ଆତଙ୍କବାଦୀଙ୍କ ଉପରେ କଡ଼ା ପ୍ରହାର; ଖୈବର ପ୍ରାନ୍ତରେ ୩୦ ଆତଙ୍କୀ ନିହତ ସୂଚନା

ନୂଆଦିଲ୍ଲୀ: ପାକିସ୍ତାନରେ ଆତଙ୍କବାଦୀଙ୍କ ଉପରେ କଡ଼ା ପ୍ରହାର । ଖୈବର ପଖତୁନଖ୍ବା ପ୍ରାନ୍ତରେ ଏନକାଉଣ୍ଟର । ଏଥିରେ ୩୦ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ପାକିସ୍ତାନ ସେନା ପକ୍ଷରୁ ସୂଚନା ମିଳିଛି । ଆତଙ୍କବାଦୀଙ୍କ ବିରୋଧରେ ଏହି ଅଭିଯାନ ଲକ୍କି ମର୍ବତ, କରକ ଏବଂ ଖୈବର ଜିଲ୍ଲାରେ ଜାରି ରହିଛି ।ପାକିସ୍ତାନ ସେନାର ବୟାନ ଅନୁଯାୟୀ, ଲକ୍କି ମର୍ବତ ଜିଲ୍ଲାରେ ୧୮ ଆତଙ୍କବାଦୀକୁ ଏନକାଉଣ୍ଟର କରାଯାଇଛି । ସେହିପରି କରକ ଜିଲ୍ଲାରେ ୮ ଆତଙ୍କୀ ନିହତ ହୋଇଛନ୍ତି । ଏହାଛଡ଼ା ଲକ୍କି ମର୍ବତ ଜିଲ୍ଲାର ଅନ୍ୟଏକ ସ୍ଥାନରେ ପାକିସ୍ତାନୀ ସେନା ଏବଂ ଆତଙ୍କବାଦୀ ଗୁଳି ବିନିମୟରେ ୬ଜଣ ଆତଙ୍କୀ ଆହତ ହୋଇଥିଲା ସୂଚନା ରହିଛି । ଖୈବର ପ୍ରାନ୍ତରେ ପାକିସ୍ତାନ ସେନା ଲଗାତାର ଆତଙ୍କ ସଫା ଅଭିଯାନ ଜାରି ରଖିଛି । ଏହାର ଉଦ୍ଦେଶ୍ୟ ପାକିସ୍ତାନରେ ଆତଙ୍କୀ ଗତିବିଧିକୁ ମୂଳରୁ ଶେଷ କରିବା । ଏହା ପୂର୍ବରୁ ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଆଇନ ପ୍ରବର୍ତ୍ତନ ଏଜେନ୍ସି ଏକ ବଡ଼ ଆତଙ୍କବାଦୀ ନେଟଓ୍ବର୍କକୁ ଧ୍ବସ୍ତ କରି ଦେଇଥିଲା । ଏହାସହିତ ତେହରିକ୍-ଏ-ତାଲିବାନ ପାକିସ୍ତାନ ବା ଟିଟିପି ସମୂହର ୧୦ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା । ପାକିସ୍ତାନ ସେନା ପକ୍ଷରୁ ଏନେଇ ସୂଚନା ମିଳିଛି । ଆତଙ୍କୀଙ୍କ ବିରୋଧରେ ଲାହୋର, ରାଓ୍ବାଲପିଣ୍ଡି, ଶେଖପୁରା, ବାହଓ୍ବଲନଗର, ମିୟାବାଲୀ, ସରଗୋଧା ଏବଂ ଫେସଲାବାଦ ସହିତ ବିଭିନ୍ନ ଜିଲ୍ଲାର ୧୬୩ଟି ସ୍ଥାନରେ

