ଆଜିଠୁ ୭ ଯାଏ ବର୍ଷା ସହ ବଜ୍ରପାତ ଆଶଙ୍କା, ଏସବୁ ଜିଲା ପାଇଁ ୟେଲୋ ଓ୍ବାର୍ନିଂ ଜାରି…
ଭୁବନେଶ୍ୱର,୨ା୮(ଅନୁରାଧା ମହାରଣା) – ରାଜ୍ୟରେ ବର୍ଷା ଧୀରେ ଧୀରେ କମିଥିବାବେଳେ ଏବେ ଅଧିକାଂଶ ଜିଲାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ରବିବାର ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ମାତ୍ର ୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲାରେ ବଜ୍ରପାତ ହେବା ଆଶଙ୍କା ରହିଛି। ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସେସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, […] The post ଆଜିଠୁ ୭ ଯାଏ ବର୍ଷା ସହ ବଜ୍ରପାତ ଆଶଙ୍କା, ଏସବୁ ଜିଲା ପାଇଁ ୟେଲୋ ଓ୍ବାର୍ନିଂ ଜାରି… appeared first on Dharitri Odia News.
ଭୁବନେଶ୍ୱର,୨ା୮(ଅନୁରାଧା ମହାରଣା) – ରାଜ୍ୟରେ ବର୍ଷା ଧୀରେ ଧୀରେ କମିଥିବାବେଳେ ଏବେ ଅଧିକାଂଶ ଜିଲାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ରବିବାର ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ମାତ୍ର ୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲାରେ ବଜ୍ରପାତ ହେବା ଆଶଙ୍କା ରହିଛି। ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସେସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ ଓ ଗଜପତି ଆଦି ଜିଲାକୁ ବିଜୁଳି ଏବଂ ଘଡ଼ଘଡ଼ି ଆଶଙ୍କା ଥିବାରୁ ସତର୍କ କରାଯାଇଛି।
The post ଆଜିଠୁ ୭ ଯାଏ ବର୍ଷା ସହ ବଜ୍ରପାତ ଆଶଙ୍କା, ଏସବୁ ଜିଲା ପାଇଁ ୟେଲୋ ଓ୍ବାର୍ନିଂ ଜାରି… appeared first on Dharitri Odia News.