ଆଜିଠୁ +୨ ଛାତ୍ରଛାତ୍ରୀଙ୍କୁ ଏନ୍‌ଇଇଟି,ଜେଇଇ କୋଚିଂ ଆରମ୍ଭ

ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ସମସ୍ତ ଯୁକ୍ତ ଦୁଇ କଲେଜରେ ଏନ୍‌ଇଇଟି ଏବଂ ଜେଇଇ ଆଶାୟୀଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ମିଳିବ କୋଚିଂ । ଭର୍ଚ୍ଚୁଆଲ ମୋଡରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ପାଇବେ କୋଚିଂ। ସବୁ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ଏହି କୋଟିଂ ଦିଆଯିବ। ଏହି କୋଚିଂ ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ସ୍ମାର୍ଟ ଟିଭି ଓ ଇଣ୍ଟରାକ୍ଟିଭ୍‌ ପ୍ୟାନେଲ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି Iଏଥିଲାଗି କଲେଜରେ ସ୍ମାର୍ଟ TV ଓ ଇଣ୍ଟରଆକ୍ଟିଭ୍ […]

ଆଜିଠୁ +୨ ଛାତ୍ରଛାତ୍ରୀଙ୍କୁ ଏନ୍‌ଇଇଟି,ଜେଇଇ କୋଚିଂ ଆରମ୍ଭ
ଆଜିଠୁ +୨ ଛାତ୍ରଛାତ୍ରୀଙ୍କୁ ଏନ୍‌ଇଇଟି,ଜେଇଇ କୋଚିଂ ଆରମ୍ଭ

ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ସମସ୍ତ ଯୁକ୍ତ ଦୁଇ କଲେଜରେ ଏନ୍‌ଇଇଟି ଏବଂ ଜେଇଇ ଆଶାୟୀଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ମିଳିବ କୋଚିଂ । ଭର୍ଚ୍ଚୁଆଲ ମୋଡରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ପାଇବେ କୋଚିଂ। ସବୁ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ଏହି କୋଟିଂ ଦିଆଯିବ। ଏହି କୋଚିଂ ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ସ୍ମାର୍ଟ ଟିଭି ଓ ଇଣ୍ଟରାକ୍ଟିଭ୍‌ ପ୍ୟାନେଲ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି Iଏଥିଲାଗି କଲେଜରେ ସ୍ମାର୍ଟ TV ଓ ଇଣ୍ଟରଆକ୍ଟିଭ୍ ପାନେଲ୍ ବ୍ୟବସ୍ଥା କରାଯାଇଛି। ସକାଳ ସାଢ଼େ ୮ଟାରୁ ୧୦ଟା ପର୍ଯ୍ୟନ୍ତ ଏହି କମ୍ବାଇନ୍‌ଡ ୱାର୍ମ ଅପ୍‌ କ୍ଲାସ୍‌ ଆରମ୍ଭ ହୋଇଛି I ଏଥିପାଇଁ ବୁଧୁବାର ଦିନ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପୁଣି ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଥିଲା ।

ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା, NEET ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା JEE ରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସଫଳତା ହାର ବଢ଼ାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଯୋଜନା ହୋଇଛି।

ପ୍ରତିଦିନ କୋଚିଂ କ୍ଲାସର ଉପସ୍ଥାନ ସମ୍ପର୍କରେ ନୋଡାଲ ଅଫିସର ନିର୍ଦ୍ଦେଶାଳୟକୁ ଅବଗତ କରିବେ। ଅନଲାଇନ୍ କ୍ଲାସ ସମୟରେ ପିଲାଙ୍କୁ ସହାୟତା କରିବାକୁ କଲେଜ୍ କର୍ତ୍ତୃପକ୍ଷ ମେଣ୍ଟର ଟିଚରଙ୍କୁ ନିଯୁକ୍ତ କରିବାକୁ କୁହାଯାଇଛି।

୪ ତାରିଖରେ ରସାୟନ ବିଜ୍ଞାନ, ୫ରେ ପଦାର୍ଥ ବିଜ୍ଞାନ ଏବଂ ୬ ତାରିଖରେ ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ଓ ଗଣିତ ପାଇଁ ୱାର୍ମ ଅପ୍‌ କ୍ଲାସ ହେବ। ୮ ତାରିଖରୁ ସିଡ୍ୟୁଲ କ୍ଲାସ୍‌ ସମ୍ପର୍କରେ ପରବର୍ତ୍ତୀ ସମୟରେ ଜଣାଯିବ ବୋଲି ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି। ଏନେଇ ବିଜେବି ସେକେଣ୍ଡାରୀ ସ୍କୁଲ ଅଧ୍ୟକ୍ଷ ରଞ୍ଜନ କୁମାର ବଳ କହିଛନ୍ତି, ଏହା ସରକାରଙ୍କ ଏକ ଅଭିନବ ପ୍ରୟାସ । ଏହି କୋଚିଂ ସମ୍ପୂର୍ଣ୍ଣ ମାଗଣା। ଘରୋଇ କୋଚିଂ ସେଣ୍ଟରରେ ପିଲା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ରାଜ୍ୟ ସରକାର କିନ୍ତୁ ଏହାର ସମ୍ପୂର୍ଣ୍ଣ ଦେୟମୁକ୍ତ ରଖିଛନ୍ତି । ଏହାଦ୍ୱାରା ମେଧାବୀ ଛାତ୍ରଛାତ୍ରୀ ବେଶ୍‌ ଉପକୃତ ହୋଇ ପାରିବା ସହ ନିଜ ଆଶା ପୂରଣ କରି ପାରିବେ।