ଆତଙ୍କବାଦୀଙ୍କ ଉପରେ କଡ଼ା ପ୍ରହାର; ଖୈବର ପ୍ରାନ୍ତରେ ୩୦ ଆତଙ୍କୀ ନିହତ ସୂଚନା

ନୂଆଦିଲ୍ଲୀ: ପାକିସ୍ତାନରେ ଆତଙ୍କବାଦୀଙ୍କ ଉପରେ କଡ଼ା ପ୍ରହାର । ଖୈବର ପଖତୁନଖ୍ବା ପ୍ରାନ୍ତରେ ଏନକାଉଣ୍ଟର । ଏଥିରେ ୩୦ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ପାକିସ୍ତାନ ସେନା ପକ୍ଷରୁ ସୂଚନା ମିଳିଛି । ଆତଙ୍କବାଦୀଙ୍କ ବିରୋଧରେ ଏହି ଅଭିଯାନ ଲକ୍କି ମର୍ବତ, କରକ ଏବଂ ଖୈବର ଜିଲ୍ଲାରେ ଜାରି ରହିଛି ।

ପାକିସ୍ତାନ ସେନାର ବୟାନ ଅନୁଯାୟୀ, ଲକ୍କି ମର୍ବତ ଜିଲ୍ଲାରେ ୧୮ ଆତଙ୍କବାଦୀକୁ ଏନକାଉଣ୍ଟର କରାଯାଇଛି । ସେହିପରି କରକ ଜିଲ୍ଲାରେ ୮ ଆତଙ୍କୀ ନିହତ ହୋଇଛନ୍ତି । ଏହାଛଡ଼ା ଲକ୍କି ମର୍ବତ ଜିଲ୍ଲାର ଅନ୍ୟଏକ ସ୍ଥାନରେ ପାକିସ୍ତାନୀ ସେନା ଏବଂ ଆତଙ୍କବାଦୀ ଗୁଳି ବିନିମୟରେ ୬ଜଣ ଆତଙ୍କୀ ଆହତ ହୋଇଥିଲା ସୂଚନା ରହିଛି । ଖୈବର ପ୍ରାନ୍ତରେ ପାକିସ୍ତାନ ସେନା ଲଗାତାର ଆତଙ୍କ ସଫା ଅଭିଯାନ ଜାରି ରଖିଛି । ଏହାର ଉଦ୍ଦେଶ୍ୟ ପାକିସ୍ତାନରେ ଆତଙ୍କୀ ଗତିବିଧିକୁ ମୂଳରୁ ଶେଷ କରିବା । 

ଏହା ପୂର୍ବରୁ ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଆଇନ ପ୍ରବର୍ତ୍ତନ ଏଜେନ୍ସି ଏକ ବଡ଼ ଆତଙ୍କବାଦୀ ନେଟଓ୍ବର୍କକୁ ଧ୍ବସ୍ତ କରି ଦେଇଥିଲା । ଏହାସହିତ ତେହରିକ୍-ଏ-ତାଲିବାନ ପାକିସ୍ତାନ ବା ଟିଟିପି ସମୂହର ୧୦ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା । ପାକିସ୍ତାନ ସେନା ପକ୍ଷରୁ ଏନେଇ ସୂଚନା ମିଳିଛି । ଆତଙ୍କୀଙ୍କ ବିରୋଧରେ ଲାହୋର, ରାଓ୍ବାଲପିଣ୍ଡି, ଶେଖପୁରା, ବାହଓ୍ବଲନଗର, ମିୟାବାଲୀ, ସରଗୋଧା ଏବଂ ଫେସଲାବାଦ ସହିତ ବିଭିନ୍ନ ଜିଲ୍ଲାର ୧୬୩ଟି ସ୍ଥାନରେ ଗୁଇନ୍ଦା ଅଭିଯାନ ଚାଲୁଥିଲା । ଏଥିରେ ଟିଟିପିର ୧୦ ଆତଙ୍କବାଦୀଙ୍କୁ ଗିରଫ କରିଛି ପାକିସ୍ତାନ ସେନା । ସେମାନଙ୍କ ନିକଟରୁ ୩କିଲୋରୁ ଅଧିକର ବିସ୍ଫୋରକ, ୧୧ ଡିଟୋନେଟର, ୨୨ ଫୁଟ୍ ସେଫ୍ଟି ଫ୍ୟୁଜ୍ ତାର, ଆଇଇଡି ଜବତ କରାଯାଇଛି ।