ଆଜ୍ମା ରୋଗୀଙ୍କ ପାଇଁ ଉପକାରୀ ଶାଗ
ସ୍ବାସ୍ଥ୍ୟ ପାଇଁ ଶାଗ କେତେ ଉପକାରୀ ତାହା ଅନେକ ଜାଣନ୍ତି। ଏଥିରେ କ୍ୟାଲ୍ସିୟମ୍, ଆଇରନ୍ ବ୍ୟତୀତ ଭିଟାମିନ୍-ଏ, ସି ଏବଂ ଇ ଆଦି ଭରି ରହିଛି। ଯଦି ଜଣେ ବ୍ୟକ୍ତି ନିୟମିତ ଶାଗ ଖାଆନ୍ତି, ତେବେ ତାଙ୍କର ଓଜନ କେତେକାଂଶରେ ନିୟନ୍ତ୍ରଣରେ ରହିଥାଏ ବୋଲି ଏକ ସର୍ଭେରୁ ଜଣାପଡିଛି। ‘ଶାଗ ଏବଂ ଓଜନ ନିୟନ୍ତ୍ରଣ’ ବିଷୟରେ ଉପରେ ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଗବେଷଣା କରି ଏକଥା ଜାଣିପାରିଛନ୍ତି। କେବଳ ସେତିକି ନୁହେଁ, ଶାଗରେ ଥିବା ଭିଟାମିନ୍-ଏ ଶରୀରରେ […] The post ଆଜ୍ମା ରୋଗୀଙ୍କ ପାଇଁ ଉପକାରୀ ଶାଗ appeared first on Dharitri Odia News.
ସ୍ବାସ୍ଥ୍ୟ ପାଇଁ ଶାଗ କେତେ ଉପକାରୀ ତାହା ଅନେକ ଜାଣନ୍ତି। ଏଥିରେ କ୍ୟାଲ୍ସିୟମ୍, ଆଇରନ୍ ବ୍ୟତୀତ ଭିଟାମିନ୍-ଏ, ସି ଏବଂ ଇ ଆଦି ଭରି ରହିଛି। ଯଦି ଜଣେ ବ୍ୟକ୍ତି ନିୟମିତ ଶାଗ ଖାଆନ୍ତି, ତେବେ ତାଙ୍କର ଓଜନ କେତେକାଂଶରେ ନିୟନ୍ତ୍ରଣରେ ରହିଥାଏ ବୋଲି ଏକ ସର୍ଭେରୁ ଜଣାପଡିଛି। ‘ଶାଗ ଏବଂ ଓଜନ ନିୟନ୍ତ୍ରଣ’ ବିଷୟରେ ଉପରେ ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଗବେଷଣା କରି ଏକଥା ଜାଣିପାରିଛନ୍ତି। କେବଳ ସେତିକି ନୁହେଁ, ଶାଗରେ ଥିବା ଭିଟାମିନ୍-ଏ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। ତା’ସହ ଦୃଷ୍ଟି ଶକ୍ତି ପାଇଁ ଏହା ମଧ୍ୟ ଉପକାରୀ ସାବ୍ୟସ୍ତ ହୋଇଥାଏ। ସଜନା ଶାଗ ରକ୍ତରେ ଗ୍ଲୁକୋଜ୍ ଏବଂ ପରିସ୍ରାରେ ଶର୍କରା ଏବଂ ପ୍ରୋଟିନ୍ର ପରିମାଣକୁ ସନ୍ତୁଳିତ ରଖେ। ଏହା ଲିଭର୍ ସେଲ୍କୁ ମଧ୍ୟ ସୁରକ୍ଷା ଦେଇଥାଏ। ଏଥିରେ ଫସ୍ଫରସ୍ ଓ କ୍ୟାଲ୍ସିୟମ୍ ଅଧିକ ପରିମାଣରେ ଥିବାରୁ ଅସ୍ଥିକୁ ମଜଭୁତ୍ ରଖିବାରେ ସାହାଯ୍ୟ କରେ। ଆଣ୍ଠୁଗଣ୍ଠି ବାତ ଆଶଙ୍କାକୁ ଏହା ମଧ୍ୟ କେତେକାଂଶରେ ଦୂର କରିଥାଏ। ଯହେତୁ ଏଥିରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ରହିଛି, ତେଣୁ ଏହା କେଶମୂଳକୁ ଦୃଢ଼ ରଖିବା ସହ ତ୍ୱଚାକୁ ଔଜ୍ଜ୍ୱଲ୍ୟତା ପ୍ରଦାନ କରେ। ଭିଟାମିନ୍ସ ଓ ମିନେରାଲ୍ସ ଏଥିରେ ଥିବାରୁ ଏହା ଖାଦ୍ୟ ହଜମ ହେବାରେ ମଧ୍ୟ ସାହାଯ୍ୟ କରିଥାଏ। ଆଜ୍ମା ରୋଗୀଙ୍କ ପାଇଁ ଏହା ମଧ୍ୟ ଉପକାରୀ।
The post ଆଜ୍ମା ରୋଗୀଙ୍କ ପାଇଁ ଉପକାରୀ ଶାଗ appeared first on Dharitri Odia News.