ଆଡ୍‌ଭେଞ୍ଚର କମେଡିରେ ଦିଶା ପାଟନି, ଖୁବ୍ ଶୀଘ୍ର ଏହି ଫିଲ୍ମରେ ଆସିବେ ନଜର

ମୁମ୍ଵାଇ ୦୩।୦୬: ୨୦୧୬ ମସିହାରେ ‘ଏମ୍‌.ଏସ୍‌.ଧୋନି: ଦ ଅନଟୋଲ୍ଡ  ଷ୍ଟୋରି’ ମାଧ୍ୟମରେ ବଲିଉଡ୍‌ ଡେବ୍ୟୁ କରିଥିଲେ   ଅଭିନେତ୍ରୀ ଦିଶା ପାଟନି । ସେହି ଫିଲ୍ମରେ ତାଙ୍କର  ଅଭିନୟକୁ ଖୁବ୍‌ ପ୍ରଶଂସା କରାଯାଇଥିଲା ।  ପରବର୍ତ୍ତୀ ସମୟରେ ଆସିଥିବା  ‘ଭାରତ’, ‘ମଲଙ୍ଗ’, ‘ବାଗି-୩’  ଭଳି ଫିଲ୍ମରେ ମଧ୍ୟ ଦିଶା ବେଶ୍‌  ଭଲ ପ୍ରଦର୍ଶନ କରିଥିଲେ । ଆଗକୁ  ତାଙ୍କୁ ‘ୱେଲକମ୍‌ ଟୁ ଜଙ୍ଗଲ’ରେ  ଦେଖିବାକୁ ମିଳିବ । ସେ ସଂପର୍କରେ ଏକ ସାକ୍ଷାତକାରରେ ଦିଶା  କହିଛନ୍ତି, ଏହା ଏକ ଆଡ୍‌ଭେଞ୍ଚର  କମେଡି ।ଏଥିରେ ଅକ୍ଷୟ କୁମାରଙ୍କ  ସହିତ ଦର୍ଶକେ ମୋତେ ପ୍ରଥମ  ଥର ଲାଗି ଦେଖିବାକୁ ପାଇବେ ।  ଫିଲ୍ମରେ ମୋର ଭୂମିକା ଖୁବ୍‌  ଚାଲେଞ୍ଜିଂ ରହିବ । ମୋର  କ୍ୟାରିୟରକୁ ଏହା ଏକ ନୂଆ  ମୋଡ଼ ଦେବ ବୋଲି ଆଶା ।  ‘ୱେଲକମ୍‌ ଟୁ ଜଙ୍ଗଲ’ରେ  ଦିଶାଙ୍କ ସହିତ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌, ସଞ୍ଜୟ  ଦତ୍ତ, ଅରଶାଦ୍‌ ୱାରସୀ, ସୁନୀଲ  ସେଟ୍ଟୀ ପ୍ରମୁଖଙ୍କୁ ଦେଖିବାକୁ  ମିଳିବ । ଅହମ୍ମଦ ଖାନ୍‌ ଏହାର  ନିର୍ଦ୍ଦେଶନା ଦେଉଥିବାବେଳେ  ଏହା ଚଳିତବର୍ଷ ଡିସେମ୍ବର  ୨୦ ତାରିଖରେ ରିଲିଜ୍‌ ହେବ।  ଏହି ଫିଲ୍ମ ବ୍ୟତୀତ ଦିଶା  ନାଗ ଅଶ୍ୱିନୀଙ୍କର ଅପ୍‌କମିଂ ‘କଲ୍‌କି ୨୮୯୮ ଏଡି’ରେ  ମଧ୍ୟ ନଜର ଆସିବେ ।  ତାହା ଏକ ସାଇନ୍ସ ଫିକ୍ସନ୍‌ ଫିଲ୍ମ। ସେଥିରେ ତାଙ୍କ ସହିତ  ଅଛନ୍ତି ଅଭିନେତା ପ୍ରଭାସ ଓ  ଦୀପିକା ପାଦୁକୋନ୍‌ । ସେହିଭଳି  ତାମିଲ ଫିଲ

