”ଆତଙ୍କବାଦୀ ବନ୍ଦ କର, ନହେଲେ ପରିଣାମ ଭୟଙ୍କର ହେବ”, ପାକିସ୍ତାନକୁ ଫାରୁକ ଅବଦୁଲ୍ଲାଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ,୨୧ା୧୦: ଜାମ୍ମୁ କାଶ୍ମୀରର ଗାନ୍ଦରବାଲ ଜିଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ନ୍ୟାଶନାଲ କନଫରେନ୍ସ (ଏନସି) ନେତା ଫାରୁକ୍ ଅବଦୁଲ୍ଲା ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ସୋମବାର ଅବଦୁଲ୍ଲା କହିଛନ୍ତି ଯେ, ସେ ପାକିସ୍ତାନର ନେତୃତ୍ୱଙ୍କୁ କହିବାକୁ ଚାହୁଁଛି, ଯଦି ସେମାନେ ଭାରତ ସହ ଭଲ ସମ୍ପର୍କ ଚାହୁଁଛନ୍ତି ତେବେ ସେମାନଙ୍କୁ ଏହାକୁ ବନ୍ଦ କରିବାକୁ ପଡ଼ିବ। ଏନସି ନେତା କହିଛନ୍ତି ଯେ କଶ୍ମିର କେବେ ପାକିସ୍ତାନ ହେବ ନାହିଁ। ଆତଙ୍କବାଦକୁ ସମାପ୍ତ କରିବାର ସମୟ ଆସିଛି, […] The post ”ଆତଙ୍କବାଦୀ ବନ୍ଦ କର, ନହେଲେ ପରିଣାମ ଭୟଙ୍କର ହେବ”, ପାକିସ୍ତାନକୁ ଫାରୁକ ଅବଦୁଲ୍ଲାଙ୍କ କଡ଼ା ଚେତାବନୀ appeared first on Dharitri Odia News.

”ଆତଙ୍କବାଦୀ ବନ୍ଦ କର, ନହେଲେ ପରିଣାମ ଭୟଙ୍କର ହେବ”, ପାକିସ୍ତାନକୁ ଫାରୁକ ଅବଦୁଲ୍ଲାଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ,୨୧ା୧୦: ଜାମ୍ମୁ କାଶ୍ମୀରର ଗାନ୍ଦରବାଲ ଜିଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ନ୍ୟାଶନାଲ କନଫରେନ୍ସ (ଏନସି) ନେତା ଫାରୁକ୍ ଅବଦୁଲ୍ଲା ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ସୋମବାର ଅବଦୁଲ୍ଲା କହିଛନ୍ତି ଯେ, ସେ ପାକିସ୍ତାନର ନେତୃତ୍ୱଙ୍କୁ କହିବାକୁ ଚାହୁଁଛି, ଯଦି ସେମାନେ ଭାରତ ସହ ଭଲ ସମ୍ପର୍କ ଚାହୁଁଛନ୍ତି ତେବେ ସେମାନଙ୍କୁ ଏହାକୁ ବନ୍ଦ କରିବାକୁ ପଡ଼ିବ। ଏନସି ନେତା କହିଛନ୍ତି ଯେ କଶ୍ମିର କେବେ ପାକିସ୍ତାନ ହେବ ନାହିଁ। ଆତଙ୍କବାଦକୁ ସମାପ୍ତ କରିବାର ସମୟ ଆସିଛି, ଯଦି ଏହାକୁ ବନ୍ଦ କରା ନ ଯାଏ ତେବେ ଏହାର ପରିଣାମ ଅତ୍ୟନ୍ତ ଗମ୍ଭୀର ହେବ। ଏପରି ଯଦି ନିରୀହ ଲୋକଙ୍କ ହତ୍ୟା ଜାରି ରହେ ତେବେ ଆଲୋଚନା କିପରି ହୋଇପାରିବ ବୋଲି ମଧ୍ୟ ଫାରୁକ୍ କହିଛନ୍ତି।

ଫାରୁକ୍ କହିଛନ୍ତି, ‘ନିରୀହ ଲୋକଙ୍କ ଉପରେ ଏହି ଆକ୍ରମଣ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କଶ୍ମିର ଅଣ ଶ୍ରମିକ ଏବଂ ଜଣେ ଡାକ୍ତର ପ୍ରାଣ ହରାଇଛନ୍ତି। ଆତଙ୍କବାଦୀମାନେ ସେମାନଙ୍କ ଜୀବନ ନେଇ କ’ଣ ଲାଭ ପାଇଲେ ? ଆତଙ୍କବାଦୀମାନେ ଭାବନ୍ତି କି ସେମାନେ ଏଠାରେ ପାକିସ୍ତାନ ସୃଷ୍ଟି କରିବାରେ ସମର୍ଥ ହେବେ… ଆମେ ଆଗକୁ ବଢିବାକୁ ଚାହୁଁଛୁ ଏହି ସବୁ ଜିନିଷକୁ ଶେଷ କରିବାକୁ ଚାହୁଁଛୁ।

ଏନସି ନେତା କହିଛନ୍ତି ଯେ ସେ ପାକିସ୍ତାନର ନେତୃତ୍ୱଙ୍କୁ କହିବାକୁ ଚାହାଁନ୍ତି ଯେ ଯଦି ସେମାନେ ଭାରତ ସହ ଭଲ ସମ୍ପର୍କ ଚାହୁଁଛନ୍ତି ତେବେ ସେମାନଙ୍କୁ ଏସବୁ ବନ୍ଦ କରିବାକୁ ପଡ଼ିବ। କଶ୍ମିର ପାକିସ୍ତାନ ହେବ ନାହିଁ। ଆସନ୍ତୁ ସମ୍ମାନ ସହିତ ବଞ୍ଚିବା ଏବଂ ଆଗକୁ ବଢିବା। ଯଦି ସେ 75 ବର୍ଷ ମଧ୍ୟରେ ଏଠାରେ ପାକିସ୍ତାନ ସୃଷ୍ଟି କରିପାରି ନଥାନ୍ତେ ତେବେ ବର୍ତ୍ତମାନ ଏହା କିପରି ସମ୍ଭବ? ଆତଙ୍କବାଦକୁ ବନ୍ଦ କରିବା ପାଇଁ ପାକିସ୍ତାନର ସମୟ ଆସିଛି ନଚେତ୍ ଏହାର ପରିଣାମ ବହୁତ ଗମ୍ଭୀର ହେବ। ଶେଷରେ ସେ ପାକିସ୍ତାନକୁ ଚେତାଇ ଦେଇଛନ୍ତି ଯଦି ନିରୀହ ଲୋକଙ୍କୁ ହତ୍ୟା ଏପରି ଜାରି ରହେ ତେବେ ଆଲୋଚନା କିପରି ହୋଇପାରିବ?

The post ”ଆତଙ୍କବାଦୀ ବନ୍ଦ କର, ନହେଲେ ପରିଣାମ ଭୟଙ୍କର ହେବ”, ପାକିସ୍ତାନକୁ ଫାରୁକ ଅବଦୁଲ୍ଲାଙ୍କ କଡ଼ା ଚେତାବନୀ appeared first on Dharitri Odia News.