ଆଜିଠୁ ସଂସଦର ଶୀତ ଅଧିବେଶନ
ନୂଆଦିଲ୍ଲୀ,୨୫ା୧୧(ପି.ଟି.): ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସୋମବାର ଆରମ୍ଭ ହେଉଛି। ଏହା ପୂର୍ବରୁ ରବିବାର ବସିଥିବା ସର୍ବଦଳୀୟ ବୈଠକରେ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ କେନ୍ଦ୍ର ସରକାର ସବୁ ଦଳର ସହଯୋଗ କାମନା କରିଥିଲେ। ଅନ୍ୟପକ୍ଷରେ ଆଦାନୀ ଗ୍ରୁପ୍ ବିରୋଧରେ ଆମେରିକା ଆଣିଥିବା ଲାଞ୍ଚ ଅଭିଯୋଗ ସମେତ ମଣିପୁର ହିଂସା ପ୍ରସଙ୍ଗ ଉପରେ ତୁରନ୍ତ ଆଲୋଚନା ପାଇଁ ବିରୋଧୀ ଦଳଗୁଡ଼ିକ ଦାବି କରିଥିବାରୁ ଅଧିବେଶନ ଆରମ୍ଭରୁ ଉଭୟ ଗୃହରେ ତୁମ୍ବିତୋଫାନ ଲାଗିରହିବାର ଆଭାସ ମିଳୁଛି। ବରିଷ୍ଠ ଭାଜପା ନେତା […] The post ଆଜିଠୁ ସଂସଦର ଶୀତ ଅଧିବେଶନ appeared first on Dharitri Odia News.
ନୂଆଦିଲ୍ଲୀ,୨୫ା୧୧(ପି.ଟି.): ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସୋମବାର ଆରମ୍ଭ ହେଉଛି। ଏହା ପୂର୍ବରୁ ରବିବାର ବସିଥିବା ସର୍ବଦଳୀୟ ବୈଠକରେ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ କେନ୍ଦ୍ର ସରକାର ସବୁ ଦଳର ସହଯୋଗ କାମନା କରିଥିଲେ। ଅନ୍ୟପକ୍ଷରେ ଆଦାନୀ ଗ୍ରୁପ୍ ବିରୋଧରେ ଆମେରିକା ଆଣିଥିବା ଲାଞ୍ଚ ଅଭିଯୋଗ ସମେତ ମଣିପୁର ହିଂସା ପ୍ରସଙ୍ଗ ଉପରେ ତୁରନ୍ତ ଆଲୋଚନା ପାଇଁ ବିରୋଧୀ ଦଳଗୁଡ଼ିକ ଦାବି କରିଥିବାରୁ ଅଧିବେଶନ ଆରମ୍ଭରୁ ଉଭୟ ଗୃହରେ ତୁମ୍ବିତୋଫାନ ଲାଗିରହିବାର ଆଭାସ ମିଳୁଛି।
ବରିଷ୍ଠ ଭାଜପା ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ୩୦ ଦଳରୁ ୪୨ ଜଣ ନେତା ଯୋଗଦେଇଥିଲେ। ଆଦାନୀ ପ୍ରସଙ୍ଗ ଉପରେ ଆଲୋଚନାକୁ ପ୍ରାଧାନ୍ୟ ଦେବା ସହ ମଣିପୁର ପ୍ରସଙ୍ଗ ଉପରେ ଆଲୋଚନା ପାଇଁ କଂଗ୍ରେସ ପକ୍ଷରୁ ଲୋକ ସଭାର ବିରୋଧୀ ଦଳ ଉପନେତା ଗୌରବ ଗୋଗେଇ ଦାବି କରିଥିଲେ। ଏହାର ଜବାବରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଥିଲେ, ଲୋକ ସଭା ବାଚସ୍ପତି ଏବଂ ରାଜ୍ୟ ସଭା ଅଧ୍ୟକ୍ଷଙ୍କ ସହମତିକ୍ରମେ ଉଭୟ ଗୃହର ବିଜ୍ନେସ୍ ଆଡ୍ଭାଇଜରି କମିଟି ଏହା ଉପରେ ନିଷ୍ପତ୍ତି ନେବ। ଶୀତ ଅଧିବେଶନ ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଓ୍ବକ୍ଫ ସଂଶୋଧନ ବିଲ୍ ସମେତ ୧୬ଟି ବିଲ୍ ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
The post ଆଜିଠୁ ସଂସଦର ଶୀତ ଅଧିବେଶନ appeared first on Dharitri Odia News.