ଆଜିଠୁ ହକି ଇଣ୍ଡିଆ ଲିଗ୍‌

ଭୁବନେଶ୍ୱର, ୨୮।୧୨ (ତପନ ସ୍ବାଇଁ): ଦୀର୍ଘ ୭ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରୁଥିବା ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌) ଶନିବାରଠାରୁ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବାବେଳେ ଏବେ କେବଳ ହକି ରୋମାଞ୍ଚକୁ ଅପେକ୍ଷା। ରାଉରକେଲା ସମେତ ସାରା ଭାରତରେ ଏବେ ହକି ଫିଭର। ଦିଲ୍ଲୀ ଏସ୍‌ଜି ପାଇପର୍ସ ଓ ଗୋନାସିକା ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଅନୁଷ୍ଠିତ ହେବ। ପୁରୁଷ ହକି ଇଣ୍ଡିଆ ଲିଗ୍‌ର ଫାଇନାଲ ଫେବୃଆରୀ […] The post ଆଜିଠୁ ହକି ଇଣ୍ଡିଆ ଲିଗ୍‌ appeared first on Dharitri Odia News.

ଆଜିଠୁ ହକି ଇଣ୍ଡିଆ ଲିଗ୍‌

ଭୁବନେଶ୍ୱର, ୨୮।୧୨ (ତପନ ସ୍ବାଇଁ): ଦୀର୍ଘ ୭ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରୁଥିବା ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌) ଶନିବାରଠାରୁ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବାବେଳେ ଏବେ କେବଳ ହକି ରୋମାଞ୍ଚକୁ ଅପେକ୍ଷା। ରାଉରକେଲା ସମେତ ସାରା ଭାରତରେ ଏବେ ହକି ଫିଭର। ଦିଲ୍ଲୀ ଏସ୍‌ଜି ପାଇପର୍ସ ଓ ଗୋନାସିକା ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଅନୁଷ୍ଠିତ ହେବ। ପୁରୁଷ ହକି ଇଣ୍ଡିଆ ଲିଗ୍‌ର ଫାଇନାଲ ଫେବୃଆରୀ ୧ରେ ଖେଳାଯିବ। ପ୍ରଥମ ଥର ପାଇଁ ହେବାକୁ ଯାଉଥିବା ମହିଳା ହକି ଇଣ୍ଡିଆ ଲିଗ୍‌ ଜାନୁଆରୀ ୧୨ରୁ ୨୬ ପର୍ଯ୍ୟନ୍ତ ରାଞ୍ଚତ୍ରେ ଅନୁଷ୍ଠିତ ହେବ।
ପୁରୁଷ ହକି ଇଣ୍ଡିଆ ଲିଗ୍‌ର ପ୍ରଥମ ପର୍ଯ୍ୟାୟ ଡିସେମ୍ବର ୨୮ରୁ ଜାନୁଆରୀ ୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣକାରୀ ୮ଟି ଦଳ ପରସ୍ପର ସହିତ ଗୋଟିଏ ଲେଖାଏ ମ୍ୟାଚ୍‌ ଖେଳିବେ। ଦ୍ୱିତୀୟ ପର୍ଯ୍ୟାୟ ଜାନୁଆରୀ ୧୯ରୁ ଆରମ୍ଭ ହେବ। ଏଥିରେ ୮ଟି ଦଳକୁ ୨ ପୁଲ୍‌ରେ ବିଭକ୍ତ କରାଯିବ। ପୁଲ୍‌ ‘ଏ’ରେ ଦିଲ୍ଲୀ ଏସ୍‌ଜି ପାଇପର୍ସ, ଶ୍ରାଚୀ ରର୍‌ ବେଙ୍ଗଲ ଟାଇଗର୍ସ, ସୁର୍‌ମା ହକି କ୍ଲବ, ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଏବଂ ପୁଲ୍‌ ‘ବି’ରେ ଗୋନାସିକା, ହାଇଦ୍ରାବାଦ ତୋଫାନ୍ସ, ତାମିଲନାଡ଼ୁ ଡ୍ରାଗନ୍ସ ଓ ୟୁପି ରୁଦ୍ରସ ରହିଛନ୍ତି। ଏଥିରେ ‘ଏ’ ପୁଲ୍‌ର ଦଳଗୁଡ଼ିକ ‘ବି’ ପୁଲ୍‌ର ଦଳଗୁଡ଼ିକ ବିପକ୍ଷରେ ଗୋଟିଏ ଲେଖାଏ ମ୍ୟାଚ ଖେଳିବାପରେ ଶ୍ରେଷ୍ଠ ୪ ଦଳ ସେମିଫାଇନାଲକୁ ଉନ୍ନୀତ ହେବେ।
ମହିଳା ଏଚ୍‌ଆଇଏଲ୍‌ରେ ଶ୍ରାଚୀ ରର୍‌ ବେଙ୍ଗଲ ଟାଇଗର୍ସ, ଦିଲ୍ଲୀ ଏସ୍‌ଜି ପାଇପର୍ସ, ସୁର୍‌ମା ହକି କ୍ଲବ ଏବଂ ଓଡ଼ିଶା ଓ୍ବାରିୟର୍ସ ଆଦି ୪ ଦଳ ଭାଗନେବେ। ଏହାର ମ୍ୟାଚ ଗୁଡ଼ିକ ଜାନୁଆରୀ ୧୨ରୁ ରାଞ୍ଚତ୍ର ମାରାଙ୍ଗ ଗୋମ୍‌କେ ଜୟପାଲ ସିଂ ମୁଣ୍ଡା ଆଷ୍ଟ୍ରୋ ଟର୍ଫ ଷ୍ଟାଡିୟମରେ ଆରମ୍ଭ ହେବ। ପ୍ରତି ଦଳ ପରସ୍ପର ସହ ୨ ଥର ଲେଖାଏ ଖେଳିବା ପରେ ଦୁଇ ଶ୍ରେଷ୍ଠ ଦଳ ମଧ୍ୟରେ ଫାଇନାଲ ଜାନୁଆରୀ ୨୬ରେ ଅନୁଷ୍ଠିତ ହେବ। ମହିଳା ଏଚ୍‌ଆଇଏଲ୍‌ର ସବୁ ଦଳ ଗୋଟିଏ ଲେଖାଏ ମ୍ୟାଚ ରାଉରକେଲାରେ ଏବଂ ପୁରୁଷ ଏଚ୍‌ଆଇଏଲ୍‌ର ପ୍ରତି ଦଳ ରାଞ୍ଚତ୍ରେ ଗୋଟିଏ ଲେଖାଏ ମ୍ୟାଚ ଖେଳିବା କାର୍ଯ୍ୟସୂଚୀ ରହିଛି।

The post ଆଜିଠୁ ହକି ଇଣ୍ଡିଆ ଲିଗ୍‌ appeared first on Dharitri Odia News.