ଆଜିର ଦିନରେ ମଉଳିଥିଲା ବିଶ୍ୱକପ ଆଶା, ଭାଙ୍ଗିଥିଲା ୧୪୦ କୋଟି ଭାରତୀୟଙ୍କ ହୃଦୟ
ନୂଆଦିଲ୍ଲୀ,୧୯।୧୧: ଭାରତୀୟ କ୍ରିକେଟ ଦଳ ଗତ ବର୍ଷ ଅର୍ଥାତ୍ ୨୦୨୩ ଏହି ଦିନ (୧୯ ନଭେମ୍ବର) ଦିନିକିଆ ବିଶ୍ୱକପର ଫାଇନାଲ ହରାଇଥିଲା। ଭାରତର ପରାଜୟ ଯୋଗୁ ୧୪୦ କୋଟି ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଭାରତକୁ ଟାଇଟଲ ମ୍ୟାଚ ହରାଇ ଦେବା କାହାକୁ ହଜମ ହୋଇନଥିଲା। ଫାଇନାଲରେ ପହଞ୍ଚିବା ପାଇଁ ଟିମ ଇଣ୍ଡିଆ ବିଶ୍ୱକପରେ କୌଣସି ମ୍ୟାଚ ହରାଇନଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିବା ପୂର୍ବରୁ ଲଗାତାର […] The post ଆଜିର ଦିନରେ ମଉଳିଥିଲା ବିଶ୍ୱକପ ଆଶା, ଭାଙ୍ଗିଥିଲା ୧୪୦ କୋଟି ଭାରତୀୟଙ୍କ ହୃଦୟ appeared first on Dharitri Odia News.
ନୂଆଦିଲ୍ଲୀ,୧୯।୧୧: ଭାରତୀୟ କ୍ରିକେଟ ଦଳ ଗତ ବର୍ଷ ଅର୍ଥାତ୍ ୨୦୨୩ ଏହି ଦିନ (୧୯ ନଭେମ୍ବର) ଦିନିକିଆ ବିଶ୍ୱକପର ଫାଇନାଲ ହରାଇଥିଲା। ଭାରତର ପରାଜୟ ଯୋଗୁ ୧୪୦ କୋଟି ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଭାରତକୁ ଟାଇଟଲ ମ୍ୟାଚ ହରାଇ ଦେବା କାହାକୁ ହଜମ ହୋଇନଥିଲା। ଫାଇନାଲରେ ପହଞ୍ଚିବା ପାଇଁ ଟିମ ଇଣ୍ଡିଆ ବିଶ୍ୱକପରେ କୌଣସି ମ୍ୟାଚ ହରାଇନଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିବା ପୂର୍ବରୁ ଲଗାତାର ୯ଟି ଲିଗ ମ୍ୟାଚ ଜିତିଥିଲା। ତା’ପରେ ସେମିଫାଇନାଲରେ କ୍ରମାଗତ ଦଶମ ମ୍ୟାଚ ଜିତିଥିଲେ । ସେମିଫାଇନାଲରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ନ୍ୟୁଜିଲାଣ୍ଡ ପରି ଏକ ଦଳକୁ ପରାସ୍ତ କରିବା ପରେ ଆଶା କରାଯାଉଥିଲା ଯେ ଟିମ ଇଣ୍ଡିଆ ସହଜରେ ଫାଇନାଲ ଜିତିବ ଏବଂ ଦିନିକିଆ ବିଶ୍ୱକପ ଟାଇଟଲ ଜିତିବ, କିନ୍ତୁ ତାହା ହୋଇପାରିଲା ନଥିଲା।
ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟାଇଟଲ ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ବେଳେ ଭାରତ ବ୍ୟାଟିଂ କରିବାକୁ ପଡିଆକୁ ଆସିଥିଲା। ଏହି ଅବଧି ମଧ୍ୟରେ ଟିମ ଇଣ୍ଡିଆ ୨୪୦ ରନ୍ର କରିବାରେ ସକ୍ଷମ ହୋଇଥିଲା। ତେବେ ଟାର୍ଗେଟକୁ ଲକ୍ଷ୍ୟ କରି ଅଷ୍ଟ୍ରେଲିଆ ୪୩ ଓଭରରେ ୨୪୧ ରନ୍ କରି ଟାଇଟଲକୁ ହାତେଇଥିଲେ।
The post ଆଜିର ଦିନରେ ମଉଳିଥିଲା ବିଶ୍ୱକପ ଆଶା, ଭାଙ୍ଗିଥିଲା ୧୪୦ କୋଟି ଭାରତୀୟଙ୍କ ହୃଦୟ appeared first on Dharitri Odia News.