ଆଜିର ରାଶିଫଳ : ଜାଣନ୍ତୁ ରାଶି ଅନୁସାରେ କିପରି ରହିବ ଆପଣଙ୍କ ଆର୍ଥିକ ସ୍ଥିତି

ମେଷ: ଆଜି ଆପଣଙ୍କ ଦିନ ଭଲ ରହିବ। ଆର୍ଥିକ ସ୍ଥିତି ପୂର୍ବାପେକ୍ଷା ଅଧିକ ମଜଭୁତ ହେବ। ପାରିବାରିକ ଦାୟିତ୍ୱ ପୂରଣ ହେବ। ଆର୍ଥିକ ଯୋଜନା ଫଳପ୍ରଦ ହେବ। ପ୍ରେମୀ ଠାରୁ ବହୁତ କିଛି ଆଶା କରିବା ବ୍ୟର୍ଥ। ବୃଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ। ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ। ଜୀବନରେ କିଛି ଚ୍ୟାଲେଞ୍ଜ ଆସିବାର ସମ୍ଭାବନା ଅଛି। ବିବାହିତ ଲୋକମାନେ ଘରେ କୌଣସି ଛୋଟ ପାର୍ଟିର ଆୟୋଜନ କରିପାରନ୍ତି। ମିଥୁନ: ରଚନାତ୍ମକ କାର୍ଯ୍ୟରେ […] The post ଆଜିର ରାଶିଫଳ : ଜାଣନ୍ତୁ ରାଶି ଅନୁସାରେ କିପରି ରହିବ ଆପଣଙ୍କ ଆର୍ଥିକ ସ୍ଥିତି appeared first on KNews Odisha.

ଆଜିର ରାଶିଫଳ : ଜାଣନ୍ତୁ ରାଶି ଅନୁସାରେ କିପରି ରହିବ ଆପଣଙ୍କ ଆର୍ଥିକ ସ୍ଥିତି
rashi

ମେଷ: ଆଜି ଆପଣଙ୍କ ଦିନ ଭଲ ରହିବ। ଆର୍ଥିକ ସ୍ଥିତି ପୂର୍ବାପେକ୍ଷା ଅଧିକ ମଜଭୁତ ହେବ। ପାରିବାରିକ ଦାୟିତ୍ୱ ପୂରଣ ହେବ। ଆର୍ଥିକ ଯୋଜନା ଫଳପ୍ରଦ ହେବ। ପ୍ରେମୀ ଠାରୁ ବହୁତ କିଛି ଆଶା କରିବା ବ୍ୟର୍ଥ।

ବୃଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ। ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ। ଜୀବନରେ କିଛି ଚ୍ୟାଲେଞ୍ଜ ଆସିବାର ସମ୍ଭାବନା ଅଛି। ବିବାହିତ ଲୋକମାନେ ଘରେ କୌଣସି ଛୋଟ ପାର୍ଟିର ଆୟୋଜନ କରିପାରନ୍ତି।

ମିଥୁନ: ରଚନାତ୍ମକ କାର୍ଯ୍ୟରେ ସଫଳତା ମିଳିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ଉପହାର କିମ୍ବା ସମ୍ମାନ ମିଳିବ। ଅନ୍ୟମାନଙ୍କଠାରୁ ସହଯୋଗ ନେବାରେ ସଫଳ ହେବେ। ଯାତ୍ରା ସୁଖଦ ହେବ। ଆପଣଙ୍କ ବ୍ୟବହାର ଅନ୍ୟକୁ ପ୍ରଭାବିତ କରିବ। ଲଭ୍‌ମେଟ୍‌ଙ୍କ ପାଇଁ ଦିନଟି ଭଲ।

କର୍କଟ: ଆର୍ଥିକ ଦିଗ ମଜଭୁତ ହେବ। ପରିବାରର ଘନିଷ୍ଠତା ବଢ଼ିବ। ସନ୍ତାନ କିମ୍ବା ଶିକ୍ଷା କାରଣରୁ ଚିନ୍ତିତ ରହିବେ। ସାମାଜିକ ପ୍ରତିଷ୍ଠା ବଢ଼ିବ। ପ୍ରେମ ସମ୍ବନ୍ଧରେ ଦିନଟି ବହୁତ ଭଲରେ କଟିବ। ବୁଦ୍ଧି, କୌଶଳ ସହିତ କରାଯାଇଥିବା କାର୍ଯ୍ୟ ସମାପ୍ତ ହେବ।

ସିଂହ: ନିଜ ଲୋକଠାରୁ ଚାପ ମିଳିପାରେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକ ରହିଛି। ରାଜନୈତିକ ଅଭିଳାଷ ପୂରଣ ହେବ। ବୈଦ୍ଧିକ ଆଲୋଚନା କରିବେ। ପିଲାଙ୍କ ସହିତ କୌଣସି ପାର୍କକୁ ବୁଲିବାକୁ ଯିବେ। ପରିବାରରେ ଖୁସିର ମାହୋଲ ରହିବ। ପାଠରେ ମନ ଲାଗିବ।

