କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ପରେ ହତ୍ୟା ମାମଲା, ଆଜି ଦେଶବ୍ୟାପୀ ଡାକ୍ତରଙ୍କ ଅନଶନ

ପଶ୍ଚିମବଙ୍ଗ ୦୯/୧୦: ଆର ଜି କର ଆନ୍ଦୋଳନରେ ନୂତନ ମୋଡ଼ । ଧର୍ମତାଲାରେ ୧୦ ଦଫା  ଦାବିରେ ୭ ଜଣ ଜୁନିଅର ଡାକ୍ତର ଅନଶନ କରୁଛନ୍ତି । ଆରଜି କର ମେଡିକାଲ କଲେଜ ହସ୍ପିଟାଲର  ବରିଷ୍ଠ ଡାକ୍ତରମାନେ ସେମାନଙ୍କ ଆନ୍ଦୋଳନକୁ ସମର୍ଥନ କରି ମଙ୍ଗଳବାର ଗଣଇସ୍ତଫା ଦେଇଛନ୍ତି ।  ଏହି ପଦକ୍ଷେପ ପରେ ଜୁନିଅର ଡାକ୍ତରମାନେ ବରିଷ୍ଠ ଡାକ୍ତରମାନଙ୍କୁ ‘ଗାର୍ଡ ଅଫ୍‌ ଅନର' ଦେଉଥିବା  ନଜର ଆସିଥିଲା । ଆରଜି କରର ବରିଷ୍ଠ ଡାକ୍ତରମାନେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଗଣଇସ୍ତଫା  ଦେଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଶିକ୍ଷା ଅଧିକାରୀଙ୍କୁ ଲେଖିଥିବା ପତ୍ରରେ ସେମାନେ ଆନ୍ଦୋଳନକାରୀଙ୍କ ଦାବିକୁ  ନେଇ ସରକାର ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଆରଜି କରର ଜଣେ ବରିଷ୍ଠ ଡାକ୍ତର  କହିଛନ୍ତି, ଅନଶନ ହେଉଛି ଶେଷ ଅସ୍ତ୍ର । ଜୁନିଅର ଡାକ୍ତରମାନେ ବାଧ୍ୟତାମୂଳକ ଭାବେ ଏହି ନିଷ୍ପତ୍ତି  ନେଇଛନ୍ତି । ସେମାନେ ଆଜି ଅଢେଇ ଦିନ ଧରି ଅନଶନ କରିଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ  ତରଫରୁ କୌଣସି ସକାରାତ୍ମକ ଭୂମିକା ଦେଖାଯାଉନାହିଁ । ଆମେ ଚାହୁଁ ସରକାର ଶୀଘ୍ର କାର୍ଯ୍ୟ କରନ୍ତୁ । ବର୍ତ୍ତମାନ ଆମେ ଇସ୍ତଫା ଦେଇଛୁ । ଏହାପରେ, ଆମେ ବ୍ୟକ୍ତିଗତ ଇସ୍ତଫା ପଥରେ ମଧ୍ୟ ଚାଲିବୁ । 

କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ପରେ ହତ୍ୟା ମାମଲା, ଆଜି ଦେଶବ୍ୟାପୀ ଡାକ୍ତରଙ୍କ ଅନଶନ

ପଶ୍ଚିମବଙ୍ଗ ୦୯/୧୦: ଆର ଜି କର ଆନ୍ଦୋଳନରେ ନୂତନ ମୋଡ଼ । ଧର୍ମତାଲାରେ ୧୦ ଦଫା  ଦାବିରେ ୭ ଜଣ ଜୁନିଅର ଡାକ୍ତର ଅନଶନ କରୁଛନ୍ତି । ଆରଜି କର ମେଡିକାଲ କଲେଜ ହସ୍ପିଟାଲର  ବରିଷ୍ଠ ଡାକ୍ତରମାନେ ସେମାନଙ୍କ ଆନ୍ଦୋଳନକୁ ସମର୍ଥନ କରି ମଙ୍ଗଳବାର ଗଣଇସ୍ତଫା ଦେଇଛନ୍ତି ।  

ଏହି ପଦକ୍ଷେପ ପରେ ଜୁନିଅର ଡାକ୍ତରମାନେ ବରିଷ୍ଠ ଡାକ୍ତରମାନଙ୍କୁ ‘ଗାର୍ଡ ଅଫ୍‌ ଅନର' ଦେଉଥିବା  ନଜର ଆସିଥିଲା । ଆରଜି କରର ବରିଷ୍ଠ ଡାକ୍ତରମାନେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଗଣଇସ୍ତଫା  ଦେଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଶିକ୍ଷା ଅଧିକାରୀଙ୍କୁ ଲେଖିଥିବା ପତ୍ରରେ ସେମାନେ ଆନ୍ଦୋଳନକାରୀଙ୍କ ଦାବିକୁ  ନେଇ ସରକାର ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଆରଜି କରର ଜଣେ ବରିଷ୍ଠ ଡାକ୍ତର  କହିଛନ୍ତି, ଅନଶନ ହେଉଛି ଶେଷ ଅସ୍ତ୍ର । 

ଜୁନିଅର ଡାକ୍ତରମାନେ ବାଧ୍ୟତାମୂଳକ ଭାବେ ଏହି ନିଷ୍ପତ୍ତି  ନେଇଛନ୍ତି । ସେମାନେ ଆଜି ଅଢେଇ ଦିନ ଧରି ଅନଶନ କରିଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ  ତରଫରୁ କୌଣସି ସକାରାତ୍ମକ ଭୂମିକା ଦେଖାଯାଉନାହିଁ । ଆମେ ଚାହୁଁ ସରକାର ଶୀଘ୍ର କାର୍ଯ୍ୟ କରନ୍ତୁ । ବର୍ତ୍ତମାନ ଆମେ ଇସ୍ତଫା ଦେଇଛୁ । ଏହାପରେ, ଆମେ ବ୍ୟକ୍ତିଗତ ଇସ୍ତଫା ପଥରେ ମଧ୍ୟ ଚାଲିବୁ ।