ଆଡିଲେଡ୍‌ରେ ଇତିହାସ ରଚିବେ କିଙ୍ଗ୍‌ କୋହଲି, ଭାଙ୍ଗିବେ ବ୍ରାଏନ୍ ଲାରାଙ୍କ ରେକର୍ଡ

ନୂଆଦିଲ୍ଲୀ ୦୪।୧୨: ବିଶ୍ବର ନଂ-୧ କ୍ରିକେଟର ବିରାଟ କୋହଲି । ଖରାପ ଫର୍ମ ପରେ ଚାଲିଛି ବ୍ୟାଟ୍‌ । ପର୍ଥ ଟେଷ୍ଟରେ ଲଗାଇଥିଲେ ଶତକ । ଏବେ ଆଡିଲେଡ୍‌ ଟେଷ୍ଟରେ ରଚିବେ ଇତିହାସ । କୋହଲି ଏହି ମ୍ୟାଚ୍‌ ଜରିଆରେ ଭାଙ୍ଗିପାରନ୍ତି କିଛି ରେକର୍ଡ । ଆଡିଲେଡ୍‌ରେ କୋହଲି ପ୍ରଦର୍ଶନ ସବୁବେଳେ ଦମ୍‌ଦାର ରହିଛି । ଯଦି କୋହଲି ଆଡିଲେଡରେ ଖେଳାଯିବାକୁ ଥିବା ପିଙ୍କ ବଲ୍ ଡେ-ନାଇଟ୍ ଟେଷ୍ଟରେ ୧୦୨ ରନ୍ ସ୍କୋର କରନ୍ତି, ତେବେ ସେ ଓ୍ବାର୍ଲ୍ଡ ରେକର୍ଡ କରିବେ । ସେ ୱେଷ୍ଟଇଣ୍ଡିଜର ପୂର୍ବତନ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରାଙ୍କ ରେକର୍ଡ ଭାଙ୍ଗିବେ। ବର୍ତ୍ତମାନ ଆଡିଲେଡ୍ ଓଭାଲରେ ସର୍ବାଧିକ ଟେଷ୍ଟ ରନ୍ ସ୍କୋର କରିଥିବା ତୃତୀୟ ବ୍ୟାଟ୍ସମ୍ୟାନ୍ ହେଉଛନ୍ତି କୋହଲି । ସେ ଏପର୍ଯ୍ୟନ୍ତ ୫୦୯ ରନ୍ କରିଛନ୍ତି । ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ମହାନ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ସାର୍ ଭିଭିଆନ୍ ରିଚାର୍ଡସ । ଟେଷ୍ଟ କ୍ରିକେଟରେ ଏହି ଗ୍ରାଉଣ୍ଡରେ ସାର୍ ଭିଭିଆନ୍ ରିଚାର୍ଡସ ୫୫୨ ରନ୍ କରିଛନ୍ତି । ତେବେ ଏହି ଲିଷ୍ଟର ପ୍ରଥମରେ ରହିଛନ୍ତି ବ୍ରାଏନ୍ ଲାରା । ସେ ୬୧୧   ରନ୍ ସ୍କୋର କରିଛନ୍ତି। କୋହଲି ଆଉ ଗୋଟିଏ ଶତକ କଲେ ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହୋଇପାରିବେ । ବ୍ରାଡମ୍ୟାନ ୧୯୩୦ରୁ ୧୯୪୮ ମଧ୍ୟରେ କେବଳ ଇଂଲଣ୍ଡରେ ୧୯ଟି ମ୍ୟାଚ୍‌ ଖେଳି ୧୧ଟି ଶତକ ଅର୍ଜନ କରିଥିଲେ । କୋହଲି କେବଳ ଅଷ୍ଟ୍ରେଲିଆରେ ୪୩ଟି ମ୍ୟାଚ୍‌ ଖେଳି ୧୦ଟ

