ଆଜିଠୁ ବର୍ଷିବ ବର୍ଷା
ଭୁବନେଶ୍ୱର,୨୪।୨: ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ତଳମୁହାଁ ହୋଇଛି। ପାରଳାଖେମୁଣ୍ଡିରେ ସର୍ବାଧିକ ୩୫.୬ ଡ଼ିଗ୍ରୀ ରେକର୍ଡ କରାଯାଇଥିବାବେଳେ ଭୁବନେଶ୍ୱରରେ ୩୨.୮ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଏପରିକି ଶନିବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇଛି। ଏପରିକି ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଜିଲାରେ ଘଡଘଡ଼ି ସହ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଝିପିଝିପି ବର୍ଷା ହେବା ସହ […] The post ଆଜିଠୁ ବର୍ଷିବ ବର୍ଷା appeared first on Dharitri Odia News.
ଭୁବନେଶ୍ୱର,୨୪।୨: ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ତଳମୁହାଁ ହୋଇଛି। ପାରଳାଖେମୁଣ୍ଡିରେ ସର୍ବାଧିକ ୩୫.୬ ଡ଼ିଗ୍ରୀ ରେକର୍ଡ କରାଯାଇଥିବାବେଳେ ଭୁବନେଶ୍ୱରରେ ୩୨.୮ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଏପରିକି ଶନିବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇଛି। ଏପରିକି ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଜିଲାରେ ଘଡଘଡ଼ି ସହ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଝିପିଝିପି ବର୍ଷା ହେବା ସହ ପାଗ କୋହଳା ରହିଛି।
ସେହିପରି ୨୫ ତାରିଖ ବେଳକୁ ଉତ୍ତର ଉପକୂଳ ଓଡ଼ିଶାର କେତକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲାଗୁଡ଼ିକ ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼, ବୌଦ୍ଧ, କନ୍ଧମାଳ ଜିଲା ରହିଛି। ଦକ୍ଷିଣ ଉପକୂଳ ଓଡ଼ିଶାର ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଆଦି ଜିଲାରେ ବର୍ଷା ହୋଇପାରେ। ଅନ୍ୟପଟେ ବାଲେଶ୍ୱର ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ ଆଦି ଜିଲା ଘଡ଼ଘଘଡ଼ି ସହ ବର୍ଷା ସମ୍ଭାବନା ରହିଥିବାରୁ ସମ୍ପୃକ୍ତ ଅଞ୍ଚଳଗୁଡ଼ିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ତେବେ ୨୯ ଓ ୩୦ ତାରିଖରେ ସାରା ରାଜ୍ୟରେ ପାଗ ଶୁଖିଲା ରହିବ।
The post ଆଜିଠୁ ବର୍ଷିବ ବର୍ଷା appeared first on Dharitri Odia News.