ଆତଙ୍କୀ ଓସାମା ବିନ୍ ଲାଡେନର ପୁଅ ଜୀବିତ, ଆଫଗାନିସ୍ତାନରେ ସମ୍ଭାଳୁଛି ଅଲକାଏଦାର ନେତୃତ୍ୱ, ରିପୋର୍ଟରେ ଦାବି

ନୂଆଦିଲ୍ଲୀ: ଆମେରିକାରେ ୯/୧୧ ଆକ୍ରମଣ ଘଟାଇଥିବା କୁଖ୍ୟାତ ଆତଙ୍କୀ ଓସାମା ବିନ୍ ଲାଡେନର ପୁଅକୁ ନେଇ ଏକ ବଡ଼ ଖୁଲାସା ହୋଇଛି । ଆମେରିକୀୟ ଖବର କାଗଜ ଦ ମିରର ନିଜ ରିପୋର୍ଟରେ ଦାବି କରିଛି ଯେ ଓସାମାର ପୁଅ ହମଜା ବିନ୍ ଲାଡେନ ଏବେ ବି ଜୀବିତ ଅଛି ଏବଂ ସେ ଆଫଗାନିସ୍ତାନରେ ଅଲ୍‌କାଏଦା ଆତଙ୍କୀ ସଂଗଠନ ନେତୃତ୍ୱ ନେଉଛି । ରିପୋର୍ଟରେ କୁହାଯାଉଛି ଯେ ହମଜା ନେତୃତ୍ୱକେ, ଅଲକାଏଦା ପୁଣି ଥରେ ସଂଗଠିତ ହେଉଛି ଏବଂ ପାଶ୍ଚାତ୍ୟ ଉପରେ ଭବିଷ୍ୟତର ଆକ୍ରମଣ ପାଇଁ ଯୋଜନା କରୁଛି । ଦ ମିରର ରିପୋର୍ଟ ଅନୁସାରେ, ଅଲ୍‌କାଏଦା ମୁଖ୍ୟ ଓସାମା ବିନ୍ ଲାଡେନର ପୁଅ ହମଜା ବିନ୍ ଲାଡେନ ଜୀବିତ ଅଛି । ରିପୋର୍ଟରେ କୁହାଯାଇଛି ଯେ ହମଜା ନିଜ ଭାଇ ଅବଦୁଲା ବିନ୍ ଲାଡେନ ସହ ଆଫଗାନିସ୍ତାନରେ ଗୁପ୍ତ ଭାବେ ଅଲକାଏଦା ସଂଗଠନକୁ ଚଲାଉଛି । ତାଲିବାନ ବିରୋଧୀ ସୈନ୍ୟ ସଂଗଠନ, ନ୍ୟାସନାଲ୍ ମୋବିଲାଇଜେସନ ଫ୍ରଣ୍ଟ ମଧ୍ୟ ହମଜା ଏବଂ ତାଙ୍କ ସହଯୋଗୀଙ୍କ ସଂଚାଳନ ବିବରଣୀ ଦେଇ ଏକ ରିପୋର୍ଟ ଦେଇଛି । ଆଉଟ୍‌ଲେଟ୍‌ କହିଛି, ଆତଙ୍କର ରାଜକୁମାର କରାଯାଉଥିବା ବ୍ୟକ୍ତି ୪୫୦ ସ୍ନାଇପର୍ସଙ୍କ ନିରନ୍ତର ସୁରକ୍ଷାରେ ଉତ୍ତର ଆଫଗାନିସ୍ତାନରେ ଲୁଚି ରହିଛି ।ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ୨୦୨୧ରେ କାବୁଲ ପତନ ପରେ ଆଫଗାନିସ୍ତାନ ବିଭିନ୍ନ ଆତଙ୍କବାଦୀ ସଂଗଠନର ଲାଗି ପ୍ରଶିକ୍ଷଣର କେନ୍ଦ୍ର ହୋଇଛି । ଏଥିରେ କୁହାଯାଇଛି ଯେ ମହଜା ବିନ୍ ଲାଡେନକୁ ଦାରା ଅବଦୁଲା ଖେଲ

ଆତଙ୍କୀ ଓସାମା ବିନ୍ ଲାଡେନର ପୁଅ ଜୀବିତ, ଆଫଗାନିସ୍ତାନରେ ସମ୍ଭାଳୁଛି ଅଲକାଏଦାର ନେତୃତ୍ୱ, ରିପୋର୍ଟରେ ଦାବି

