନା ରହିଛି।
The post ଆଜିଠୁ ପୁଣି ଉପରମୁହାଁ ହେବ ପାରଦ appeared first on .