ଆଡିଲେଡ୍‌ରେ ଇତିହାସ ରଚିବେ କିଙ୍ଗ୍‌ କୋହଲି, ଭାଙ୍ଗିବେ ବ୍ରାଏନ୍ ଲାରାଙ୍କ ରେକର୍ଡ

ନୂଆଦିଲ୍ଲୀ ୦୪।୧୨: ବିଶ୍ବର ନଂ-୧ କ୍ରିକେଟର ବିରାଟ କୋହଲି । ଖରାପ ଫର୍ମ ପରେ ଚାଲିଛି ବ୍ୟାଟ୍‌ । ପର୍ଥ ଟେଷ୍ଟରେ ଲଗାଇଥିଲେ ଶତକ । ଏବେ ଆଡିଲେଡ୍‌ ଟେଷ୍ଟରେ ରଚିବେ ଇତିହାସ । କୋହଲି ଏହି ମ୍ୟାଚ୍‌ ଜରିଆରେ ଭାଙ୍ଗିପାରନ୍ତି କିଛି ରେକର୍ଡ । ଆଡିଲେଡ୍‌ରେ କୋହଲି ପ୍ରଦର୍ଶନ ସବୁବେଳେ ଦମ୍‌ଦାର ରହିଛି । ଯଦି କୋହଲି ଆଡିଲେଡରେ ଖେଳାଯିବାକୁ ଥିବା ପିଙ୍କ ବଲ୍ ଡେ-ନାଇଟ୍ ଟେଷ୍ଟରେ ୧୦୨ ରନ୍ ସ୍କୋର କରନ୍ତି, ତେବେ ସେ ଓ୍ବାର୍ଲ୍ଡ ରେକର୍ଡ କରିବେ । ସେ ୱେଷ୍ଟଇଣ୍ଡିଜର ପୂର୍ବତନ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରାଙ୍କ ରେକର୍ଡ ଭାଙ୍ଗିବେ।

 ବର୍ତ୍ତମାନ ଆଡିଲେଡ୍ ଓଭାଲରେ ସର୍ବାଧିକ ଟେଷ୍ଟ ରନ୍ ସ୍କୋର କରିଥିବା ତୃତୀୟ ବ୍ୟାଟ୍ସମ୍ୟାନ୍ ହେଉଛନ୍ତି କୋହଲି । ସେ ଏପର୍ଯ୍ୟନ୍ତ ୫୦୯ ରନ୍ କରିଛନ୍ତି । ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ମହାନ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ସାର୍ ଭିଭିଆନ୍ ରିଚାର୍ଡସ । ଟେଷ୍ଟ କ୍ରିକେଟରେ ଏହି ଗ୍ରାଉଣ୍ଡରେ ସାର୍ ଭିଭିଆନ୍ ରିଚାର୍ଡସ ୫୫୨ ରନ୍ କରିଛନ୍ତି । ତେବେ ଏହି ଲିଷ୍ଟର ପ୍ରଥମରେ ରହିଛନ୍ତି ବ୍ରାଏନ୍ ଲାରା । ସେ ୬୧୧   ରନ୍ ସ୍କୋର କରିଛନ୍ତି।

 କୋହଲି ଆଉ ଗୋଟିଏ ଶତକ କଲେ ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହୋଇପାରିବେ । ବ୍ରାଡମ୍ୟାନ ୧୯୩୦ରୁ ୧୯୪୮ ମଧ୍ୟରେ କେବଳ ଇଂଲଣ୍ଡରେ ୧୯ଟି ମ୍ୟାଚ୍‌ ଖେଳି ୧୧ଟି ଶତକ ଅର୍ଜନ କରିଥିଲେ । କୋହଲି କେବଳ ଅଷ୍ଟ୍ରେଲିଆରେ ୪୩ଟି ମ୍ୟାଚ୍‌ ଖେଳି ୧୦ଟି ଶତକ ଅର୍ଜନ କରିସାରିଛନ୍ତି । ତେବେ କୋହଲି ପର୍ଥରେ ଶତକ ଅର୍ଜନ କରି ଭାଙ୍ଗିଥିଲେ ସଚିନ ତେନ୍ଦୁଲକରଙ୍କ ରେକର୍ଡ । 

ତେନ୍ଦୁଲକର କେବଳ ଶ୍ରୀଲଙ୍କାରେ ୯ଟି ଶତକ ଅର୍ଜନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜ୍ୟାକ୍‌ ହବ୍ସ ଅଷ୍ଟ୍ରେଲିଆରେ ୯ଟି ଶତକ, ସୁନିଲ ଗାଭାସ୍କର ୱେଷ୍ଟ ଇଣ୍ଡିଜ୍‌ରେ ୭ଟି ଶତକ ଓ ଭିଭିଆନ ରିଚାର୍ଡସ ଇଂଲଣ୍ଡ ବିପକ୍ଷରେ ୮ଟି ଶତକ ଅର୍ଜନ କରିଥିଲେ । କେବଳ ଅଷ୍ଟ୍ରେଲିଆରେ ଘରୋଇ ଦଳ ବିପକ୍ଷରେ କୋହଲି ୨୭୧୦ ରନ୍‌ ସଂଗ୍ରହ କରିସାରିଛନ୍ତି ।