ଆଡ୍‌ଭେଞ୍ଚର  କମେଡିରେ ଦିଶା ପାଟନି, ଖୁବ୍ ଶୀଘ୍ର ଏହି ଫିଲ୍ମରେ ଆସିବେ ନଜର

ମୁମ୍ଵାଇ ୦୩।୦୬: ୨୦୧୬ ମସିହାରେ ‘ଏମ୍‌.ଏସ୍‌.ଧୋନି: ଦ ଅନଟୋଲ୍ଡ  ଷ୍ଟୋରି’ ମାଧ୍ୟମରେ ବଲିଉଡ୍‌ ଡେବ୍ୟୁ କରିଥିଲେ   ଅଭିନେତ୍ରୀ ଦିଶା ପାଟନି । ସେହି ଫିଲ୍ମରେ ତାଙ୍କର  ଅଭିନୟକୁ ଖୁବ୍‌ ପ୍ରଶଂସା କରାଯାଇଥିଲା ।  ପରବର୍ତ୍ତୀ ସମୟରେ ଆସିଥିବା  ‘ଭାରତ’, ‘ମଲଙ୍ଗ’, ‘ବାଗି-୩’  ଭଳି ଫିଲ୍ମରେ ମଧ୍ୟ ଦିଶା ବେଶ୍‌  ଭଲ ପ୍ରଦର୍ଶନ କରିଥିଲେ । ଆଗକୁ  ତାଙ୍କୁ ‘ୱେଲକମ୍‌ ଟୁ ଜଙ୍ଗଲ’ରେ  ଦେଖିବାକୁ ମିଳିବ । ସେ ସଂପର୍କରେ ଏକ ସାକ୍ଷାତକାରରେ ଦିଶା  କହିଛନ୍ତି, ଏହା ଏକ ଆଡ୍‌ଭେଞ୍ଚର  କମେଡି ।

ଏଥିରେ ଅକ୍ଷୟ କୁମାରଙ୍କ  ସହିତ ଦର୍ଶକେ ମୋତେ ପ୍ରଥମ  ଥର ଲାଗି ଦେଖିବାକୁ ପାଇବେ ।  ଫିଲ୍ମରେ ମୋର ଭୂମିକା ଖୁବ୍‌  ଚାଲେଞ୍ଜିଂ ରହିବ । ମୋର  କ୍ୟାରିୟରକୁ ଏହା ଏକ ନୂଆ  ମୋଡ଼ ଦେବ ବୋଲି ଆଶା ।  ‘ୱେଲକମ୍‌ ଟୁ ଜଙ୍ଗଲ’ରେ  ଦିଶାଙ୍କ ସହିତ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌, ସଞ୍ଜୟ  ଦତ୍ତ, ଅରଶାଦ୍‌ ୱାରସୀ, ସୁନୀଲ  ସେଟ୍ଟୀ ପ୍ରମୁଖଙ୍କୁ ଦେଖିବାକୁ  ମିଳିବ । ଅହମ୍ମଦ ଖାନ୍‌ ଏହାର  ନିର୍ଦ୍ଦେଶନା ଦେଉଥିବାବେଳେ  ଏହା ଚଳିତବର୍ଷ ଡିସେମ୍ବର  ୨୦ ତାରିଖରେ ରିଲିଜ୍‌ ହେବ।  

ଏହି ଫିଲ୍ମ ବ୍ୟତୀତ ଦିଶା  ନାଗ ଅଶ୍ୱିନୀଙ୍କର ଅପ୍‌କମିଂ ‘କଲ୍‌କି ୨୮୯୮ ଏଡି’ରେ  ମଧ୍ୟ ନଜର ଆସିବେ ।  ତାହା ଏକ ସାଇନ୍ସ ଫିକ୍ସନ୍‌ ଫିଲ୍ମ। ସେଥିରେ ତାଙ୍କ ସହିତ  ଅଛନ୍ତି ଅଭିନେତା ପ୍ରଭାସ ଓ  ଦୀପିକା ପାଦୁକୋନ୍‌ । ସେହିଭଳି  ତାମିଲ ଫିଲ୍ମ ‘କାଙ୍ଗୁଭା’ରେ ମଧ୍ୟ ଦର୍ଶକେ   ଦିଶାଙ୍କୁ ଦେଖିବାକୁ ପାଇବେ ।