ଆଠଗଡ଼ ରେଞ୍ଜରେ ହାତୀ ଗଣନା ଆରମ୍ଭ, ୧୭ ତାରିଖରେ ଆସିବ ଗଣନା ରିପୋର୍ଟ
ଆଠଗଡ଼ ୧୬।୧୦ : ଆରମ୍ଭ ହୋଇଛି ଆଠଗଡ଼ ବନଖଣ୍ଡ ଅଧିନରେ ଥିବା ପାଞ୍ଚଟି ରେଞ୍ଜରେ ହାତୀ ଗଣନା। ପ୍ରତି ରେଞ୍ଜରେ ୩ ଜଣିଆ ଟିମ୍ ଏହି ଗଣନା କାର୍ଯ୍ୟରେ ଲାଗିଛନ୍ତି। ଆଠଗଡ଼ ରେଞ୍ଜ ,ଖୁଣ୍ଟୁଣୀ, ବଡ଼ମ୍ବା, ନରସିଂହପୁର ପୂର୍ବ ଓ ନରସିଂହପୁର ପଶ୍ଚିମ ରେଞ୍ଜର ନିଜ ନିଜର କ୍ଷେତ୍ରରେ ରହିଥିବା ବିଭିନ୍ନ ସ୍ଥାନରେ ବୁଲି ହାତୀଙ୍କ ଗଣନା ଚାଲିଛି। ତେବେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶୀତକାଳୀନ ଗଣନା କାର୍ଯ୍ୟରେ ଥର୍ମାଲ୍ କ୍ୟାମେରା ବ୍ୟବହାର କରାଯାଇଛି। ବର୍ଷକୁ ଦୁଇ ଥର ଅର୍ଥାତ୍ ଗ୍ରୀଷ୍ମ ଋତୁ ଏବଂ ଶୀତ ଋତୁରେ ଏହି ଗଣନା କରାଯାଇଥାଏ । ଆସନ୍ତା ୧୭ ତାରିଖରେ ହାତୀ ଗଣନା ରିପୋର୍ଟ ଆସିବା ପରେ ଜଣାପଡ଼ିବ ଆଠଗଡ଼ ବନଖଣ୍ଡରେ କେତେ ହାତୀ ଅଛନ୍ତି।
ଆଠଗଡ଼ ୧୬।୧୦ : ଆରମ୍ଭ ହୋଇଛି ଆଠଗଡ଼ ବନଖଣ୍ଡ ଅଧିନରେ ଥିବା ପାଞ୍ଚଟି ରେଞ୍ଜରେ ହାତୀ ଗଣନା। ପ୍ରତି ରେଞ୍ଜରେ ୩ ଜଣିଆ ଟିମ୍ ଏହି ଗଣନା କାର୍ଯ୍ୟରେ ଲାଗିଛନ୍ତି। ଆଠଗଡ଼ ରେଞ୍ଜ ,ଖୁଣ୍ଟୁଣୀ, ବଡ଼ମ୍ବା, ନରସିଂହପୁର ପୂର୍ବ ଓ ନରସିଂହପୁର ପଶ୍ଚିମ ରେଞ୍ଜର ନିଜ ନିଜର କ୍ଷେତ୍ରରେ ରହିଥିବା ବିଭିନ୍ନ ସ୍ଥାନରେ ବୁଲି ହାତୀଙ୍କ ଗଣନା ଚାଲିଛି।
ତେବେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶୀତକାଳୀନ ଗଣନା କାର୍ଯ୍ୟରେ ଥର୍ମାଲ୍ କ୍ୟାମେରା ବ୍ୟବହାର କରାଯାଇଛି। ବର୍ଷକୁ ଦୁଇ ଥର ଅର୍ଥାତ୍ ଗ୍ରୀଷ୍ମ ଋତୁ ଏବଂ ଶୀତ ଋତୁରେ ଏହି ଗଣନା କରାଯାଇଥାଏ । ଆସନ୍ତା ୧୭ ତାରିଖରେ ହାତୀ ଗଣନା ରିପୋର୍ଟ ଆସିବା ପରେ ଜଣାପଡ଼ିବ ଆଠଗଡ଼ ବନଖଣ୍ଡରେ କେତେ ହାତୀ ଅଛନ୍ତି।