କନ୍ୟା: ଆଜିର ଅନ୍ୟର ପରାମର୍ଶ ଆପଣଙ୍କ ପାଇଁ ଫଳଦାୟୀ ହେବ। ବିବାହିତ ଲୋକଙ୍କ ପାଇଁ ଆଜିର ଦିନଟି ଭଲ। ଜୀବନସାଥୀଙ୍କ ସହ ସମ୍ପର୍କ ଦୃଢ଼ ହେବ। ବ୍ୟବସାୟିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଚାକିରି ସ୍ଥିତିରେ ସୁଧାର ଆସିବ।

ତୁଳା: ଆଜିର ଦିନ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦୀର୍ଘ ଦିନର ସମସ୍ୟାର ଆଜି ସମାଧାନ ହେବ। ସ୍ୱାସ୍ଥ୍ୟ ଠିକ୍‌ଠାକ୍‌ ରହିବ। ସୃଜନଶୀଳ ପ୍ରୟାସ ଫଳପ୍ରଦ ହେବ। ପାରିବାରିକ ଦାୟିତ୍ୱଗୁଡିକ ପୂରଣ ହେବ। ଛାତ୍ରଛାତ୍ରୀଙ୍କୁ ଆଜି ସଫଳତା ମିଳିବ।

ବିଛା: ଆଜି ବିଜନେସ୍‌ ସମ୍ବନ୍ଧୀୟ ଯାତ୍ରାରେ ଯାଇପାରନ୍ତି।  ରଚନାତ୍ମକ କାର୍ଯ୍ୟରେ ସଫଳ ହେବେ। ଆଖି ଏବଂ ପେଟଜନିତ ରୋଗକୁ ନେଇ ସଚେତନ ରୁହନ୍ତୁ। ଶିଶୁର ସଫଳତାରୁ ଖୁସି ମିଳିବ। ଜୀବନସାଥୀଙ୍କ ସହଯୋଗ ରହିବ।

ଧନୁ: ସୃଜନଶୀଳ ପ୍ରୟାସ ଫଳପ୍ରଦ ହେବ। ବହୁ ପ୍ରତୀକ୍ଷିତ କାର୍ଯ୍ୟ ସମ୍ପନ୍ନ ହେବା ଦ୍ୱାରା ଆତ୍ମବିଶ୍ୱାସ ବଢ଼ିବ। ଶିକ୍ଷା ଦିଗରେ ଚାଲିଥିବା ପ୍ରୟାସ ସାର୍ଥକ ହେବ। ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ।

ମକର: ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ, ତଥାପି ମନ ବିବ୍ରତ ରହିବ। ବନ୍ଧୁତା ସମ୍ପର୍କ ଦୃଢ଼ ହେବ। ଆଜି ଆପଣଙ୍କ ଦିନ ଠିକ୍‌ଠାକ୍‌ ରହିବ। ପୁରୁଣା କଥା ଭାବି ଚିନ୍ତିତ ରହିବେ। ଆପଣଙ୍କ ଯୋଜନା ସଫଳ ହେବ। ଆଜି ଆପଣଙ୍କ ପରିଶ୍ରମ ସଫଳ ହେବ। ଆର୍ଥିକ ପକ୍ଷ ମଜଭୁତ ରହିବ। ଦାମ୍ପତ୍ୟ ଜୀବନ ଖୁସିରେ ଭରି ରହିବ।

କୁମ୍ଭ: ଧାର୍ମିକ ଏବଂ ଆର୍ଥିକ ମାମଲାରେ ସଫଳତା ମିଳିବ। ଜୀବିକା କ୍ଷେତ୍ରରେ ପ୍ରଗତି ହେବ। ବିଜନେସ୍‌ ପାଇଁ ନୂଆ ପ୍ରପୋଜାଲ ମିଳିବ। କୌଣସି କାର୍ଯ୍ୟ ସମାପ୍ତ ହେବା ଦ୍ୱାରା ଆତ୍ମବିଶ୍ୱାସ ବଢ଼ିବ। ସନ୍ତାନଙ୍କ ସାହାଯ୍ୟରେ ବଡ଼ କାମ ସମାପ୍ତ ହେବ।

ମୀନ: ମନରେ ଅଜ୍ଞାତ ଭୟ ବାସ କରିବ। ଶିକ୍ଷା ସମ୍ବନ୍ଧରେ ଏକ ଖୁସି ଖବର ମିଳିବ। ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ଆଜି ନିଜର ଜିନିଷକୁ ସମ୍ଭାଳି ରଖନ୍ତୁ। ଅଫିସ୍‌ରେ କାମର ବୋଝ ଅଧିକ ରହିବ।

 

The post ଆଜିର ରାଶିଫଳ : ଜାଣନ୍ତୁ ରାଶି ଅନୁସାରେ କିପରି ରହିବ ଆପଣଙ୍କ ଆର୍ଥିକ ସ୍ଥିତି appeared first on KNews Odisha.