ନୂଆଦିଲ୍ଲୀ: ଆମେରିକାରେ ୯/୧୧ ଆକ୍ରମଣ ଘଟାଇଥିବା କୁଖ୍ୟାତ ଆତଙ୍କୀ ଓସାମା ବିନ୍ ଲାଡେନର ପୁଅକୁ ନେଇ ଏକ ବଡ଼ ଖୁଲାସା ହୋଇଛି । ଆମେରିକୀୟ ଖବର କାଗଜ ଦ ମିରର ନିଜ ରିପୋର୍ଟରେ ଦାବି କରିଛି ଯେ ଓସାମାର ପୁଅ ହମଜା ବିନ୍ ଲାଡେନ ଏବେ ବି ଜୀବିତ ଅଛି ଏବଂ ସେ ଆଫଗାନିସ୍ତାନରେ ଅଲ୍‌କାଏଦା ଆତଙ୍କୀ ସଂଗଠନ ନେତୃତ୍ୱ ନେଉଛି । ରିପୋର୍ଟରେ କୁହାଯାଉଛି ଯେ ହମଜା ନେତୃତ୍ୱକେ, ଅଲକାଏଦା ପୁଣି ଥରେ ସଂଗଠିତ ହେଉଛି ଏବଂ ପାଶ୍ଚାତ୍ୟ ଉପରେ ଭବିଷ୍ୟତର ଆକ୍ରମଣ ପାଇଁ ଯୋଜନା କରୁଛି । 

ଦ ମିରର ରିପୋର୍ଟ ଅନୁସାରେ, ଅଲ୍‌କାଏଦା ମୁଖ୍ୟ ଓସାମା ବିନ୍ ଲାଡେନର ପୁଅ ହମଜା ବିନ୍ ଲାଡେନ ଜୀବିତ ଅଛି । ରିପୋର୍ଟରେ କୁହାଯାଇଛି ଯେ ହମଜା ନିଜ ଭାଇ ଅବଦୁଲା ବିନ୍ ଲାଡେନ ସହ ଆଫଗାନିସ୍ତାନରେ ଗୁପ୍ତ ଭାବେ ଅଲକାଏଦା ସଂଗଠନକୁ ଚଲାଉଛି । ତାଲିବାନ ବିରୋଧୀ ସୈନ୍ୟ ସଂଗଠନ, ନ୍ୟାସନାଲ୍ ମୋବିଲାଇଜେସନ ଫ୍ରଣ୍ଟ ମଧ୍ୟ ହମଜା ଏବଂ ତାଙ୍କ ସହଯୋଗୀଙ୍କ ସଂଚାଳନ ବିବରଣୀ ଦେଇ ଏକ ରିପୋର୍ଟ ଦେଇଛି । ଆଉଟ୍‌ଲେଟ୍‌ କହିଛି, ଆତଙ୍କର ରାଜକୁମାର କରାଯାଉଥିବା ବ୍ୟକ୍ତି ୪୫୦ ସ୍ନାଇପର୍ସଙ୍କ ନିରନ୍ତର ସୁରକ୍ଷାରେ ଉତ୍ତର ଆଫଗାନିସ୍ତାନରେ ଲୁଚି ରହିଛି ।

ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ୨୦୨୧ରେ କାବୁଲ ପତନ ପରେ ଆଫଗାନିସ୍ତାନ ବିଭିନ୍ନ ଆତଙ୍କବାଦୀ ସଂଗଠନର ଲାଗି ପ୍ରଶିକ୍ଷଣର କେନ୍ଦ୍ର ହୋଇଛି । ଏଥିରେ କୁହାଯାଇଛି ଯେ ମହଜା ବିନ୍ ଲାଡେନକୁ ଦାରା ଅବଦୁଲା ଖେଲ ଜିଲ୍ଲା (ପଞ୍ଜଶୀର) ନିଆଯାଇଛି, ସେଠାରେ ୪୫୦ ଜଣ ସୁରକ୍ଷାରେ ନିୟୋଜିତ ଅଛନ୍ତି । ରିପୋର୍ଟରେ ୨୦୧୯ରେ ଆମେରିକା ଦ୍ୱାରା ହମଜା ବିନର ମୃତ୍ୟୁ ଖବରକୁ ଖଣ୍ଡନ କରାଯାଇଛି । କୁହାଯାଉଛି ଯେ ହମଜା ଅୟମାନ ଅଲ-ଜବାହିରୀ ସହ ମିଶି କାମ କରୁଥିଲା, ଯିଏ ଓସାମାର ହତ୍ୟା ପରେ ଅଲକାଏଦାର ନେତୃତ୍ୱ ନେଇଥିଲା ।