ଆଞ୍ଚଳିକ ଦଳ ଉପରେ ପୁନଃ ଆସ୍ଥାପ୍ରକଟ କଲେ ଝାଡ଼ଖଣ୍ଡବାସୀ: ବିଜେଡି
ଭୁବନେଶ୍ୱର,୨୪ା୧୧(ଅନିଲ ଦାସ): ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନର ଫଳାଫଳ ଶନିବାର ପ୍ରକାଶ ପାଇଛି। ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଜେଏମ୍ଏମ୍ର ବିଜୟ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆଞ୍ଚଳିକ ଦଳଗୁଡ଼ିକ ଉପରେ ଲୋକଙ୍କ ଭରସା ଅକ୍ଷୁଣ୍ଣ ରହିଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ, ବିଶେଷକରି ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶା ପରି ରାଜ୍ୟରେ ଆଞ୍ଚଳିକ ଦଳଗୁଡ଼ିକ ସେମାନଙ୍କ ଉପସ୍ଥିତି ଜାହିର କରି ଆସୁଛନ୍ତି। ଆଞ୍ଚଳିକ ଦଳ ଉପରେ ଭରସା ଜାରି ରଖିଛନ୍ତ। ଜେଏମ୍ଏମ୍ ନେତୃତ୍ୱରେ ସରକାରକୁ […] The post ଆଞ୍ଚଳିକ ଦଳ ଉପରେ ପୁନଃ ଆସ୍ଥାପ୍ରକଟ କଲେ ଝାଡ଼ଖଣ୍ଡବାସୀ: ବିଜେଡି appeared first on Dharitri Odia News.
ଭୁବନେଶ୍ୱର,୨୪ା୧୧(ଅନିଲ ଦାସ): ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନର ଫଳାଫଳ ଶନିବାର ପ୍ରକାଶ ପାଇଛି। ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଜେଏମ୍ଏମ୍ର ବିଜୟ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆଞ୍ଚଳିକ ଦଳଗୁଡ଼ିକ ଉପରେ ଲୋକଙ୍କ ଭରସା ଅକ୍ଷୁଣ୍ଣ ରହିଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ, ବିଶେଷକରି ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶା ପରି ରାଜ୍ୟରେ ଆଞ୍ଚଳିକ ଦଳଗୁଡ଼ିକ ସେମାନଙ୍କ ଉପସ୍ଥିତି ଜାହିର କରି ଆସୁଛନ୍ତି। ଆଞ୍ଚଳିକ ଦଳ ଉପରେ ଭରସା ଜାରି ରଖିଛନ୍ତ। ଜେଏମ୍ଏମ୍ ନେତୃତ୍ୱରେ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ଭାଜପାର ପ୍ରାଣମୂର୍ଚ୍ଛା ଉଦ୍ୟମ ବିଫଳ ହୋଇଛି ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି।
ଶନିବାର ଶଙ୍ଖଭବନଠାରେ ଗଣମାଧ୍ୟମକୁ ସୂଚନାଦେଇ ସେ କହିଛନ୍ତି, ରାଜ୍ୟବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା କ୍ଷେତ୍ରରେ ରାଜ୍ୟବାସୀ ଆଞ୍ଚଳିକ ଦଳ ଉପରେ ଅଧିକ ଭରସା କରୁଛନ୍ତି । ଓଡ଼ିଶାର ଭାଜପା ନେତାମାନେ ମଧ୍ୟ ଝାଡ଼ଖଣ୍ଡ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଯେଉଁ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ, ସେଥିରେ ଭଟ୍ଟା ପଡ଼ିଛି ା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝାଡ଼ଝଣ୍ଡରେ ପ୍ରଚାର କରିଥିବା ବେଳେ ତାଙ୍କ ପ୍ରଚାରର କିଛି ପ୍ରଭାବ ପଡ଼ିନାହିଁ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଥିବାବେଳେ, ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଝାଡ଼ଖଣ୍ଡରେ ଥିଲେ। ଭାଜପାରର ସମସ୍ତ ଉଦ୍ୟମ ସତ୍ତ୍ୱେ ଝାଡ଼ଖଣ୍ଡବାସୀ ଆଞ୍ଚଳିକ ଦଳ ସରକାର ଉପରେ ପୁନଃ ଆସ୍ଥା ପ୍ରକଟ କରିଛନ୍ତି ବୋଲି ଲେନିନ୍ କହିଛନ୍ତି ।
The post ଆଞ୍ଚଳିକ ଦଳ ଉପରେ ପୁନଃ ଆସ୍ଥାପ୍ରକଟ କଲେ ଝାଡ଼ଖଣ୍ଡବାସୀ: ବିଜେଡି appeared first on Dharitri Odia News.